PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ମେନ୍ଧର ଓ କ୍ରିଷ୍ଣାଘାଟି ସେକ୍ଟରରେ ସେନା ମଧ୍ୟରେ ପ୍ରବଳ ସଂଘର୍ଷ: ଜଣେ ଯବାନ ସହିଦ, ୪ ଆହତ

ନୂଆଦିଲ୍ଲୀ ୨୧/୮ : ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲା ସଂଲଗ୍ନ ଏଲଓସି ନିକଟରେ ଆଜି ଭାରତ ଓ ପାକିସ୍ତାନର ସେନା ମଧ୍ୟରେ ପ୍ରବଳ ସଂଘର୍ଷ ହୋଇଛି । ଏଥିରେ ଭାରତର ଜଣେ ଯବାନ ସହିଦ ହୋଇଥିଲାବେଳେ ଆଉ ୪ ଜଣ ଆହତ ହୋଇଛନ୍ତି ।

ରିପୋର୍ଟ ଅନୁଯାୟୀ, ପାକ୍‌ ସେନା ଆଜି ପୁଞ୍ଚର ମେନ୍ଧର ଓ କ୍ରିଷ୍ଣାଘାଟି ସେକ୍ଟରରେ ଭାରତୀୟ ସେନାର ଛାମୁଆ ଘାଟି ଏବଂ ଭାରତର ବେସାମରିକ ଅଞ୍ଚଳଗୁଡିକୁ ଟାର୍ଗେଟ କରି ପ୍ରବଳ ଗୁଳିଗୋଳା ବର୍ଷଣ କରିଥିଲା । ଭାରତୀୟ ସେନା ବି ଏହାର ସମୁଚିତ ଜବାବ ଦେଇଥିଲା । ହେଲେ ପାକ୍‌ ସେନାର ଆକ୍ରମଣରେ ମେନ୍ଧର ସେକ୍ଟରରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିଲେ ଏବଂ ଆଉ ୪ ଜଣ ଆହତ ହୋଇଥିଲେ । ସହିଦ ଯବାନଙ୍କର ପରିଚୟ ନାଏକ ରବି ରଞ୍ଜନ କୁମାର ସିଂ(୩୬ ବର୍ଷ) ବୋଲି ଜଣାପଡିଛି । ସେ ବିହାରର ବାସିନ୍ଦା ଅଟନ୍ତ । ତାଙ୍କ ପରିବାରରେ କେବଳ ତାଙ୍କର ପତ୍ନୀ ଅଛନ୍ତି ।

ଭାରତର ଜଣେ ଯବାନ ସହିଦ ହେବା ପରେ ଭାରତୀୟ ସେନା ଏହାର ପ୍ରତିଶୋଧ ନେବାକୁ ପାକ୍‌ ସେନା ପୋଷ୍ଟ ଉପରେ ଭୟଙ୍କର ଆକ୍ରମଣ କରିଥିଲା । ଏଥିରେ ପାକ୍‌ ସେନାର ଅନେକ ପୋଷ୍ଟ ଧ୍ୱଂସ ହେବା ସହିତ ତା’ର ବହୁ ସୈନିକ ମୃତାହତ ହୋଇଥିବାର ଜଣାପଡିଛି । କିନ୍ତୁ ପ୍ରକୃତରେ ପାକ୍‌ ସେନାର କେତେ ଜଣକ ସୈନିକ ମରିଛନ୍ତି, ତାହା ସ୍ପଷ୍ଟ ହୋଇପାରିନାହିଁ ।

ସମ୍ବନ୍ଧିତ ଖବର