ଦୁଷ୍କର୍ମ ମାମଲାରେ ଅଭିନେତା ପରେଶ ରାଓ୍ବଲଙ୍କ ଡ୍ରାଇଭର ଗିରଫ,ରେପ୍ କରି ପୀଡିତାଙ୍କ ଭିଡିଓକୁ ଇଣ୍ଟରନେଟରେ ଛାଡିଥିଲା ଅଭିଯୁକ୍ତ

ମୁମ୍ବାଇ,୨୪।୮:ବଲିଉଡ ଅଭିନେତା ପରେଶ ରାଓ୍ବଲଙ୍କ ଡ୍ରାଇଭରଙ୍କୁ ଦୁଷ୍କର୍ମ ଅଭିଯୋଗ​ରେ କରାଯାଇଛି ଗିରଫ। ପୋଲିସର କହିବାନୁସାରେ,ଜଣେ ୩୫ବର୍ଷ ବୟସ୍କା ମହିଳାଙ୍କ ଅଭିଯୋଗରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇ ତାକୁ ଗିରଫ କରାଯାଇଛି। ପରେଶଙ୍କର ଡ୍ରାଇଭର ଥିବା ଏହି ଦୁଷ୍କର୍ମ ଅଭିଯୁକ୍ତର ନାଁ ଅଶୋକ ବୋଲି ଜଣାପଡଇଛଇ। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ,   ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରି  ତାଙ୍କ ଭିଡିଓ ପ୍ରସ୍ତୁତ କରିଥିଲା। ଏହାପରେ ଏବେ ସେ ତାଙ୍କୁ  ବ୍ଲାକମେଲ୍ କରୁଛି। କେବଳ ଏତିକି ନୁହେଁ, ସେ ଭିଡିଓକୁ ଇଣ୍ଟରନେଟରେ ମଧ୍ୟ ଅପଲୋଡ କରି ଦେଇଛି।

ଉଲ୍ଲେଖନୀୟ ଯେ, ଗତ ୧୬ତାରିଖରେ ଡିଏନ ନଗର ପୋଲିସ୍ ଷ୍ଟେସନର ଏକ ଟିମ୍ ପରେଶଙ୍କ ଘରକୁ ଅଭିଯୁକ୍ତକୁ ଗିରଫ କରିବା ଲାଗି ଆସି ପହଞ୍ଚିଥିଲେ। ଏହା ପରେ ଘରର ଅନ୍ୟ ଡ୍ରାଇଭରଙ୍କ ସହାୟତାରେ ପୋଲିସ୍ ଦୁଇ ଦିନ ତଳେ ଅଶୋକକୁ ଜୁହୁ ଅଞ୍ଚଳରୁ ଗିରଫ କରିଥିଲା। ଏହି ମାମଲାରେ ଅଭିନେତା ପରେଶ ରାଓ୍ବଲଙ୍କ ତରଫରୁ କୌଣସି ବୟାନ ସାମନାକୁ ଆସିନାହିଁ।ଉଲ୍ଲେଖନୀୟ ଯେ, ଅଶୋକ ଗତ ୧୦ ବର୍ଷ ହେବ ପରେଶ ରାଓ୍ବଲଙ୍କ ଘରେ ଡ୍ରାଇଭର ଥିଲା।

   ସମ୍ବନ୍ଧିତ ଖବର


ମୋବାଇଲ୍‌ ଲୁଟି ଛେଚା ଖାଇଲେ ଯୁବକ

ଆଦିତ୍ୟ ମୃତ୍ୟୁ ଘଟଣା- କ୍ରାଇମ୍ ବ୍ରାଂଚରେ ହାଜର ହେଲେ ଏକ୍ସ ଗର୍ଲ ଫ୍ରେଣ୍ଡ କୁହାଯାଉଥିବା ଚିନ୍ମୟୀ

ଚଳନ୍ତା ବସ୍‌ରେ ଗଣଦୁଷ୍କର୍ମ…ଡ୍ରାଇଭର ଓ କଣ୍ଡକ୍ଟର ରାତି ସାରା କଲେ ଏମିତି କାଣ୍ଡ

ଡ୍ରଗ୍ସ ଚାଟ୍‌ ଓ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ ଆଡମିନ୍‌ ଥିବା ମାନିଲେ ଦୀପିକା ପାଦୁକନ୍‌-କରନ ଜୋହରଙ୍କ କମ୍ପାନିର କ୍ଷୀତିଜ ରବିପ୍ରସାଦ ଗିରଫ

ସ୍ତ୍ରୀର ଜୀବନ ନେଲା ସ୍ୱାମୀ ! ନୃଶଂସ ଭାବେ କଲା ହତ୍ୟା

୧୭୦ କିଲୋ ଗଞ୍ଜେଇ ଜବତ କରି ପୋଲିସ କହିଲା ୯୨୦ ଗ୍ରାମ୍, ବାକି ସବୁକୁ ବିକ୍ରି କରି ପାଇଲେ ଲକ୍ଷାଧିକ ଟଙ୍କା