PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋକସରା: ପଛୁଆ ବର୍ଗ ପକ୍ଷରୁ କୋକସରାରେ ସଂରକ୍ଷଣ ଦାବିରେ ରାସ୍ତା ଅବରୋଧ, ଯାତାୟତ ଠପ୍
  • ||
  • କଳାହାଣ୍ଡି: ଅଙ୍ଗନୱାଡି କର୍ମୀ ଚୟନ ପାଇଁ ରାମପୁର ଆଇସିଡିଏସ୍ ସିଡିପିଓ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍
  • ||
  • କଟକ: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ମାମଲା, ପିଟିସନ୍ ଖାରଜ; ସାନି ପିଟିସନ୍ ଦାଖଲ ଲାଗି ହାଇକୋର୍ଟଙ୍କ ନିର୍ଦେଶ
  • ||
  • ଭୁବନେଶ୍ୱର: କାର୍‌ଗିଲ୍‌ ବସ୍ତିରୁ ୨୫୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ
  • ||
  • ନୀଳଗିରି: ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ଯୁବକଙ୍କୁ ପଡିଲା ମହଙ୍ଗା, ଧରାପଡି ନିର୍ଧୁମ ମାଡ଼ ଖାଇଲେ
  • ||
  • ସୀମାନ୍ତରେ ମାଓବାଦୀ ଯବାନ ଗୁଳିବିନିମୟ ୩ ମାଓବାଦୀ ନିହତ, ବନ୍ଧୁକ ଗୋଳାବାରୁଦ ଜବତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୧୨କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ଆଠଗଡ଼: ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର, ଖାଁ ଖାଁ ଧବଳେଶ୍ଵରଙ୍କ ପୀଠ
  • ||
  • ମୟୂରଭଞ୍ଜ: ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ, ୧୬ ଦଫା ଦାବିରେ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||
  • ଭୁବନେଶ୍ୱର: ରାଜ୍ୟରେ ୫ ଦିନ ଯାଏ ବଢ଼ିବନି ଶୀତ, ୨୮ରୁ ୩୦ ଯାଏ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଅଷ୍ଟମ ଶ୍ରେଣୀ କ୍ଲାସ୍ ରୁମ୍ ପାଠପଢ଼ା, ପ୍ରଥମ ଦୁଇଦିନ ହସଖୁସି ପିଲାଙ୍କ ଶିକ୍ଷଣସ୍ତର ମପାଯିବ
  • ||
  • ରାୟଗଡ଼ା: ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ। ରାସ୍ତା ଅବରୋଧ ଆରମ୍ଭ ହେବାର ମାତ୍ର ୧ ଘଣ୍ଟା ପରେ ସମସ୍ତଙ୍କୁ ଉଠେଇ ନେଲା ପୁଲିସ।
  • ||
  • ଜଗତସିଂହପୁର: ୩୦୦ ଗ୍ରାମ ବ୍ରାଉନସୁଗର ସହ ନଗଦ ଟଙ୍କା ଜବତ କଲା ଜଗତସିଂହପୁର ପୋଲିସ, ଜଣେ ମହିଳା ଅଟକ
  • ||

୩ସେନାର ମିଳିତ ସାମ୍ବାଦିକ ସମ୍ମିଳନୀ: ପାକିସ୍ତାନ ୩ ଥର ମିଛ କହିଛି,୩୫ ଥର ଅସ୍ତ୍ରବିରତୀ ଉଲଂଘନ କରିଛି

ନୂଆଦିଲ୍ଲୀ,୨୮।୨: ଭାରତର ଓ୍ବିଙ୍ଗ କମାଣ୍ହର ଅଭିନନ୍ଦନଙ୍କୁ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ମୁକ୍ତ କରାଯିବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଘୋଷଣା କରିବା ପରେ ଭାରତର ୩ ସେନା ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ  ପାକିସ୍ତାନର ମୁଖା ଖୋଲିଛି ସେନା। ବାୟୁସେନା ପକ୍ଷରୁ ଏୟାର ଭାଇସ୍ ମାର୍ଶଲ ଆରଜିକେ କପୁର କହିଛନ୍ତି ୨୭ ତାରିଖ ୧୦ଟା ବେଳେ ଭାରତୀୟ ରାଡାର ପାକିସ୍ତାନର ବିମାନକୁ ଦେଖିବାକୁ ପାଇଥିଲା। ରାଜୌରି ଓ ସୁନ୍ଦରବନୀରେ ଏହି ବିମାନ ଅନୁପ୍ରବେଶ କରିଥିଲା। ମିଗ୍-୨୧ ବାଇସନ୍, ସୁଖୋଇ-୩୦ ଓ ମିରାଜ-୨୦୦୦କୁ ଏହି ଅନୁପ୍ରବେଶ ରୋକିବାକୁ ଦାୟିତ୍ବ ଦିଆଯାଇଥିଲା। ସେନା ପ୍ରତିଷ୍ଠାନକୁ ଟାର୍ଗେଟ କରିବାର ତାଙ୍କର ଏହି ଉଦ୍ୟମକୁ ରୋକି ଦିଆଯାଇଥିଲା। ତାଙ୍କ ଦ୍ବାରା ପକାଯାଇଥିବା ବମରେ ଆମ ସେନା ପ୍ରତିଷ୍ଠାନର କୌଣସି କ୍ଷତି ହୋଇନାହିଁ।  ତେବେ ତାଙ୍କର ମିଗ୍-୧୬କୁ ଆମର ମିଗ୍-୨୧ ନଷ୍ଟ କରିବାରେ ସକ୍ଷମ ହୋଇଥିଲା। ଆମର ମିଗ୍ ପିଓକେ(ପାକ୍ ଅଧିକୃତ କଶ୍ମୀର)ରେ ପଡିଥିଲା।  ଏରିୟଲ ଏନଗେଜମେଣ୍ଟରେ ଜଣେ ପାଇଲଟ୍ ପିଓକେରେ ପଡିଥିଲେ। ଯେଉଁଠାରୁ ତାଙ୍କୁ ବନ୍ଦୀ କରିଥିଲେ ପାକିସ୍ତାନୀ ସୈନ୍ୟ।

