ଥରେ ମଧ୍ୟ ଲୋକସଭା ନିର୍ବାଚନ ଜିତିନଥିଲେ ଜେଟଲୀ,ତଥାପି ଥିଲେ ରାଜନୀତିର ପୁରୋଧା, ଜାଣନ୍ତୁ ତାଙ୍କ ରାଜନୈତିକ ଓ ବ୍ୟକ୍ତିଗତ ଜୀବନ ସମ୍ପର୍କରେ…

ନୂଆଦିଲ୍ଲୀ,୨୪।୮: ଦୀର୍ଘ ସମୟ ଧରି ଟିସୁ କ୍ୟାନସର ରୋଗରେ ପୀଡିତ ଥିବା ବିଜେପି ବରିଷ୍ଠ ନେତା ଓ ପୂର୍ବତନ  ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କର ଆଜି ପରଲୋକ ଘଟିଛି। ଗତ ୯ ତାରିଖରୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ସେ ଭର୍ତ୍ତି ଥିଲେ। ଅରୁଣ ଜେଟଲି ଏଭଳି ଜଣେ ନେତା ଥିଲେ, ଯିଏକି ନିଜର ରାଜନୈତିକ କ୍ୟାରିୟରରେ କୌଣସି ଲୋକସଭା ନିର୍ବାଚନ ଜିତିନଥିଲେ, ଏହାପରେ ମଧ୍ୟ ରାଜନୀତିର ପୁରୋଧା ତାଙ୍କୁ ମନେକରାଯାଉଥିଲା। ଜେଟଲି, ଖରାପ ସମୟରେ ସବୁବେଳେ ଦଳର ପାଇଁ ମଜବୁତ ଭାବରେ ଠିଆ ହୋଇ ରହିଥିଲେ। ସଂସଦ ଭିତରେ ଖରାପ ସମୟ ହେଉ କିମ୍ବା କୋର୍ଟରେ, ସେ ସବୁଠାରେ ନିଜର ଦକ୍ଷତାକୁ ପ୍ରମାଣିତ କରିସାରିଛନ୍ତି। ତେବେ ଆସନ୍ତୁ ଜାଣିବା ଜେଲଟଲିଙ୍କ ରାଜନୈତିକ ଓ ବ୍ୟକ୍ତିଗତ ଜୀବନ ସମ୍ପର୍କରେ।

୧୯୫୨ ମସିହା ଡିସେମ୍ବର ୨୮ ତାରିଖରେ ଜନ୍ମ ହୋଇଥିଲେ ଅରୁଣ ଜେଟଲୀ।  ବିଶିଷ୍ଟ ଆଇନଜୀବି ମହାରାଜ କିଶନ ଜେଟଲି ଓ ମା ରତନ ପ୍ରଭାଙ୍କ କୋଳମଣ୍ଡନ କରିଆସିଥିଲେ ଅରୁଣ। ତାଙ୍କ ବାପା ଗୁଜରାଟର ମୂଳ ବାସିନ୍ଦା ଥିଲେ ହେଲେ ଆଇନ ବ୍ୟବସାୟ ଲାଗି ଦିଲ୍ଲୀର  ସ୍ଥାୟୀ ବାସିନ୍ଦା ହୋଇଯାଇଥିଲେ। ଦିଲ୍ଲୀରେ ଅରୁଣଙ୍କ ବାଲ୍ୟ, ଶୈଶବ, କୈଶୋର ଓ ଯୌବନାବସ୍ଥା ସାଙ୍ଗକୁ ସାରା ଜୀବନ କଟିଛି। ୧୯୫୭ ମସିହାରେ ଦିଲ୍ଲୀ ସେଣ୍ଟ ଜାଭିୟର ସ୍କୁଲରେ ତାଙ୍କର ଆଡମିଶନ ହୋଇଥିଲା। ୧୯୬୯ ରେ ସ୍କୁଲ ଶିକ୍ଷା ସମାପ୍ତ କରି ଶ୍ରୀ ରାମ କଲେଜ ଅଫ କମର୍ସରେ ବିକମ୍ କରିଥିଲେ। ୧୯୭୭ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ସେ ଓକିଲାତି ଡିଗ୍ରୀ ହାସଲ କରିଥିଲେ। ଜେଟଲୀ ପିଲାବେଳୁ ଜଣେ ମେଧାବୀ ଛାତ୍ର ଥିଳେ, ତାଙ୍କୁ ଏକାଡେମୀକ କ୍ୟାରିୟରରେ ସମ୍ମାନିତ କରାଯାଇଥିଲା। ସ୍କୁଲ ପାଠ୍ୟକ୍ରମ ବ୍ୟତୀତ ଅତିରିକ୍ତ ଗିତିବିଧିରେ ମଧ୍ୟ ଭାଗ ନେଉଥିଲେ। ଏଥିପାଇଁ ସେ ବହୁ ପୁରସ୍କାର  ପାଇଥିଲେ। ଜେଟଲୀଙ୍କ ରାଜନୈତିକ ଜୀବନର ଆରମ୍ଭ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ହୋଇଥିଲା। ୧୯୭୪ରେ ଡିୟୁ ଛାତ୍ର ସଂଗଠନର ଅଧ୍ୟକ୍ଷ ଥିଲେ। ୨୪ ମଇ ୧୯୮୨ରେ ଜେଟଲିଙ୍କ ବିବାହ ସଙ୍ଗୀତା ଜେଟଲୀଙ୍କ ସହିତ ହୋଇଥିଲା। ଦୁହିଁଙ୍କର  ପୁଅ ରୋହନ ଏବଂ ଝିଅ ସୋନାଲି ଅଛନ୍ତି।

