ଜେଟଲୀଙ୍କ ପରଲୋକ ପରେ ପତ୍ନୀ ଏବଂ ପୁଅ ମୋଦିଙ୍କୁ କଲେ ଏହି ନିବେଦନ, ପ୍ରଧାନମନ୍ତ୍ରୀ କହିଲେ- ‘ଜଣେ ଅମୂଲ୍ୟ ବନ୍ଧୁଙ୍କୁ ହରାଇଲି’

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କର ଆଜି ୬୬ ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କର ପରଲୋକରେ ରାଷ୍ଟ୍ରପତି ରାମାନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୋଦି ଫୋନରେ ଜେଟଲୀଙ୍କ ପତ୍ନୀ ଓ ପୁଅ ସହିତ କଥା ହୋଇଥିଲେ। ଏହି ଅବସରରେ ଜେଟଲୀଙ୍କ ପତ୍ନୀ ଓ ପୁଅ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ ସେ ତାଙ୍କର ବିଦେଶ ଗସ୍ତକୁ ବାତିଲ କରନ୍ତୁ ନାହିଁ। ଉଲ୍ଲେଖନୀୟ ଯେ, ମୋଦି ଏବେ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତରେ ଫ୍ରାନ୍ସ, ୟୁଏଇ, ଏବଂ ବାହାରିନ୍ ଯାଇଛନ୍ତି। ଏବେ ମୋଦି ୟୁଏଇରେ ଥିବା ବେଳେ ତାଙ୍କୁ ସେଠାରେ ‘ଅର୍ଡର ଅଫ୍ ଜାୟେଦ’ରେ ସମ୍ମାନିତ କରାଯିବ।

ଜେଟଲୀଙ୍କ ପରଲୋକ ଖବର ଜାଣିବା ପରେ ମୋଦି ଟ୍ବିଟ୍ କରି ଶୋକ ବ୍ୟକ୍ତ କରି ଟ୍ବିଟରରେ ଉଲ୍ଲେଖ କରିଛନ୍ତି, ଜେଟଲୀ ଜଣେ ମହାନ ରାଜନେତା ଥିଲେ। ବୁଦ୍ଧିଜୀବି ହେବା ସହିତ ଆଇନ ବିସାରଦ ଥିଲେ। ମୁଁ ଜେଟଲୀଙ୍କ ପତ୍ନୀ ସଙ୍ଗୀତା ଓ ପୁଅ ରୋହନଙ୍କ ସହିତ କଥା ହୋଇ ସମ୍ବେଦନା ପ୍ରକାଶ କରିଛି। ଜେଟଲୀଙ୍କ ଭିତରେ ଗମ୍ଭୀରତା ଓ ବିନୋଦପ୍ରିୟତାର ଅଦ୍ଭୁତ ସଙ୍ଗମ ଥିଲା। ସମାଜର ପ୍ରତି ବର୍ଗର ଲୋକେ ତାଙ୍କୁ ଚାହୁଁଥିଲେ। ସମ୍ବିଧାନ,ଇତିହାସ, ସାର୍ବଜନୀକ ନୀତି ଓ ପ୍ରଶାସନ ସମ୍ପର୍କରେ ଗଭୀର ଦକ୍ଷତା ତାଙ୍କ ଥିଲା। କେନ୍ଦ୍ରମନ୍ତ୍ରୀ ଭାବରେ ସେ ବହୁ ଗୁରୁତ୍ବପୂର୍ଣ୍ଣ କାମ କରିଛନ୍ତି। ବିଜେପି ସହିତ ତାଙ୍କର ଅତୁଟ ସମ୍ପର୍କ ରହିଥିଲା। ଜରୁରୀକାଳୀନ ସମୟରେ ସେ ଛାତ୍ର ନେତା ଭାବରେ ସକ୍ରିୟ ଥିଲେ।

ମୁଁ ତାଙ୍କର ପରଲୋକ ପରେ ଜଣେ ଅମୂଲ୍ୟ ବନ୍ଧୁଙ୍କୁ ହରାଇଛି।  ଏହ ମୋର ସୌଭାଗ୍ୟ ଯେ, ମୁଁ ତାଙ୍କ ସହିତ ବହୁ ବର୍ଷ ଧରି କାମ କରିଛି। ତାଙ୍କ ସହିତ  ବହୁ ଦଶନ୍ଧି ଧରି ମୋର ନିବିଡ଼଼ ସମ୍ପର୍କ ଥିଲା । ନୀତି ଓ ଯୋଜନା ସମ୍ପର୍କରେ ତାଙ୍କର ଗଭୀର ଅନ୍ତର୍ଦୁଷ୍ଟି ଓ ଚିନ୍ତାଧାରା ଅତି ନିଆରା ଥିଲା । ସେ ଆମ ସମସ୍ତଙ୍କୁ ବହୁ ସୁଖଦ ଅନୁଭୂତି ମଧ୍ୟରେ ଛାଡିଦେଇ ଚାଲିଯାଇଛନ୍ତି । ଆମେ ସମସ୍ତେ ତାଙ୍କୁ ବହୁତ ମନେପକାଇବୁ, ସେ ଚିରଦିନ ଆମ ହୃଦୟରେ ରହିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

   ସମ୍ବନ୍ଧିତ ଖବର


୧୦ ବର୍ଷ ପରେ ପରିବର୍ତ୍ତନ କରାଯାଉଛି Wikipediaର ଡିଜାଇନ୍‌, ଦେଖନ୍ତୁ ନୂଆ ଲେଆଉଟ୍‌

୧୦ବର୍ଷିୟା ବାଳିକାଙ୍କ ମହାନତାକୁ ସଲାମ – ନିଜର ୩୧ଇଞ୍ଚ ଲମ୍ୱ କେଶକୁ କାଟି କଲେ ଏମିତି କାମ

ନିଜର ଗାଡିରେ ଲଗାଇ ଦିଅନ୍ତୁ HSRP ଓ କଲର କୋଡ୍, ନଚେତ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା

ଚୀନ୍‌ର ଭୟଙ୍କର ଚାଲ୍ – ଡୋକଲାମ ପାଖରେ ମୁତୟନ କଲା ପରମାଣୁ ବମ୍ୱର , କ୍ରୁଜ୍ ମିସାଇଲ୍

ନାଳରୁ ବାହାରିଲା ବିଶାଳ ମୂଷା –ସୋସିଆଲ ମିଡ଼ିଆରେ ଭାଇରାଲ ଭିଡ଼ିଓ

ଲେଜର ଚାଳିତ ଟ୍ୟାଙ୍କ୍‌ ବିଧ୍ୱଂସୀ କ୍ଷେପଣାସ୍ତ୍ରର ପରୀକ୍ଷଣ