ଏହି ଦେଶର ପ୍ରଧାନମନ୍ତ୍ରୀ ଓ ସମ୍ପୂର୍ଣ୍ଣ ପରିବାର ସଦସ୍ୟ କରୋନା ପଜିଟିଭ

ୟେରେଓ୍ବାନ, ୧।୬:  ଆର୍ମେନିଆର ପ୍ରଧାନମନ୍ତ୍ରୀ ନିକୋଲ ପାଶିନିୟନ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ କରୋନା ଭାଇରସ ସଂକ୍ରମିତ। ପାଶିନିୟନ୍ ସୋମବାର ଏକ ଫେସବୁକ୍ ପୋଷ୍ଟରେ କହିଥିଲେ ତାଙ୍କୁ ରୋଗର କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା, କିନ୍ତୁ ସେ ସେନା ୟୁନିଟ ଯାତ୍ରା କରିବା ପୂର୍ବରୁ ନିଜର ଯାଞ୍ଚ କରିବାର ନିଷ୍ପତ୍ତି ନେଇଥିଲେ ଓ ଯାଞ୍ଚ ରିପୋର୍ଟ ପଜିଟିଭ ଆସିଥିଲା।

ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ, ମୁଁ ଘରୁ କାମ କରିବି। ମୋତେ ଏହି ସଂକ୍ରମଣ ଜଣେ ଓ୍ବେଟରଙ୍କଠାରୁ ଆସିଥାଇପାରେ। ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ସାରା ପରିବାରର କରୋନା ଟେଷ୍ଟ ରିପୋର୍ଟ ପିଜିଟିଭ ଆସିଛି।  ପ୍ରାୟ ୩୦ ଲକ୍ଷ ଜନସଂଖ୍ୟା ଥିବା ଆର୍ମେନିଆରେ କରୋନା ଭାଇରସରେ ଏପର୍ଯ୍ୟନ୍ତ ୯ ହଜାର ଲୋକ ସଂକ୍ରମିତ ହୋଇସାରିଛନ୍ତି ଓ ୧୩୦ ଜଣଙ୍କର ମୃତ୍ୟୁ ହୋଇଛି।  ଦେଶରେ ମାର୍ଚ୍ଚ ମାସ ମଝିରେ ଜରୁରୀ ସ୍ଥିତି ଘୋଷଣା କରାଯାଇଥିଲା।

   ସମ୍ବନ୍ଧିତ ଖବର


ଚାଟ୍‌କୁ ନେଇ ପରିବାରରେ ବିବାଦ, ଶେଷରେ ହତ୍ୟା

ବ୍ରାଜିଲ୍‌ ରାଷ୍ଟ୍ରପତି ଜେୟର ବୋଲସୋନାରୋ କରୋନା ସଂକ୍ରମିତ

ଭୁବନେଶ୍ୱର ଆରଟିଓ ଅଫିସରୁ ୩ କରୋନା ପଜିଟିଭ୍ ଚିହ୍ନଟ

ଶ୍ରୀମନ୍ଦିର ରତ୍ନସିଂହାସନରୁ ପଥର ଗାୟବ! ଦେଢ଼ଟି ପଦ୍ମ ପାଖୁଡ଼ା ନଥିବା ଅଭିଯୋଗ

ବିଶ୍ୱାସୀ ନୁହଁ ଡ୍ରାଗନ୍‌- ତୟାର ରହିଛନ୍ତି ଭରତୀୟ ଜବାନ୍‌: ବାୟୁସେନା ପକ୍ଷରୁ ଲଢୁଆ ବିମାନର ରାତ୍ରୀ କାଳିନ ପାଟ୍ରୋଲିଂ ଜାରି

ଖୁବ୍ ଶୀଘ୍ର ଲଞ୍ଚ୍ ହେବ ଇଲେକ୍ଟ୍ରିକ୍ ଭେଇକିଲ୍ Mahindra Atom, ଜାଣନ୍ତୁ ଦାମ୍ ଓ ଫିଚର୍ସ