ଜେଟଲୀ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବି ଥିଲେ। ସେ ନିଜର ରାଜନୈତିକ ଅନୁଭବରୁ ବଡ ବଡ ମାମଲାରେ ଦଳ ଓ ସରକାରଙ୍କୁ ପଥପ୍ରଦର୍ଶନ କରିଥିଲେ। ମୋଦି ଓ ଶାହଙ୍କ ଖୁବ୍ ନିକଟତମ ରହିଥିବା ଜେଟଲି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କର ମଧ୍ୟ ଖୁବ୍ ପସନ୍ଦଯୋଗ୍ୟ  ରାଜନେତା ଥିଲେ। ଜେଟଲି ୧୯୭୫ରେ ଜରୁରୀକାଳୀନ ସମୟରେ ଇନ୍ଦିରା ଗାନ୍ଧି ସରକାରଙ୍କ ବିରୋଧରେ ଆନ୍ଦୋଳନରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ। ସେତେବେଳେ ସେ ଯୁବମୋର୍ଚ୍ଚାର ସଂଯୋଜକ ଥିଲେ। ସେତେବେଳେ ତାଙ୍କୁ ପ୍ରଥମେ ଅମ୍ବାଲା ଜେଲ ଓ ପରେ ତିହାର ଜେଲରେ ରଖାଯାଇଥିଲା।

୧୯୭୫ରେ ଜେଲଟି ସକ୍ରିୟ ରାଜୀନିତରେ ପଦାର୍ପଣ କରିଥିଲେ। ୧୯୯୧ରେ ସେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ହୋଇଥିଲେ। ପ୍ରସଙ୍ଗ ଓ ରାଜନୀତିକୁ ଅଧିକ ଭଲ ଭାବରେ ବୁଝି ପାରୁଥିବା ଜେଟଲୀ ୧୯୯୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଥିଲେ। ୧୯୯୯ ନିର୍ବାଚନରେ ବାଜପେୟୀଙ୍କ ନେତୃତ୍ବରେ ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟ(ଏନଡିଏ) ସରକାର କ୍ଷମତାରେ ଆସିତିଲା। ସେତେବେଳେ ବାଜପେୟୀଙ୍କ ସରକାରରେ ଜେଟଲି ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ(ସ୍ବତନ୍ତ୍ର) ଥିଲେ। ୨୩ ଜୁଲାଇ ୨୦୦୦ରେ କେନ୍ଦ୍ରୀୟ ଆଇନ, ନ୍ୟାୟ ଓ କମ୍ପାନୀ ମାମଲାର କ୍ୟାବିନେଟ୍ ମନ୍ତ୍ରୀ ରାମ ଜେଠମାଲାନୀ ଇସ୍ତଫା ଦେଇଥିଲେ। ତାଙ୍କ ପରେ ଏହି ବିଭାଗର ଅତିରିକ୍ତ ଦାୟିତ୍ବ ଜେଟଲୀଙ୍କୁ ଦିଆଯାଇଥିଲା। ମାତ୍ର ୪ ମାସରେ ତାଙ୍କୁ ବାଜପେୟୀ ସରକାରର କ୍ୟାବିନେଟରେ ସ୍ଥାନ ମିଳିଥିଲା। ତାଙ୍କୁ ୨୦୦୦ରେ କେନ୍ଦ୍ରୀୟ ଆଇନ, ନ୍ୟାୟ ଓ କମ୍ପାନୀ ମାମଲା ସହିତ ସିପିଂ ମନ୍ତ୍ରଣାଳୟର ଦାୟିତ୍ବ ପ୍ରଦାନ କରାଯାଇଥିଲା। ୨୦୦୪ ନିର୍ବାଚନରେ ବାଜପେୟୀ ସରକାର କ୍ଷମତାରୁ ଯିବାପରେ ଜେଟଲୀ ଦଳର ମହାସଚିବ ହୋଇ ସଂଗଠନର ସେବା କରିଥିଲେ। ଏହା ସହିତ ସେ ନିଜର ଆଇନରେ କ୍ୟାରିୟର ଆରମ୍ଭ କରିଥିଲେ।

