ସାଧାରଣ ଜନତାଙ୍କ ପାଇଁ ଖୋଲିବ ସିଆଚେନ ସେକ୍ଟର: ପର୍ଯ୍ୟଟନକୁ ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ ୨୫/୯: ବିଶ୍ୱର ସବୁଠାରୁ ଉଚ୍ଚତମ ଯୁଦ୍ଧ କ୍ଷେତ୍ର ଭାବେ ବିବେଚନା କରାଯାଉଥିବା ସିଆଚେନ ସେକ୍ଟରକୁ ଏବେ ସାଧାରଣ ଲୋକେ ଯାଇପାରିବେ । ଭାରତୀୟ ସେନା ଏହି ସେକ୍ଟରକୁ ସାଧାରଣ ଲୋକଙ୍କ ପାଇଁ ଉନ୍ମୁକ୍ତ କରିବା ପ୍ରସ୍ତାବ ଉପରେ ବିଚାର କରୁଛି ।

ରିପୋର୍ଟ ଅନୁଯାୟୀ, ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ କିଛି ଦିନ ତଳେ ସେନାର ବରିଷ୍ଠ ଅଧିକାରୀମାନଙ୍କ ଏକ ବୈଠକରେ ଏହି ପ୍ରସ୍ତାବ ଦେଇଥିଲେ । ସେ କହିଥିଲେ ଯେ ସେନା ଓ ସିଏ ସମ୍ମୁଖୀନ ହେଉଥିବା ଚାଲେଞ୍ଜଗୁଡିକ ସମ୍ପର୍କରେ ଜାଣିବାକୁ ସାଧାରଣ ଲୋକେ ବହୁତ ଉତ୍ସୁକ ଅଛନ୍ତି । ସେହିପରି ଲଦାଖକୁ ବୁଲିବାକୁ ଯାଉଥିବା ଲୋକେ କାରଗିଲ ଯୁଦ୍ଧ ସମୟରେ ସେନା ଯେଉଁ ଶୃଙ୍ଗ ଗୁଡିକ ଉପରେ ଲଢ଼ିଥିଲା, ସେଗୁଡିକୁ ଦେଖିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ତେଣୁ ସେନା ଦ୍ୱାରା ସିଆଚେନ ସେକ୍ଟରକୁ ଲୋକଙ୍କ ପାଇଁ ଖୋଲାଯିବା ଉପରେ ବିଚାର କରାଯାଉଛି ।

ତେବେ ସିଏ ସ୍ପଷ୍ଟ କରିଛନ୍ତି ଯେ ସିଆଚେନ ସେକ୍ଟରର କେଉଁ ଭାଗକୁ ପର୍ଯ୍ୟଟକମାନଙ୍କୁ ଯିବାକୁ ଅନୁମତି ଦିଆଯିବ ଏବଂ ଏଥିପାଇଁ କି ପ୍ରକାର ପ୍ରକ୍ରିୟା ଅନୁସରଣ କରାଯିବ, ତାହା ଏଯାଏଁ ନିର୍ଦ୍ଧାରଣ କରାଯାଇନାହିଁ । ସେନାର ଏଭଳି ପଦକ୍ଷେପ ଯୋଗୁ ଏଇ ଅଞ୍ଚଳରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବା ସହିତ ଏହାର ସମଗ୍ର ଦେଶ ସହିତ ପୂର୍ଣ୍ଣ ମିଶ୍ରଣ ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି । ପାକିସ୍ତାନ ଏଭଳି ପ୍ରସ୍ତାବର ବିରୋଧ କରିବ କି ବୋଲି ଏକ ପ୍ରଶ୍ନର ଜବାବରେ ସେ କହିଛନ୍ତି ଯେ ସିଆଚେନ ସେକ୍ଟର ଭାରତର ଅଧୀନରେ ରହିଛି । ତେଣୁ ସେଠାରେ କି ପ୍ରକାର ପଦକ୍ଷେପ ନିଆଯିବ, ସେସମ୍ପର୍କରେ ଭାରତ ସରକାର ନିଷ୍ପତ୍ତି ନେବେ । ପାକିସ୍ତାନର ଏଥିରେ କିଛି ଯାଏଆସେ ନାହିଁ ।

ସୂଚନାଯୋଗ୍ୟ ଯେ, ସିଆଚେନ ସେକ୍ଟର ଭାରତର ଲଦାଖ ଅଞ୍ଚଳ ଅଧୀନରେ ଆସୁଛି । ଲଦାଖକୁ ଗତ ମାସରେ ଜମ୍ମୁ-କାଶ୍ମୀରରୁ ପୃଥକ୍‌ କରାଯାଇ ଏକ ସ୍ୱତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନ କରାଯାଇଛି । ସିଆଚେନ ସେକ୍ଟରରେ ଥିବା ଭାରତୀୟ ସେନାର ଘାଟିଗୁଡିକ ସମୁଦ୍ର ପତ୍ତନରୁ ୨୧,୦୦୦ ଫୁଟ ଉଚ୍ଚରେ ଅବସ୍ଥିତ । ଏହା ଅତି ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଏବଂ ଏଠାରେ ନିୟୋଜିତ ସୈନିକଙ୍କୁ ସବୁ ସମୟରେ ପ୍ରତିକୂଳ ପରିବେଶରେ କାମ କରିବାକୁ ପଡିଥାଏ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now