  ପାକିସ୍ତାନ ବହୁ ମିଛ ବୟାନ ଦେଇଛି। ୨ ଏୟାରକ୍ରାଫ୍ଟକୁ ନଷ୍ଟ କରିବା ଓ ୩ ଜଣ ପାଇଲଟଙ୍କୁ ମାରିଥିବା କଥା ମିଛ ଥିଲା। ପାକିସ୍ତାନ ପୂର୍ବରୁ କହୁଥିଲା ତା ପାଖରେ ଦୁଇଜଣ ପାଇଲଟ୍ ରହିଛନ୍ତି। କିନ୍ତୁ ସନ୍ଧ୍ୟା ବେଳକୁ କହିଲା ଜଣେ ପାଇଲଟ୍ ତା କବଜାରେ ଅଛନ୍ତି। ପାକିସ୍ତାନ କହିଥିଲା ମିଗ-୧୬ର ବ୍ୟବହାର କରିନାହିଁ। କିନ୍ତୁ ଏହାର ସବୁ ସିଗନେଚର, ମିଶାଇଲର କରିଛି କିନ୍ତୁ ରାଜୌରିରୁ ଏଭଳି ହତିଆରର ଅବଶେଷ ମିଳିଛି ଯାହା ଏଫ୍-୧୬ରେ ହିଁ ବ୍ୟବହାର ହୋଇଥାଏ।

ସ୍ଥଳସେନା ପକ୍ଷରୁ ମେଜର ଜେନେରାଲ ସୁରେନ୍ଦର ସିଂ ବହଲ କହିଛନ୍ତି ପାକିସ୍ତାନ ୨୬ ଫେବୃଆରୀରୁ ୩୫ଥର ଅସ୍ତ୍ରବିରତି ଉଲଂଘନ କରିଚି। ସେ ସେହି ତାରିଖ ରାତିରେ ଅସ୍ତ୍ରବିରତୀ ଉଲଂଘନ କରିଛି। ଯାହାର ଜବାବ୍ ଭାରତୀୟ ସେନା ଭଲ ଭାବରେ ଦେଇଥିଲେ। ୨୭ରେ ତାଙ୍କୁ ବାୟୁସେନା ଆମର ସେନା ପ୍ରତିଷ୍ଠାନ ଉପରେ ଟାର୍ଗେଟ କରିଥିଲା। ଏଥରେ ବ୍ରିଗେଡ୍, ହେଡକ୍ବାଟର, ବାଟାଲିୟନ ହେଡକ୍ବାଟର ଓ ଅନ୍ୟ ସେନା ପ୍ରତିଷ୍ଠାନ ସାମିଲ ଥିଲା। ଆମର ସତର୍କତା କାରରରୁ ତାଙ୍କର ଚେଷ୍ଟା ବିଫଳ ହୋଇଥିଲା। ଏଲଓସି ଓ ଆଇବି ଉପରେ ଆମେ ସମ୍ପୂର୍ଣ୍ଣ ସତର୍କତାର ସହ ଜବାବ୍ ଦେଇଥିଲା। ଏହା ପରେ ନେଭିର ରିୟର ଆଡମିରାଲ ଦଲବୀର ସିଂ ଗୁଜରାଲ କହିଛନ୍ତି ପାକିସ୍ତାନ ଯଦି ସମୁଦ୍ର ସୀମା କୌଣସି ଭାବରେ ପଶିବାର ଚେଷ୍ଟା କରେ ତେବେ ମୁଁ ଆପଣଙ୍କୁ ଭରଷା ଦେଉଛି ଏହାର କଡା ଜବାବ୍ ଦିଆଯିବ। ଆମେ ନିଜର ଦେଶ ଓ ଜନତାଙ୍କ ସୁରକ୍ଷାର ସମ୍ପୂର୍ଣ୍ଣ ଭରଷା ଦେଉଛୁ। ଆମେ ସବୁ ଏକାଠି ମିଶି ଠିଆ ହୋଇଛୁ।

ସମ୍ବନ୍ଧିତ ଖବର