ବରୁଣ ଧଓ୍ବନ,ନିତୁ କପୁରଙ୍କ ସହ ଫିଲ୍ମ ନିର୍ଦେଶକ କରୋନା ପଜିଟିଭ, ବନ୍ଦ ହେଲା ସୁଟିଂ

ମୁମ୍ବାଇ,୪।୧୨: ଆଜିକାଲି ସାରା ଦେଶରେ କରୋନା ଭାଇରସର ଦ୍ବିତୀୟ ଲହର ଆରମ୍ଭ ହୋଇଯାଇଛି। ଅନଲକ୍ ପରେ ବଲିଉଡ ଇଣ୍ଡଷ୍ଟ୍ରୀରେ ଯୋରଦାର କାମ ଆରମ୍ଭ ହୋଇଛି। ଫିଲ୍ମର ସୁଟିଂ ପାଇଁ ବଲିଉଡ ଷ୍ଟାର ବିଭିନ୍ନ ସ୍ଥାନରେ ସୁଟିଂ କରୁଛନ୍ତି। ସେଭଳି ଏହା ଭିତରେ ଆସିବାକୁ ଥିବା ଏକ ଫିଲ୍ମର କାଷ୍ଟ ସମ୍ପର୍କିତ ଆଶ୍ଚର୍ଯ୍ୟଜନକ ଖବର ଆସୁଛି। ଅପକମିଂ ଫିଲ୍ମ ‘‘ଯୁଗ୍ ଯୁଗ୍ ଜିୟୋ’ର ବହୁ କଳାକାର କରୋନା ପଜିଟିଭ ଜଣାପଡିଛନ୍ତି। କୁହାଯାଉଛି ଯେ, ଫିଲ୍ମର ଲିଡ୍ ନିତୁ କପୁର, ବରୁର ଧଓ୍ବନ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ଅନିଲ କପୁରଙ୍କ ରିପୋର୍ଟ ନେଗେଟିଭ ଆସିଛି।

ଉଲ୍ଲେଖନୀୟ ଯେ, ‘ଯୁଗ୍ ଯୁଗ୍ ଜିୟୋ’ ଫିଲ୍ମର ଲିଡ୍ ଅଭିନେତାଙ୍କୁ କରୋନା ହୋଇଛି। ଫିଲ୍ମରେ ଅନିଲ କପୁର ଓ ଅଭିନେତ୍ରୀ କିୟାରା ଆଡଭାନୀଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ତେବେ ନିତୁ କପୁର ଓ ବରୁଣ ଧଓ୍ବନଙ୍କୁ କରୋନା ହୋଇଥିବା ନେଇ ରିପୋର୍ଟରୁ ଜଣାପଡିଛି। ନିକଟରେ ଏହି ସମସ୍ତେ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ।  କିଛି ମିଡିଆ ରିପୋର୍ଟ ଅନୁସାରେ, କିୟାରା ଆଡଭାନୀ ଓ ଫିଲ୍ମ ନିର୍ଦେଶକ ରାଜ ମେହେତା କରୋନା ସଂକ୍ରମିତ ଜଣାପଡିଛନ୍ତି। ଏପର୍ଯ୍ୟନ୍ତ କୌଣସି ସେଲିବ୍ରିଟି ନିଜେ ସୂଚନା ଦେଇ ନାହାନ୍ତି।