PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଜନ୍ମଦିନରେ ସଲମାନଙ୍କୁ ସବୁଠୁ ମୂଲ୍ୟବାନ ଉପହାର ଦେଲେ ସାନ ଭଉଣୀ ଅର୍ପିତା, ଦ୍ବିତୀୟ ଥର ପାଇଁ ହେଲେ ମାମୁଁ

ମୁମ୍ବାଇ,୨୭।୧୨: ବଲିଉଡର ଦବଙ୍ଗ ସଲମାନ ଖାନ୍ ଆଜି ନିଜର ୫୪ ତମ ଜନ୍ମଦିନ ପାଳନ କରିଛନ୍ତି। ସଲମାନଙ୍କୁ ଚାରିଆଡୁ ଜନ୍ମଦିନର ଶୁଭେଚ୍ଛା ମିଳିବାରେ ଲାଗିଛି। ଏହା ସହିତ ଜନ୍ମିଦନରେ ସଲମାନଙ୍କ ପାଇଁ ସବୁଠାରୁ ବଡ ଉପହାର ମିଳିଛି। ଏହି ଉପହାର ହେଲା ସଲମାନ ପୁଣିଥରେ ହୋଇଛନ୍ତି ମାମୁଁ। ସାନ ଭଉଣୀ ଅର୍ପିତା ଖାନ୍ ଆଜି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଯାହାଫଳରେ ଏବେ ଖାନ୍ ଫ୍ୟାମିଲରେ ଆରମ୍ଭ ହୋଇଛି ଡବଲ ସେଲିବ୍ରେସନ୍।

ଅର୍ପିତା ତାଙ୍କ ଭାଇ ସଲମାନଙ୍କୁ ଜନ୍ମଦିନରେ ଦ୍ବିତୀୟ ଥର ମାମୁଁ କରିବା ପାଇଁ ପୂର୍ବରୁ ହିଁ ପ୍ଲାନିଂ କରି ରଖିଥିଲେ। ଏବେ ଅର୍ପିତା ମୁମ୍ବାଇର ହିନ୍ଦୁଜା ହସ୍ପିଟାଲାରେ ଆଡମିଟ୍ ଅଛନ୍ତି। ଡେଲିଭରି ସମୟରେ ତାଙ୍କ ସହ ସମ୍ପୂର୍ଣ୍ଣ ଖାନ୍ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ରିପୋର୍ଟ ଅନୁସାରେ, ଅର୍ପିତା ସି-ସେକ୍ସନ ଜରିଆରେ ଏହି ଶିଶୁକନ୍ୟା ଜନ୍ମ ଦେଇଛନ୍ତି।

ଉଲ୍ଲେଖନୀୟ ଯେ, ଅର୍ପିତାଙ୍କର ଏହା ହେଉଛି ଦ୍ବିତୀୟ ସନ୍ତାନ। ପୂର୍ବରୁ ସେ ଏକ ପୁତ୍ର ସନ୍ତାନର ମା’ ମଧ୍ୟ ହୋଇସାରିଛନ୍ତି।  ଅର୍ପିତାଙ୍କ ପୁଅର ନାଁ ହେଉଛି ଆହିଲା। ସଲମାନ ଏବଂ ଆହିଲଙ୍କ ଭିତରେ ଖୁବ୍ ଭଲ ବଣ୍ଡିଂ ଥିବାର ମଧ୍ୟ ବହୁବାର ଦେଖିବାକୁ ମିଳିଛି। ଏବେ ଗେହ୍ଲୀ ସାନ ଭଉଣୀ ତାଙ୍କୁ ଜନ୍ମଦିନରେ ଦ୍ବିତୀୟ ଥର ମାମୁଁ ହେବାର ଅମୂଲ୍ୟ ଉପହାର ଦେଇଛନ୍ତି। ଏପରିକି ସଲମାନଙ୍କ ଯେତେବେଳେ ତାଙ୍କ ଜନ୍ମଦିନରେ କ’ଣ କରିବେ ବୋଲି ପଚରା ଯାଇଥିଲା? ସେ କହିଥିଲେ, ମୋର ଜନ୍ମଦିନ ପାଳନ କରିବାର କିଛି ପ୍ଲାନିଂ ନାହିଁ, ମୋ ଭଉଣୀ ଅର୍ପିତା ପ୍ରେଗନେଣ୍ଟ ଅଛନ୍ତି। ତେଣୁ ମୁଁ ନିଜର ସବୁ ସମୟ ତାଙ୍କ ସହ ବିତାଇବି।

ସମ୍ବନ୍ଧିତ ଖବର