PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଏକ୍ସିସ୍‌ ବ୍ୟାଙ୍କରେ ବନ୍ଧୁକ ଦେଖାଇ ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ୍

ବେଲପାହାଡ଼ ୫/୯ : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଏକ୍ସିସ୍‌ ବ୍ୟାଙ୍କ ଶାଖାରୁ ଆଜି ଡକାୟତି ହୋଇଛି । ଅପରାହ୍ନରେ ଡକାୟତମାନେ ବନ୍ଧୁକ ଦେଖାଇ ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି । ଡକାୟତ ଗ୍ୟାଙ୍ଗରେ ୫ଜଣ ସଦସ୍ୟ ଥିବା ଜଣାପଡ଼ିଛି । ଲୁଟ୍‌ ସମୟରେ ଡକାୟତମାନେ ମୁହଁରେ କଳା କପଡ଼ା ବାନ୍ଧିଥିବା ସହ ହିନ୍ଦୀରେ କଥାବାର୍ତ୍ତା ହେଉଥିଲେ ବୋଲି ଗ୍ରାହକମାନେ କହିଛନ୍ତି । ହିନ୍ଦୀରେ କଥାବାର୍ତ୍ତା ହେଉଥିବାରୁ ସେମାନେ ପଡ଼ୋଶୀ ଛତିଶଗଡ଼ କିମ୍ବା ଝାଡ଼ଖଣ୍ଡର ବୋଲି ଅନୁମାନ କରାଯାଉଛି ।

ପୁଲିସ୍‌ ବିଭିନ୍ନ ସ୍ଥାନର ସିସି ଟିଭି ଫୁଟେଜ୍‌ ଯାଞ୍ଚ କରି ଅଧିକ ତଦନ୍ତ ଜାରି ରଖିଛି । ଏଥିସହ ଝାରସୁଗୁଡ଼ାରୁ ଛତିଶଗଡ଼, ସୁନ୍ଦରଗଡ଼, ଦେବଗଡ଼ ଓ ସମ୍ବଲପୁର ଯାଉଥିବା ବିଭିନ୍ନ ରାସ୍ତାରେ ନାକାବନ୍ଦି କରାଯାଇ ଯାନବାହାନ ଯାଞ୍ଚ କରାଯାଉଛି । ଫେରାର ହେବା ପୂର୍ବରୁ ଲୁଟେରାମାନେ ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରା ଓ ଡିଭିଆର୍‌ ଭାଙ୍ଗି ଦେଇଛନ୍ତି ।

ସୂଚନାନୁସାରେ ଗୁମାଡେରାସ୍ଥିତ ଏକ୍ସିସ୍‌ ବ୍ୟାଙ୍କକୁ ଆଜି ଅପରାହ୍ନ ପ୍ରାୟ ୧ଟା ୩୦ରୁ ୧ଟା ୪୫ ମଧ୍ୟରେ ଗୋଟିଏ ନମ୍ବର ବିହୀନ ଧଳା ସ୍କୋର୍ପିଓ ଗାଡ଼ିରେ ୫ଜଣ ଡକାୟତ ପହଞ୍ଚିଥିଲେ । ଜଣେ ବ୍ୟାଙ୍କ ବାହାରେ ରହିଥିବା ବେଳେ ଚାରିଜଣ ଭିତରକୁ ପଶିଥିଲେ । ବାହାରେ ଥିବା ବ୍ୟକ୍ତି ବ୍ୟାଙ୍କର ସଟର୍‌ ବନ୍ଦ କରି ଦେଇଥିଲା । ଆଉ ଗ୍ରାହକଙ୍କୁ ବ୍ୟାଙ୍କ ବନ୍ଦ ଥିବା କହୁଥିଲା । ଅନ୍ୟମାନେ ଭିତରକୁ ପଶିବା ଆଗରୁ ବାହାର ମ୍ୟାନ୍‌ ସୁଇଚ୍‌କୁ ଅଫ୍‌ କରିଦେଇଥିଲେ । ଭିତରେ ଥିବା ସୁରକ୍ଷାକର୍ମୀ ହାତୀରାମ ସାହୁଙ୍କୁ ଏଟିଏମ୍‌ରୁ ପଇସା କାଢ଼଼ିବୁ ବୋଲି କହିଥିଲେ । ପରେ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ବନ୍ଧୁକ ଦେଇ ପଛରୁ ମାଡ଼ ମାରିବାରୁ ସେ ବେହୋସ ହୋଇଯାଇଥିଲେ ।

ସେଠାରୁ ବିଏମ୍‌ ଚେମ୍ବର୍‌କୁ ଯାଇ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ବ୍ୟାଙ୍କରେ ଥିବା କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଧୁକ ମୁନରେ ମାଡ଼ମାରି ସମସ୍ତଙ୍କୁ ଗୋଟିଏ ସ୍ଥାନରେ ଛିଡ଼ା କରିଥିଲେ । ପରେ ସମସ୍ତଙ୍କ ମୋବାଇଲ ନେଇ ଭାଙ୍ଗି ଦେଇଥିଲେ । କ୍ୟାଶ୍‌ କାଉଣ୍ଟର୍‌ରୁ ଟଙ୍କା ଲୁଟିବା ସହ ଗ୍ରାହକଙ୍କ ନିକଟରେ ଥିବା ଟଙ୍କା ମଧ୍ୟ ଲୁଟି ନେଇଥିଲେ ।

ଖବରପାଇ ଘଟଣାସ୍ଥଳକୁ ଝାରସୁଗୁଡ଼ା ଆରକ୍ଷୀ ଅଧିକାରୀ ଅଶ୍ୱିନୀ କୁମାର ମହାନ୍ତି, ଡିଏସ୍‌ପି ରୋହିତ ଥେଟ, ଏସ୍‌ଡିପିଓ ନୃପ ଚରଣ ଡନସନା, ବେଲପାହାଡ଼ ଆଇଆଇସି ରଶ୍ମିତା ବେହେରା, ଓରିଏଣ୍ଟ ଥାନାଧିକାରୀ ସାରଙ୍ଗଧର ପାଣିଗ୍ରାହୀ, ବନ୍ଧବାହାଲ ଫାଣ୍ଡି ଅଧିକାରୀ ଅଶୋକ ଦାଶ ପହଞ୍ଚି ତଦନ୍ତ କରିଥିଲେ । ଫରେନସିକ ଦଳ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିଥିଲେ । ଡକାୟତମାନେ ଯୋଜନାବଦ୍ଧ ଭାବେ ଲୁଟ୍‌ କରିଥିବା ଜଣାପଡୁଛି । ମାତ୍ର ୧୫ରୁ ୨୦ ମିନିଟରେ ଲୁଟ୍‌ କରି ଡକାୟତମାନେ ଫେରାର ହେବାରେ ସକ୍ଷମ ହୋଇଛନ୍ତି ।

ସମ୍ବନ୍ଧିତ ଖବର