ବିଜେପିରେ ସବୁବେଳେ ମଜବୁତ ସ୍ଥିତିରେ ଥିବା ଜେଟଲି ନିଜର ସମ୍ପୂର୍ଣ୍ଣ ରାଜନୈତିକ ଜୀବନରେ କେବଳ ଥରେ ୨୦୧୪ରେ ଲୋକସଭା ନିର୍ବାଚନ ଲଢିଥିଲେ। ମୋଦି ଲହରରେ ଯେଉଁଠି ଛୋଟ ଛୋଟ ପ୍ରାର୍ଥୀ ଲକ୍ଷାଧିକ ଭୋଟରେ ଜିତିଥିଲେ, ସେପରି ସ୍ଥଳରେ ଜେଟଲି ଅମୃତସର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଅମରିନ୍ଦର ସିଂଙ୍କ ଠାରୁ ୧ ଲକ୍ଷରୁ ଅଧିକ ଭୋଟରେ ପରାଜିତ ହୋଇଥିଲେ। ଏହାପରେ ମଧ୍ୟ ରାଜନୀତିରେ ତାଙ୍କର କ୍ଷମତା ବଢିଥିଲା। ହାରିବା ପରେ ମଧ୍ୟ ତାଙ୍କୁ୨୬ ମଇ ୨୦୧୪ରେ ଅର୍ଥମନ୍ତ୍ରଣାଳୟର ଦାୟିତ୍ବ ପ୍ରଦାନ କରାଯାଇଥିଲା। କର୍ପୋରଟ୍ ମାମଲାର ମନ୍ତ୍ରଣାଳୟ ଓ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା। ୨୦୧୮ରେ ସେ ଉତ୍ତର ପ୍ରଦେଶରୁ ରାଜ୍ୟସଭା ଯାଇଥିଲେ। ଏହା ପୂର୍ବରୁ ତାଙ୍କୁ ଗୁଜରାଟରୁ ରାଜ୍ୟସଭା ସାଂସଦ କରାଯାଇଥିଲା।

ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ୩ ଜୁନ୍ ୨୦୦୯ରେ ଜେଟଲିଙ୍କୁ ରାଜ୍ୟସଭା ବିରୋଧୀ ଦଳ ନେତା କରିଥିଲେ। ୨୦୧୪ରେ ପର୍ଯ୍ୟନ୍ତ ସେ ତାଙ୍କର  ଖୁବ୍ ଭଲ ଭାବରେ ନିର୍ବାହ କରିଥିଲେ। ଏହି ସମୟରେ ବିଜେପିରେ ଓ୍ବାମ ମ୍ୟାନ୍, ଓ୍ବାନ୍ ପୋଷ୍ଟର ସିଦ୍ଧାନ୍ତ ଲାଗୁ କରାଯାଇଥିଲା। ଏହି ସିଦ୍ଧାନ୍ତ ଉପରେ କାମ କରି ଜେଟଲୀ ଦଳର ମହାସଚିବ ପଦରୁ ଇସ୍ତଫା ଦେଇଥିଲେ। ରାଜ୍ୟସଭାର ବିରୋଧୀ ଦଳ ନେତା ଭାବରେ ସେ ମହିଳା ସଂରକ୍ଷଣ ବିଲ୍ ଉପରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଜନଲୋକପାଳ ବିଲ୍ ଦାବି କରୁଥିବା ସମାଜସେବୀ ଆନ୍ନା ହଜାରରେଙ୍କୁ ସେ ମଧ୍ୟ ସମର୍ଥନ ଦେଇଥଇଷଲ। ୮ ନଭେମ୍ବର ୨୦୧୬ରେ ତାଙ୍କର ଅର୍ଥମନ୍ତ୍ରୀ କାର୍ଯ୍ୟକାଳରେ ସରକାର ୫୦୦ ଓ ୧୦୦୦ ଟଙ୍କିଆ ପୁରୁଣା ନୋଟ୍ ବନ୍ଦ କରିଥିଲେ। ଏହାପରେ ଜିଏସଟି ଜରିଆରେ ଦେଶରେ ନୂଆ କର ବ୍ୟବସ୍ଥା ଲାଗୁ କରାଯାଇଥିଲା।

   ସମ୍ବନ୍ଧିତ ଖବର


ୟୁନିସେଫ୍‌ ଓ ଏମସ୍‌ର ମିଳିତ ୱେବିନାର, ‘ସୁସ୍ଥ ଶିଶୁ ସୁସ୍ଥ ସମ୍ପ୍ରଦାୟ ଗଠନ କରିଥାଏ’

ମାନସିକ ଚାପ ୫୦ ପ୍ରତିଶତ କମିଯିବ ଦେଖନ୍ତୁ ଏହି ସୁଖୀ ପଶୁର ଭିଡିଓ

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କରୋନା ପଜିଟିଭ୍

ଯୁବତୀଙ୍କୁ ବିବାହ ପାଇଁ ପ୍ରପୋଜ୍ କରୁଥିଲେ , ଗୋଇଠା ମାଡ଼ ଖାଇ ପାଣିରେ ପଡ଼ିଗଲେ ଯୁବକ ! ଭିଡ଼ିଓ ଭାଇରାଲ

NCBର ଖୁଲାସା –ରିୟା ଚକ୍ରବର୍ତ୍ତୀ ହିଁ …

ଦୀପାବଳିରେ ଜଳିବ ୧୧ କୋଟି ଗୋମୟ ଦୀପ