ଜାଣନ୍ତୁ ଜେଟଲୀଙ୍କ ପରିବାରର ସଦସ୍ୟଙ୍କ ସମ୍ପର୍କରେ,କ’ଣ କରନ୍ତି ତାଙ୍କର ପୁଅ ଝିଅ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଓ ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କର ଆଜି ମଧ୍ୟାହ୍ନ ୧୨ଟା ୦୭ ମିନିଟରେ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ପରଲୋକ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ନିଶ୍ବାସ ନେବାରେ କଷ୍ଟ ହେବା କାରଣରୁ ତାଙ୍କୁ ଗତ ୯ ତାରିଖରେ ଏମ୍ସରେ ଭର୍ତ୍ତି କରାଯାଇଥିଲା ଜେଟଲୀଙ୍କ ପରଲୋକ ପରେ ତାଙ୍କ ପରିବାର ସହିତ ବିଜେପିରେ ଏବଂ ସାରା ଦେଶରେ ଶୋକର ଲହରୀ ଖେଳି ଯାଇଛି।

ଜେଟଲିଙ୍କ ପରିବାର ସମ୍ପର୍କରେ ଯଦି କଥା ହେବା ତେବେ, ଜେଟଲୀଙ୍କ ଜନ୍ମ ଦିଲ୍ଲୀରେ ୨୮ ଡିସେମ୍ବର ୧୯୫୨ରେ ହୋଇଥିଲା। ତାଙ୍କ ବାପାଙ୍କ ହେଉଛନ୍ତି ମହାରାଜ କିଶନ୍ ଜେଟଲି, ସେ ଜଣେ ଓକିଲ ଥିଲେ। ମା ହେଉଛନ୍ତି ରତନ ପ୍ରଭା ଜେଟଲୀ। ୧୯୮୨ରେ ଜେଟଲୀ ସଙ୍ଗୀତାଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ଏବଂ  ଗୋଟିଏ ଝିଅ ଅଛନ୍ତି। ପୁଅର ନାମ ରୋହନ ଓ ଝିଅର ନାମ ସୋନାଲି। ଜେଟଲି ପୁଅ ଝିଅ ତାଙ୍କ ଭଳି ଓକିଲାତିକୁ ନିଜର ପେଶା କରିଛନ୍ତି। ସୋନାଲିଙ୍କ ବିବାହ ୨୦୧୫ରେ ବିଜନେସମ୍ୟାନ୍ ତଥା ଓକିଲ ଜୟେଶ ବକ୍ସିଙ୍କ ସହିତ ହୋଇସାରିଛି।