PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ସେନାଧ୍ୟକ୍ଷ ବିପିନ ରାଓ୍ବତ ହେଲେ ଆଗାମୀ ସିଡିଏସ୍, କ୍ୟାବିନେଟ୍ କମିଟିର ମଞ୍ଜୁରୀ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ସ୍ଥଳ ସେନାଧ୍ୟକ୍ଷ ବିପିନ ରାଓ୍ବତ  ଦେଶର ପ୍ରଥମ ଚିଫ ଡିଫେନ୍ସ ଷ୍ଟାଫ୍ ଭାବରେ ନିଯୁକ୍ତି ପାଇଛନ୍ତି। ସୁତ୍ରରୁ ମିଳିଥିବା ଖବର ଅନୁସାରେ, କ୍ୟାବିନେଟ୍ କମିଟି ଆଜି ରାଓ୍ବତଙ୍କ ନାମ ଉପରେ ମୋହର ଲାଗିଛି। ସେ ଏବେ ୩ ସେନା ବାହିନୀର ମୁଖ୍ୟ ଭାବେ କାର୍ଯ୍ୟ କରିବେ। ଜେନେରାଲ ରାୱତଙ୍କ ସ୍ଥଳସେନା ମୁଖ୍ୟ ଭାବେ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେବ। ସେ ସ୍ଥଳସେନା ପଦରୁ ଅବସର ନେବା ପରେ ଦେଶର ପ୍ରଥମ ସିଡିଏସ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ଉଲ୍ଲେଖନୀୟ ଯେ,୧୯୯୯ ମସିହା କାର୍ଗିଲ ଯୁଦ୍ଧ ପରେ ଏକ କମିଟି ଗଠନ ହୋଇଥିଲା। ଏହି କମିଟି ହିଁ ସିଡିଏସ୍ ପଦ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ଅଗଷ୍ଟରେ ଘୋଷଣା କରିଥିଲେ ଯେ, ଭାରତୀୟ ସେନାର ମୁଖ୍ୟ ଭାବରେ ସିଡିଏସ୍ ରହିବେ। ବିପିନ ରାଓ୍ବତ ୩୧ ଡିସେମ୍ବରରେ ସେନା ମୁଖ୍ୟ ପଦରୁ ଅବସର ଗ୍ରହଣ କରିବାକୁ ଯାଉଛନ୍ତି।

ସିଡିଏସ ସରକାର ଓ ସେନା ବାହିନୀ ମଧ୍ୟରେ ସମନ୍ୱୟ ରକ୍ଷା କରିବେ। ଏଥିସହ ସରକାରଙ୍କ ପ୍ରତିରକ୍ଷା ପରାମର୍ଶଦାତା ଭାବେ ମଧ୍ୟ ସେ କାର୍ଯ୍ୟ କରିବେ। ପୂର୍ବଭଳି ସ୍ଥଳସେନା, ବାୟୁସେନା ଓ ନୌସେନାର ମୁଖ୍ୟ ରହିବେ। ହେଲେ ଏମାନଙ୍କ ଉପରେ ସିଡିଏସ ରହିବେ। ଅଧିକାରୀଙ୍କ କହିବା ଅନୁସାରେ, ସିଡିଏସ୍ ଅନ୍ୟ ସେନା ମୁଖ୍ୟଙ୍କ ସମାନର ହିଁ ହେବେ। ଯାହାଫଳରେ ପ୍ରୋଟୋକଲ୍ ସୂଚୀରେ ସିଡିଏସ୍, ସେନା ମୁଖ୍ୟଙ୍କ ଉପରେ ରହିବେ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଚିଫ ଅଫ୍ ଡିଫେନ୍ସ ଷ୍ଟାଫ୍(ସିଡିଏସ)ର ୬୫ ବର୍ଷର ଅଧିକ ବୟସ ସୀମା ପର୍ଯ୍ୟନ୍ତ ସେବା ଦେବା ନେଇ ନିୟମରେ ସଂଶୋଧନ କରିଛି। ପୂର୍ବରୁ ୬୨ ବର୍ଷ ବୟସ ଯାଏ ସିଡିଏସ୍‌ ଅଧ୍ୟକ୍ଷ କାର୍ଯ୍ୟ କରିବାର ବ୍ୟବସ୍ଥା ରହିଥିଲା। ହେଲେ ଗତକାଲି ସରକାର ଏହାକୁ ସଂଶୋଧନ କରି ୬୫ ବର୍ଷ ବୟସକୁ ବୃଦ୍ଧି କରିଛନ୍ତି। ।