ଘରେ ପଶି ସେନାର ଯବାନଙ୍କୁ ହତ୍ୟାକଲେ ଆତଙ୍କବାଦୀ

ଶ୍ରୀନଗର,୬।୪: ଜମ୍ମୁ ଓ କଶ୍ମୀରର ସୋପୋର ଜିଲ୍ଲାର ବାରପୋରା ଅଞ୍ଚଳରେ ଆଜି ଆତଙ୍କବାଦୀମାନେ ସେନାର ଜଣେ ଯବାନଙ୍କ ଘରେ ପଶି ତାଙ୍କୁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି । ଯବାନ ଜଣଙ୍କ ଛୁଟିରେ ତାଙ୍କ ଘରକୁ ଯାଇଥିବା ବେଳେ ଆତଙ୍କବାଦୀମାନେ ତାଙ୍କ ଘରେ ପଶି ହତ୍ୟା କରିଥିବା ସୂଚନା ମିଳିଛି । ଶହୀଦ ଯବାନଙ୍କ ନାମ ମହମ୍ମଦ ରଫି ୟାତୁ ଭାବରେ ଚିହ୍ନଟ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀମାନେ ତାଙ୍କ ଘରେ ପଶିବା ପରେ ଆଖିବୁଜା ଗୁଳି ବର୍ଷଣ କରିଥିଲେ। ଯବାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।