କରୋନା ଯୋଦ୍ଧାଙ୍କୁ ସମ୍ମାନ: ଆକାଶମାର୍ଗରୁ ସେନାର ଫୁଲ ବର୍ଷା

ନୂଆଦିଲ୍ଲୀ,୩।୫: କରୋନା କର୍ମବୀରଙ୍କୁ ଆଜି ସୀମାର ଶୂରବୀରମାନେ ଦେଇଛନ୍ତି ସଲାମୀ। ସେନାର ୩ ବାହିନୀର ଯବାନ କରୋନାକୁ ହରାଇବା ପାଇଁ କାର୍ଯ୍ୟରତ ହଜାର ହଜାର ଡାକ୍ତର, ନର୍ସ ଓ ମେଡିକାଲ ଷ୍ଟାଫ, ସଫେଇ କର୍ମୀ ଏବଂ ଅନ୍ୟ ପ୍ରଣ୍ଟଲାଇନର ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଫୁଲ ବର୍ଷା କରିଛନ୍ତି। ଏଭଳି ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଆଜି ସାରା ଭାରତରେ ଉତ୍ତରରୁ ଦକ୍ଷିଣ ଓ ପୂର୍ବରୁ ପଶ୍ଚିମ ଭାରତ ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି। ଦିଲ୍ଲୀର ପୋଲିସ ଓ୍ବାର ମେମୋରିଆଲରେ ସଲାମୀ ଦେଇ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଏବେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ପରିବର୍ତ୍ତିତ ପାଣିପାଗ ଓ ବର୍ଷା କାରଣରୁ କରୋନା ଯୋଦ୍ଧାଙ୍କ ସମ୍ମାନରେ ଆୟୋଜିତ ହେବାକୁ ଥିବା ଏୟାରଫୋର୍ସର ସଲାମୀ କାର୍ଯ୍ୟକ୍ରମ ୧ ଘଣ୍ଟା ବିଳମ୍ବରେ ଆୟୋଜନ କରାଯିବ। ଏବେ ଏହା ଦିନ ୧୧ ଟା ବେଳେ ଆୟୋଜନ କରାଯିବ, ଯାହାକି ପୂର୍ବରୁ ୧୦ଟା ​‌ବେଳେ କରିବା ନେଇ କାର୍ଯ୍ୟକ୍ରମ ରହିଥିଲା। ଏୟାରଫୋର୍ସ ପକ୍ଷରୁ ଟ୍ବିଟ୍ କରି ଏହି ସୂଚନା ଦିଆଯାଇଛି। ଉଲ୍ଲେଖନୀୟ ଯେ, ସେନା ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରିଛି। ଚୀଫ୍ ଅଫ୍‌ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାଓ୍ବତ ଶୁକ୍ରବାର ଘୋଷଣା କରିଥିଲେ ଯେ, ସେନାର ୩ ବାହିନୀ କର୍ମବୀରଙ୍କ ପ୍ରତି ସମ୍ମାନ ଜଣାଇବେ।

ପ୍ରଥମ ଫ୍ଲାଇଂ ପାଷ୍ଟ ଶ୍ରୀନଗରରୁ ତ୍ରିବେନ୍ଦ୍ରମ ପର୍ଯ୍ୟନ୍ତ ରହିବ, ସେଭଳି ଦ୍ବିତୀୟ ଫ୍ଲାଇଂ ପାଷ୍ଟ  ଡିବ୍ରୁଗଡରୁ କଚ୍ଛ ପର୍ଯ୍ୟନ୍ତ ହେବ। ନୌସେନାର ହେଲିକପ୍ଟର କରୋନା ହସ୍ପିଟାଲ ଉପରେ ଆକାଶମାର୍ଗରୁ ଫୁଲ ବର୍ଷା କରିବ। ଇଣ୍ଡିଆନ୍ ଆର୍ମି ସାରାଦେଶରେ ପ୍ରାୟ ସମସ୍ତ ଜିଲ୍ଲାରେ କୋଭିଡ୍ ହସ୍ପିଟାଲରେ ମାଉଣ୍ଟେନ ବ୍ୟାଣ୍ଡ ପରଫରମାନ୍ସ ଦେବ। ନୌସେନାର ଯୁଦ୍ଧ ଯାହାଜ ମଧ୍ୟାହ୍ନ ୩ଟା ପରେ ଉଜ୍ବଳ ଦେଖିବାକୁ ମିଳିବ। ପୋଲିସଙ୍କ ସମ୍ମାନରେ ସଶସ୍ତ୍ର ବଳ ପୋଲିସ ମେମୋରିଲ ଉପରେ ମାଲ୍ୟାର୍ପଣ କରିବ।

ଯେଉଁ ସହରରେ ଫାଇଟର ଜେଟ୍ ଫ୍ଲାଇଂ ପାଷ୍ଟ କରିବ ସେହି ସବୁ ସହର ହେଲା ଦିଲ୍ଲୀ, ମୁମ୍ବାଇ, ଜୟପୁର, ଅହମ୍ମଦାବାଦ, ଗୌହାଟି, ପାଟନା ଓ ଲକ୍ଷ୍ନୌ। ଯେଉଁ ସହରରେ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଉପରେ ଫ୍ଲାଇଂ ପାଷ୍ଟ କରିବ ସେହି ସହର ଗୁଡିକ ହେଲା ଶ୍ରୀନଗର, ଚଣ୍ଡୀଗଡ, ଦିଲ୍ଲୀ, ଜୟପୁର, ଭୋପାଳ, ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଲୁର ଓ ଥିରୁଅନନ୍ତପୁରମ।ଚେନ୍ନାଇର ଆନ୍ନା ସଲଇ ହସ୍ପିଟାଲ ଓ ରାଜୀବ ଗାନ୍ଧି ଜେନେରାଲ ହସ୍ପିଟାଲ ଉପରେ ଫୁଲ ବର୍ଷା ହୋଇଛି।

   ସମ୍ବନ୍ଧିତ ଖବର


କ୍ରିସ୍‌ ଗେଲଙ୍କ ଛକା ରେକର୍ଡ, ପ୍ରଥମ କ୍ରିକେଟର ଭାବେ ଟି-୨୦ରେ ୧୦୦୦ ଛକା ମାରିଲେ ବସ୍

ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

କରୋନା କାଳରେ ଜଗତସିଂହପୁରକୁ ୭୦୮.୩୨ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ଧର୍ମେନ୍ଦ୍ର ପ୍ରଧାନ

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!