PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ଦିନକ ପାଇଁ ଜିଲ୍ଲାପାଳ ହେଲେ ଜଣେ ପରିବା ବିକାଳିଙ୍କ ଝିଅ ‘ଅର୍ଚ୍ଚନା’, ଯୁବତୀଙ୍କୁ ହଇରାଣ କରୁଥିବା ଅପରାଧୀଙ୍କୁ ମାଡ଼ ମାରି ଚର୍ଚ୍ଚାକୁ ଆସିଥିଲେ…

ମଧ୍ୟପ୍ରଦେଶ ୦୯/୦୩: ଜଣେ ପରିବା ବିକାଳିଙ୍କ ଝିଅ ୨୧ ବର୍ଷୀୟ ଅର୍ଚ୍ଚନା କେୱତଙ୍କ ସାହସିକତା ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ହୋଇଛି । ରାସ୍ତାରେ ଯିବା ବେଳେ ଦୁଇ କିଶୋରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା କିଛି ଅପରାଧୀଙ୍କୁ ସେ ପୁଲିସ ହାତରେ ଧରାଇ ଦେଇଛନ୍ତି । ଏଭଳି ଦୁଃସାହସିକ କାର୍ଯ୍ୟ ନିମନ୍ତେ ତାଙ୍କୁ ଦିନକ ପାଇଁ ମଧ୍ୟପ୍ରଦେଶର କଟନି ଜିଲ୍ଲାର ଜିଲ୍ଲାପାଳ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ।

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଅର୍ଚ୍ଚନା କଟନି ଜିଲ୍ଲାରେ ଏକାଧିକ ବୈଠକରେ ଯୋଗ ଦେଇଥିଲେ ଏବଂ ଜିଲ୍ଲାପାଳ ଭାବେ ବାକି ପଡ଼ିଥିବା ଅଫିସ୍‌ କାମ ଗୁଡ଼ିକ ପୂରଣ କରିଥିଲେ । ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସେ ମଧ୍ୟ କିଛି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ।

ଚଳିତ ବର୍ଷ ଜାନୁଆରୀରେ ଦୁଇ ଝିଅଙ୍କୁ ହଇରାଣ କରୁଥିବା କିଛି ଅପରାଧୀଙ୍କୁ ବାଡ଼େଇ ଅର୍ଚ୍ଚନା ମୁଖ୍ୟ ଖବର ପାଲଟିଥିଲେ । ଏହି ଘଟଣାରେ ସେ ଆହତ ହୋଇଥିଲେ । କିନ୍ତୁ ସେଥିପ୍ରତି ନିଘା ନ କରି ଗାଁ ଲୋକଙ୍କ ସାହାଯ୍ୟରେ ଅପରାଧୀଙ୍କୁ ସେ ପୁଲିସ ହାତକୁ ଧରାଇ ଦେଇଥିଲେ । ଅର୍ଚ୍ଚନାଙ୍କ ସାହସିକତାକୁ ସମ୍ମାନ ଜଣାଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିକଟରେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏବେ ଦିନକ ପାଇଁ ଜିଲ୍ଲାପାଳ ଆସନରେ ବସାଇ ପୁଣି ଥରେ ତାଙ୍କୁ ସମ୍ମାନିତ କରାଯାଇଛି ।

ଅର୍ଚ୍ଚନା କଟନି ଜିଲ୍ଲାର ମେହଗାଓଁ ଗାଁର ବାସିନ୍ଦା । ଜଣେ ପୁଲିସ ଇନ୍‌ସପେକ୍ଟର ହେବାକୁ ସେ ଚାହାନ୍ତି । ଏହି ପଦବୀ ପାଇଁ ସେ ଆବେଦନ ମଧ୍ୟ କରିଛନ୍ତି । କିନ୍ତୁ ଏବେ ସୁଦ୍ଧା ତାଙ୍କ ସ୍ୱପ୍ନ ପୂରଣ ହୋଇପାରିନାହିଁ । ଗତ ବର୍ଷ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ, ଗାର୍ଲାଡାଇନ୍‌ ମଣ୍ଡଲ କସ୍ତୁରବା ସ୍କୁଲର ଦ୍ୱାଦଶ ଶ୍ରେଣୀର ଝିଅ ଶ୍ରାବଣୀ ଦିନକ ପାଇଁ ଜିଲ୍ଲାପାଳ ହୋଇଥିଲେ ।