ସୁଷମା ସ୍ବରାଜଙ୍କ ଠାରୁ ଭିନ୍ନ ରହିଥିଲା ଜେଟଲୀଙ୍କ ଅନ୍ତିମ ଯାତ୍ରା,ଜାଣନ୍ତୁ କାହିଁକି ଅଣା ଯାଇଥିଲା ଗନ୍ କ୍ୟାରେଜରେ

ନୂଆଦିଲ୍ଲୀ,୨୫।୮: ଦେଶର ବରିଷ୍ଠ ନେତା ଓ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ପାର୍ଥିବ ଶରୀରକୁ ଗନ୍ କ୍ୟାରେଜରେ ନିବମବୋଧ ଘାଟକୁ ଅନ୍ତିମ ସଂସ୍କାର ପାଇଁ ଅଣାଯାଇଥିଲା। ତେବେ ସୁଷମା ସ୍ବରାଜଙ୍କ ଅନ୍ତିମ ସଂସ୍କାର ବେଳେ ତାଙ୍କୁ ଗନ୍ କ୍ୟାରେଜରେ ଅଣାଯାଇନଥିଲା। ଜେଟଲୀଙ୍କ ଅନ୍ତିମ ଯାତ୍ରାରେ ଗନ୍ କ୍ୟାରେଜରେ ଅଣାଯାଇଥିଲା। ତେବେ ସୁଷମା ସ୍ବରାଜଙ୍କୁ କାହିଁକି ଗନ୍ କ୍ୟାରେଜରେ ଅଣାଯାଇନଥିଲା ଏହାର କାରଣ ମଧ୍ୟ ରହିଛି ଭିନ୍ନ। କାରଣ ହେଉଛି ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପାର୍ଥୀବ ଶରୀରକୁ ଗନ୍ କ୍ୟାରେଜରେ ଅଣାଯିବାର ରହିଛି ନିୟମ।

ଜେଟଲି ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ, ତେଣୁ ତାଙ୍କର ପାର୍ଥିବ ଶରୀରକୁ  ଆଜି ଅନ୍ତିମ ସଂସ୍କାର ପୂର୍ବରୁ ଗନ୍ କ୍ୟାରେଜ(ସୈନ୍ୟ ବାହାନ)ରେ ଅଣାଯାଇଥିଲା। ପ୍ରାୟ  ସକାଳ ୧୦ଟା ୫୮ ମିନିଟରେ ଫୁଲରେ ସଜାଇକି ବିଜେପି ମୁଖ୍ୟାଳୟକୁ ଅଣାଯାଇଥିଲା। ତାଙ୍କ ସହିତ ଏହି ସମୟରେ ବିଜେପିର ବହୁ ନେତା ଆସିଥିଲେ। ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଦଳର ବରିଷ୍ଠ ନେତା ରହିଥିଲେ।

ଉଲ୍ଲେଖନୀୟ ଯେ, ଗତକାଲି ପୂର୍ବତନ ଅର୍ଥମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲିଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ଗତ ୯ ତାରିଖରୁ ସେ ଏମ୍ସ ହସ୍ପିଟାଲରେ ଚିକତ୍ସାଧୀନ ରହିଥିଲେ। ଗତ କିଛି ଦିନ ହେବ ଟିସୁ କ୍ୟାନସରରେ ପୀଡିତ ରହିଥିଲେ।

   ସମ୍ବନ୍ଧିତ ଖବର


କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍

ବିହାରର ସେହି ଦିନକୁ ମନେପକାଅ, ଯେତେବେଳେ ଡ଼ରୁଥିଲେ ମାଆମାନେ : ସ୍ମୃତି ଇରାନୀ

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ

ସାଂସଦଙ୍କୁ ହତ୍ୟା ପାଇଁ ୨ କୋଟିର ସୁପାରି! ଏହି ଗ୍ୟାଙ୍ଗର ନାଁ ଆସିଲା