ପ୍ରମୁଖ ଖବର
  • ବୌଦ୍ଧ ପୋଲିସକୁ ବଡ଼ ସଫଳତା, ୧୦ ଜଣିଆ ଡକାୟତି ଗ୍ୟାଙ୍ଗ ଧରିଲେ
  • ||
  • ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ, ରତ୍ନଭଣ୍ଡାର ଖୋଲିବା, ମରାମତି ନେଇ ଆଲୋଚନା
  • ||
  • ରାଇଘରରେ ପୋଲିସ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
  • ||
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ଯୌନ ଶୋଷଣ ମାମଲାରେ ସିଆରପିଏଫ୍ ଡିଆଇଜି ବରଖାସ୍ତ, ପାଇ ସାରିଛନ୍ତି ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ,୨୭।୪:  ଅର୍ଜୁନ ପୁରସ୍କାର ପ୍ରାପ୍ତ  ସିଆରପିଏଫ୍‌ ଡିଆଇଜିଙ୍କ ଯୌନ ଶୋଷଣ ମାମଲାରେ ସମ୍ପୃକ୍ତି ନେଇ ଚାଞ୍ଚଲ୍ୟ। ଏହି ମାମଲାରେ ଡିଆଇଜି ଦୋଷୀ ସାବ୍ୟସ୍ତ ହେବାପରେ କେନ୍ଦ୍ରୀୟ ରିଜର୍ଭ ପୋଲିସ (ସିଆରପିଏଫ୍) ତାଙ୍କୁ ବାରଖାସ୍ତ କରିଛି। ଦୋଷୀ ସିଆରପିଏଫ୍ ଅଧିକାରୀ ଅର୍ଜୁନ ପୁରସ୍କାର ବିଜେତା। ଡିଆଇଜି ରାଙ୍କର ଚିଫ୍ ସ୍ପୋର୍ଟସ ଅଫିସର ଖଜାନ ସିଂହଙ୍କ ଉପରେ ସିଆରପିଏଫ୍‌ ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ କରିବାର ଅଭିଯୋଗ ରହିଛି। ସୁତ୍ରରୁ ସୂଚନା ମିଳିଛି ଯେ, କାର୍ଯ୍ୟାନୁଷ୍ଠାନ ସଂଘ ଲୋକସେବା ଆୟୋଗ(ୟୁପିଏସ୍‌ସି)ର ସୁପାରିଶ ଓ ଗୃହମନ୍ତ୍ରଣାଳୟ (ଏମ୍ଏଚ୍ଏ)ର ମଞ୍ଜୁରୀ ପରେ କରାଯାଇଛି। 

ସୁତ୍ରରୁ କୁହାଯାଇଛି ଯେ, ପୀଡିତ ମହିଳା ସିଆରପିଏଫ୍ କର୍ମଚାରୀଙ୍କ ଏକ ଗ୍ରୁପ ଦ୍ବାରା ଡିଆଇଜି ଖଜାନା ସିଂହଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ପରେ ସିଆରପିଏପ୍ ପକ୍ଷରୁ ଏ   ସମ୍ପର୍କରେ ଯାଞ୍ଚ କରାଯାଇଛି, ଯେଉଁଥିରେ ଅପରାଧ ସମ୍ପର୍କରେ ଜଣାପଡିଛି। ଏହାପରେ ସିଆରପିଏପ୍ ୟୁପିଏସ୍‌ସିକୁ ଏକ ରିପୋର୍ଟ ଦେଇଥିଲା, ଏହାପରେ ଗୃହମନ୍ତ୍ରଣାଳୟ ତାଙ୍କୁ ବରଖାସ୍ତ କରିବାର ସୁପାରିଶ କରିଥିଲା।

ସିଆରପିଏଫ୍ ମୁଖ୍ୟ ସ୍ପୋର୍ଟସ୍ ଅଫିସର ଭାବରେ ଦାୟିତ୍ବ ସମ୍ଭାଳିବା ପୂର୍ବରୁ ଖଜାନ ସିଂହ ୧୯୮୬ର ସିଓଲ ଏସିଆନ୍ ଗେମ୍ସରେ ଦେଶର ପ୍ରତିନିଧିତ୍ବ କରିଥିଲେ। ସେ ୨୦୦ ମିଟର ବଟରଫ୍ଲାଏ ପ୍ରତିଯୋଗିତାରେ ବ୍ରୋଞ୍ଚ ପଦକ ଜିତିଥିଲେ। ତାଙ୍କ ବିଜୟ ୧୯୫୧ ପରେ ଏହି ପ୍ରତିଯୋଗିତାରେ ସୁଇମିଂରେ ଭାରତକୁ ପ୍ରଥମ ପଦକ ଦେଇଥିଲେ। ବର୍ତ୍ତମାନ ମୁମ୍ବାଇରେ ମୁତୟନ ଖଜାନା ସିଂହ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ବରଖାସ୍ତ ନୋଟିସ୍ ଉପରେ ଜବାବ ଉପରେ ଜବାବ୍ ଦେବାକୁ ତାଙ୍କୁ ୧୫ ଦିନର ସମୟ ଦିଆଯାଇଛି। ତାଙ୍କ ଉପରେ ଅଭିଯୋଗ ରହିଛି, ଯେଉଁଥିରେ ଏକ ମାମଲାରେ ବରଖାସ୍ତ କରିବା କାମ ଆରମ୍ଭ ହୋଇଯାଇଛି। ଅନ୍ୟଟିର ଯାଞ୍ଚ ଚାଲିଛି। ସେ ପ୍ରଥମ ଅଭିଯୋଗକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହି ଖଣ୍ଡନ କରିଦେଇଛନ୍ତି ଓ କହିଛନ୍ତି, ତାଙ୍କର ଉଦେଶ୍ୟ ତାଙ୍କ ପ୍ରତିଷ୍ଠାକୁ ଖରାପ କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.