PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ପାକିସ୍ତାନ ଉପରେ ବିଶ୍ଵାସ ନାହିଁ, ହେଲେ ପ୍ରଥମେ ଗୁଳି ଭାରତ ଚଳାଇବ ନାହିଁ – ସେନାଧ୍ୟକ୍ଷ ନରୱାଣେ

ଜାମ୍ମୁ କାଶ୍ମୀର, ୦୪/୦୬ : ସେନାଧ୍ୟକ୍ଷ ଜେନେରାଲ ଏମ ଏମ ନରୱାଣେ ଜାମ୍ମୁ କାଶ୍ମୀରକୁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି । ତାଙ୍କର ଗସ୍ତର ଦ୍ଵିତୀୟ ଦିନରେ ସେ ଏଲଓସି ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ସୁରକ୍ଷା ବ୍ୟବସ୍ଥା ଓ କୌଣସି ବୀପରିତ ସ୍ଥିତିରେ ସେନାର ଜବାବମୂଳକ କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ଆକଳନ କରିଛନ୍ତି। ଏହି ସମୟରେ ପାକିସ୍ତାନ ଦ୍ଵାରା ହେଉଥିବା ଅନୁପ୍ରବେଶକୁ ରୋକିବାକୁ ସେନାର ପ୍ରସ୍ତୁତି ବିଷୟରେ କମାଣ୍ଡରମାନେ ତାଙ୍କୁ ଅବଗତ କରାଇଛନ୍ତି। ସେନାଧ୍ୟକ୍ଷ ଯବାନମାନଙ୍କ ମନୋବଳ ବଢାଇଛନ୍ତି।

ଜାମ୍ମୁ କାଶ୍ମୀର ନିକଟରେ ଥିବା ଏଲଓସିରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ବିରାମ ବୁଝାମଣାକୁ ଶହେ ଦିନ ପୂର୍ତ୍ତି ଅବସରରେ ସେନାଧ୍ୟକ୍ଷ ନରୱାଣେ କହିଛନ୍ତି ଯେ, ପାକିସ୍ତାନ ସହ ଯୁଦ୍ଧ ବିରାମ ଜାରି ରହିଛି। ଏହା ଆଗକୁ ମଧ୍ୟ ଜାରି ରହିବ। ପାକିସ୍ତାନ ଯେପର୍ଯ୍ୟନ୍ତ ଯୁଦ୍ଧ ବିରାମ ପାଳନ କରିବ ସେପର୍ଯ୍ୟନ୍ତ ଆମେ ମଧ୍ୟ ଏହାକୁ ପାଳନ କରିବୁ। ହେଲେ ଏଲଓସିର ଅପର ପାର୍ଶ୍ଵରେ ଏବେ ମଧ୍ୟ ଆତଙ୍କୀ ଗତିବିଧି ଜାରି ରହିଛି। ଆତଙ୍କୀମାନେ ଶିବିର କରି ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତ ସତର୍କ ଅଛି।

ପାକିସ୍ତାନ ଉପରେ ଭରଷା କରିବା ମୁସ୍କିଲ। ଦଶକ ଦଶକ ଧରି ପାକିସ୍ତାନ ଉପରେ ଅବିଶ୍ଵାସ ରହି ଆସିଛି। ଯଦି ପାକିସ୍ତାନ ଯୁଦ୍ଧ ବିରାମ ଜାରି ରଖିବ ଏବଂ ଆତଙ୍କୀ ଗତିବିଧି ବନ୍ଦ କରିଦେବ ତେବେ ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହୋଇପାରିବ ବୋଲି ସେନାଧ୍ୟକ୍ଷ ନରୱାଣେ କହିଛନ୍ତି।

ସେନାଧ୍ୟକ୍ଷ ପୁଣି କହିଛନ୍ତି ଯେ, କାଶ୍ମୀରବାସୀ ଶାନ୍ତି ଚାହୁଁଛନ୍ତି। ଶାନ୍ତି ରକ୍ଷା କଲେ ବିକାଶ ହୋଇପାରିବ। ଏଥିପାଇଁ କାଶ୍ମୀରର ଯୁବକମାନେ ଆତଙ୍କବାଦର ମାର୍ଗକୁ ପରିତ୍ୟାଗ କରିବା ଉଚିତ୍ ଏବଂ ନିଜର ଭବିଷ୍ୟତକୁ ସୁଧାରିବା ଉଚିତ୍।