ଭାରତର ମାଟିରେ ପାଦ ଦେବା ଆଗରୁ ହିଁ ନିପାତ ହୋଇଯାଉଛନ୍ତି ଶତ୍ରୁ, ଲଞ୍ଚିଂ ପ୍ୟାଡରେ ହେଉଛି ଷ୍ଟ୍ରାଇକ୍ : ରାଜନାଥ ସିଂ

ନୂଆଦିଳ୍ଳୀ,୧୯।୪: ଦେଶର ମାଟି ଉପରେ ପାଦ ରଖିବା ପୂର୍ବରୁ ଭାରତୀୟ ସେନା ଶତ୍ରୁ ଶେଷ କରିବାରେ ଲାଗିଛି। ଯେ କୌଣସି ସ୍ଥିତିରେ ଆମ ସେନା ଦେଶର ରକ୍ଷା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଇ ସିଂ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତୀୟ ସୁରକ୍ଷାକର୍ମୀ ଇଣ୍ଟେଲିଜେନ୍ସି ବିଶିଷ୍ଟ ଷ୍ଟ୍ରାଇକ୍ ଜରିଆରେ ଲଞ୍ଚି ପ୍ୟାଡରେ ପଶି ଶତ୍ରୁକୁ ମାରୁଛି।

ଉଲ୍ଲେଖନୀୟ ଯେ, ଗୋଟିଏ ପଟେ ସାରା ବିଶ୍ବ କରୋନା ଭାଇରସର ମୁକାବିଲ କରିବା ସମୟରେ ଅନ୍ୟପକ୍ଷେ ପାକିସ୍ତାନ ଗତ କିଛି ଦିନ ହେବ ଅସ୍ତ୍ରବିରତୀ ନୀତିର ଉଲଘଂନ କରିବାରେ ଲାଗିଛି। ସେନା ଏହାର କହା ଜବାବ୍ ଦେଉଛି। ସେନାର ପାଲଟା ଆକ୍ରମଣରେ ପାକିସ୍ତାନର ବହୁ ସୈନିକ ଓ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନା ପିଓକେରେ ଆତଙ୍କବାଦୀଙ୍କ ଲଞ୍ଚିଂ ପ୍ୟାଡକୁ ଉଡାଇ ଦେଇଥିଲା।

ସାକ୍ଷାତକାର ସମୟରେ ରାଜନାଥ କୋଭିଡ୍-୧୯ର ମୁକାବିଲ ଦିଗ ଉପରେ ମଧ୍ୟ ଆଲୋଚନା କରିଥିଲେ। ସେ କହିଥିଲେ, ଏଭଳି ସଙ୍କଟଜନକ ସ୍ଥିତିରେ ଯୁଦ୍ଧ ସ୍ତରରେ କାମ ଚାଲିଛି ଓ ସରକାରଙ୍କ ସମସ୍ତ ଏଜେନ୍ସି ଏକାଠି କାମ କରୁଛନ୍ତି। ସେ ସେନା ଓ କରୋନାରୁ ବଞ୍ଚିବାର ପ୍ରସ୍ତୁତିକୁ ନେଇ ସ୍ଥିତି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ସେନାର ତିନି ବାହିନୀରେ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ନିଜର କାମ ଜାରି ରଖିଛନ୍ତି। ଅନ୍ୟସ୍ଥାନରୁ ଆସିଥିବା ଯବାନଙ୍କୁ କ୍ବାରେଣ୍ଟାଇନରେ ୧୪ ଦିନ ରଖାଯାଉଛି। ଯବାନଙ୍କୁ ପ୍ରତିଦିନ ଡାଏରୀ ମେଣ୍ଟେନ କରିବାକୁ କୁହାଯାଇଛି। ସେମାନେ କାହାକୁ କାହାକୁ ସାକ୍ଷତ କରିଛନ୍ତି ତାହା ଉପରେ ମଧ୍ୟ ନଜର ରଖାଯାଉଛି। ଯେଉଁ ଯବନାଙ୍କ ନିକଟରେ କରୋନା ଭାଇରସର ଲକ୍ଷଣ ନାହିଁ ତାଙ୍କୁ ସୀମାରେ ମୁତୟନ କରାଯାଉଛି ବୋଲି କହିଛନ୍ତି ରାଜନାଥ।

   ସମ୍ବନ୍ଧିତ ଖବର


ମୁଣ୍ଡରେ ଓଢଣୀ ଦେଇ ଓ ହାତ ଯୋଡି ନିର୍ବାଚନ ପ୍ରଚାରରେ ଲାଲୁଙ୍କ ବୋହୂ, ବାପା ଚନ୍ଦ୍ରିକା ରାୟଙ୍କ ପାଇଁ ମାଗୁଛନ୍ତି ଭୋଟ୍

କୋକେଇରେ ବସି ନିର୍ବାଚନ ପ୍ରଚାର, ଏପର୍ଯ୍ୟନ୍ତ ୧୧ ଥର ହାରି ସାରିଲେଣି

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ନିର୍ବାଚନ ସଭାରେ ଉଦବୋଧନ ବେଳେ ସଭାମଞ୍ଚରୁ ଗଳି ପଡିଲେ କଂଗ୍ରେସ ନେତା, ଦେଖନ୍ତୁ ଭିଡିଓ…

କୋଠା ଉପରେ ସ୍କର୍ପିଓ ଡିଜାଇନ୍‌ର ପାଣିଟାଙ୍କି, ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼

କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ନଦୀବନ୍ଧ ମରାମତି ପାଇଁ ୧୦,୦୦୦ କୋଟି ମଞ୍ଜୁରୀ, ଚୟନ ହୋଇଥିବା ନଦୀବନ୍ଧ ମଧ୍ୟରୁ ୩୬ଟି ଓଡ଼ିଶାର