PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ନୂଆବର୍ଷରେ ଏହି ଅଭିନେତା-ଅଭିନେତ୍ରୀଙ୍କ ପ୍ରଥମ କିସ୍ ଫଟୋ ହେଲା ଭାଇରାଲ୍, ଲୁଚାଛପାରେ ଚାଲିଥିଲା ପ୍ରେମ

ମୁମ୍ବାଇ ୨।୧: ନୂଆବର୍ଷର ଆଗମନ ସହିତ ଅଭିନେତ୍ରୀ ମଲାଇକା ଅରୋରା ଅଭିନେତା ଅର୍ଜୁନ କର୍ପୁରଙ୍କୁ କିସ୍ କରିବାର ଫଟୋକୁ ସୋସିଆଲ ମିଡ଼ିଆରେ ସେୟାର କରିଦେଇଛନ୍ତି।

ଉୟଙ୍କର ଏହି ପ୍ରଥମ ଫଟୋ ଏବେ ଜୋରସୋର ଭାଇରାଲ୍ ହେବାରେ ଲାଗିଛି। ତେବେ ମୁଖ୍ୟ କଥା ଏହା ହେଉଛି କି, ଏହି ଫଟୋକୁ ମଲାଇକା ନିଜେ ନିଜ ଇଂଷ୍ଟାଗ୍ରାମାରେ ସେୟାର କରିଛନ୍ତି।

ତେବେ ଏହି ଫଟୋଟି ସେମାନଙ୍କ ଫ୍ୟାନ୍ସ ପାଇଁ ଗୁଡ଼ ନ୍ୟୁଜ୍ ଆଣିଛି। କାରଣ ତାଙ୍କ ଫ୍ୟାନ୍ସ ସେମାନଙ୍କୁ ଏକାଠି ଦେଖିବାକୁ ଚାହୁଁଥିଲେ। ଏହା ସହିତ ଦୁହେଁ ଏବେ ରିଲେସନସିପରେ ଅଛନ୍ତି ଫ୍ୟାନ୍ସମାନେ ଅଧିକ ଖୁସି ଅଛନ୍ତି।

ତେବେ ପୂର୍ବରୁ ମଲାଇକା ଓ ଅର୍ଜୁନଙ୍କ ରିଲେସନସିପକୁ ନାନା କଥା ସାମ୍ନାକୁ ଆସିଥିଲା। କିନ୍ତୁ ଏହା ପ୍ରଥମ ଥର ହୋଇଛି କି ମଲାଇକା ସୋସିଆଲ ମିଡ଼ିଆରେ ନିଜ ପ୍ରେମକୁ ନେଇ ନିଜେ ଘୋଷଣା କରିଛନ୍ତି।

ଏହି କିସ୍ ଫଟୋକୁ ଏକ ଘଣ୍ଟା ଭିତରେ ଅଢ଼େଇ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଲାଇକ୍ କରିସାରିଲେଣି। ମଲାଇକା ଏହି ଫଟୋରେ କ୍ୟାପସନରେ ଲେଖିଛନ୍ତି କି, ‘ସୁରଜ ସିତାରେ, ରୋଶନି, ଖୁସିୟା….୨୦୨୦।’

View this post on Instagram

Sun,star,light,happiness…….2020✨

A post shared by Malaika Arora (@malaikaaroraofficial) on

ସମ୍ବନ୍ଧିତ ଖବର