ଆର୍ଥ୍ରାଇଟିସ୍ ଔଷଧରେ ଭଲ ହେବ କରୋନା : ଅଧ୍ୟୟନ

ପ୍ୟାରିସ୍‌ ୨୭ /୦୪ : କରୋନା ଭାଇରସ୍ କୋଭିଡ୍‌-୧୯ର ଔଷଧ ବାହାର କରିବା ନେଇ ସାରା ବିଶ୍ୱରେ ତତ୍ପରତା ଲାଗି ରହିଥିବା ବେଳେ, ଫ୍ରେନ୍ସ  କ୍ଲିନିକାଲ ଷ୍ଟଡ଼ି ଏକ ରିପୋର୍ଟ ଦେଇଛି। ଆଉ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି।

ପ୍ରକାଶିତ ସୂଚନା ମୁତାବକ , କରୋନା ପାଇଁ ଖୁବ୍‌ ଉପଯୋଗୀ ସାବ୍ୟସ୍ତ ହେବ ଆର୍ଥାଇଟିସ୍‌ ଔଷଧ। ଗୁରୁତର କୋଭିଡ୍-୧୯ ରୋଗୀଙ୍କୁ ଉପଶମ ଦେବ ଏହି ଆର୍ଥ୍ରାଇଟିସର ଏହି tocilizumab ଡ୍ରଗ୍ସ।

ପ୍ୟାରିସ୍‌ ୟୁନିଭରସିଟି ହସ୍ପିଟାଲ ଟ୍ରଷ୍ଟ (AP-HP) ଦ୍ୱାରା କରାଯାଇଥିବା ଅଧ୍ୟୟନରେ ଦେଖିବାକୁ ମିଳିଛି ୧୨୯ ଜଣ ଲୋକ ଗୁରୁତର ଓ ମଧ୍ୟମ ଧରଣର ଭାଇରାଲ ନିମୋନିଆରେ ପୀଡ଼ିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ଯାହାକି କୋଭିଡ୍-୧୯ର ୫-୧୦ ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ଦେଖାଦେଇଥାଏ। ସେଥିରୁ ଅଧା ରୋଗୀଙ୍କୁ ଆଣ୍ଟିବାୟୋଟିକ୍ସ ସହ  ଷ୍ଟାଣ୍ଡାର୍ଡ ଟ୍ରିଟମେଣ୍ଟ ଓ ଆର୍ଥ୍ରାଇଟିସର tocilizumabର ଦୁଇଟି ଲେଖାଏଁ ଇଜେକ୍ସନ ଦିଆଯାଇଥିଲା ।  ଆଉ ଏହା ଫଳପ୍ରଦ ସାବ୍ୟସ୍ତ ହୋଇଥିଲା ଏବଂ ନିୟନ୍ତ୍ରଣରେ ଥିବା ରୋଗୀଙ୍କୁ କେବଳ ମଧ୍ୟମ ଧରଣର ଚିକିତ୍ସା କରାଯାଇଥିଲା ।

ଏହି ଫଳାଫଳକୁ ଏବେ ପ୍ରକାଶିତ କରାଯାଇ ନାହିଁ । ଏଥିରେ ସଂପୃକ୍ତ ଥିବା ରିସର୍ଚ୍ଚ ଟିମ୍ କହିଛନ୍ତି , ଯେ  tocilizumab ଟ୍ରିଟମେଣ୍ଟ ସଂପୂର୍ଣ୍ଣ ରୂପେ କ୍ଲିନିକାଲ ବେନିଫିଟ୍‌ ଦେଖାଇଛି । ପ୍ୟାରିସ୍‌ ୟୁନିଭରସିଟି ହସ୍ପିଟାଲ ଟ୍ରଷ୍ଟ (AP-HP) କହିଛି ଏହାକୁ ଅଫିସିଆଲ ପ୍ରକାଶିତ କରିବା ପୂର୍ବରୁ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପାଇଁ ପ୍ରକାଶିତ କରାଯିବ ପାଇଁ ବିଚାର କରାଯିବ।

Tocilizumab ,ଆକ୍ଟେମ୍ରା ଓ ରୋଏସିମଟ୍ରା ଭଳି ଦୁଇଟି ବ୍ରାଣ୍ଡରେ ସାଧାରଣତଃ ରିଉମାଟଏଡ୍‌ ଆର୍ଥ୍ରାଇଟିସର ଚିକିତ୍ସା ପାଇଁ  ବ୍ୟବହାର କରାଯାଉଛି ।

   ସମ୍ବନ୍ଧିତ ଖବର


ମୁଣ୍ଡରେ ଓଢଣୀ ଦେଇ ଓ ହାତ ଯୋଡି ନିର୍ବାଚନ ପ୍ରଚାରରେ ଲାଲୁଙ୍କ ବୋହୂ, ବାପା ଚନ୍ଦ୍ରିକା ରାୟଙ୍କ ପାଇଁ ମାଗୁଛନ୍ତି ଭୋଟ୍

କୋକେଇରେ ବସି ନିର୍ବାଚନ ପ୍ରଚାର, ଏପର୍ଯ୍ୟନ୍ତ ୧୧ ଥର ହାରି ସାରିଲେଣି

ନିର୍ବାଚନ ସଭାରେ ଉଦବୋଧନ ବେଳେ ସଭାମଞ୍ଚରୁ ଗଳି ପଡିଲେ କଂଗ୍ରେସ ନେତା, ଦେଖନ୍ତୁ ଭିଡିଓ…

କୋଠା ଉପରେ ସ୍କର୍ପିଓ ଡିଜାଇନ୍‌ର ପାଣିଟାଙ୍କି, ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼

କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ନଦୀବନ୍ଧ ମରାମତି ପାଇଁ ୧୦,୦୦୦ କୋଟି ମଞ୍ଜୁରୀ, ଚୟନ ହୋଇଥିବା ନଦୀବନ୍ଧ ମଧ୍ୟରୁ ୩୬ଟି ଓଡ଼ିଶାର

ଭାରତୀୟ ସେନା ଲଞ୍ଚ କଲା ସ୍ବଦେଶୀ ମେସେଜିଂ ଆପ୍ SAI, ହ୍ବାଟସଆପ୍‌ଠାରୁ ମଧ୍ୟ ଆହୁରି ସୁରକ୍ଷିତ