କର୍ମଚାରୀର ପୁଅ ଭଲ ନମ୍ବର ରଖିଥିବାରୁ ଗିଫ୍ଟ କରିଥିଲେ କାର୍, ଜାଣନ୍ତୁ ଜେଟଲୀଙ୍କ କିଛି ଅଜଣା କଥା

ନୁଆଦିଲ୍ଲୀ ୨୫/୮: ଆଉ କିଛି ସମୟ ପରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର କରାଯିବ । ଶନିବାର ଦ୍ୱିପ୍ରହର ୧୨ଟା ୭ ମିନିଟରେ ଏମ୍ସରେ ତାଙ୍କର ପରଲୋକ ହୋଇଯାଇଥିଲା । ସେ ୯ ଅଗଷ୍ଟରେ ଏମ୍ସରେ ଭର୍ତ୍ତି ହୋଇଥିଲେ । ବିଜେପି ମୁଖ୍ୟାଳୟରେ ବିଜେପି ନେତା ଓ କର୍ମୀ ତାଙ୍କୁ  ଅନ୍ତିମ ଦର୍ଶନ କରୁଛନ୍ତି । ବିଜେପି ମୁଖ୍ୟାଳୟରୁ ଅନ୍ତିମ ସଂସ୍କାର ପାଇଁ ତାଙ୍କ ପାର୍ଥିବ ଶରୀରକୁ ନିଗମବୋଧ ଘାଟ ନିଆଯିବ । ଏଠାରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ।

ବିଚକ୍ଷଣ ନେତା ସହ ଜଣେ ଉତ୍ତମ ବ୍ୟକ୍ତିତ୍ୱ ଥିଲେ ଅରୁଣ ଜେଟଲୀ । ତାଙ୍କର କିଛି ଏମିତି କାହାଣୀ ଏବଂ କିଛି ଏମିତି କଥା ରହିଛି ଯାହା ଆପଣ ଜାଣିନଥିବେ । ଆସନ୍ତୁ ଜାଣିବା ତାଙ୍କ ସହିତ ଜଡିତ କିଛି ଅଜଣା କଥା ।

୧. ଭାରତ-ପାକିସ୍ତାନ ବଣ୍ଟନ ପରେ ଜେଟଲୀଙ୍କ ପିତା ଲାହରୋରୁ ଦିଲ୍ଲୀ ଆସିଥିଲେ । ୧୯୭୪ରେ ଜଂଟଲୀ କଂଗ୍ରେସର NSUI ଟିକେଟରେ ଛାତ୍ରସଂଘ ନିର୍ବାଚନ ଲଢିପାରିଥାନ୍ତେ ।

୨. ଫିଲ୍ମ ପଡୋସନର ‘ଏକ ଚତୁର ନାର’ ଗୀତ ତାଙ୍କୁ ବହୁତ ପସନ୍ଦ ଥିଲା ।

୩. ଦେବାନନ୍ଦଙ୍କ ଦିୱାନା ଥିଲେ ଜେଟଲୀ । ଡିସ୍କୋ ମଧ୍ଯ ଯାଉଥିଲେ । ତାଙ୍କ ବିବାହରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀ ମଧ୍ଯ ସାମିଲ ହୋଇଥିଲେ ।

୪. ଜେଟଲୀ ନିଜ ପିଲା(ରୋହନ ଏବଂ ସୋନାଲୀ)ଙ୍କୁ ପକେଟ୍ ଖର୍ଚ୍ଚ ମଧ୍ଯ ଚେକ୍ ରୂପେ ଦେଉଥିଲେ ।

୫. ୨୦୦୫ ରେ ଜେଟଲୀ ନିଜର ଜଣେ କର୍ମଚାରୀଙ୍କୁ ପୁଅ ପରୀକ୍ଷାରେ ଭଲ ନମ୍ବର ରଖିଥିବାରୁ କାର୍ ଗିଫ୍ଟ କରିଥିଲେ ।

୬. ଅରୁଣ ଜେଟଲୀଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନଥିଲା ।

୭. ଜେଟଲୀ ନିଜ କର୍ମଚାରୀଙ୍କୁ ପିଲାଙ୍କୁ ମଧ୍ଯ ସେହି ସ୍କୁଲରେ ପଢାଉଥିଲେ ଯେଉଁଠି ତାଙ୍କ ନିଜ ପିଲା ପଢୁଥିଲେ ।

୮. ଅରୁଣ ଜେଟଲୀଙ୍କୁ ବିଭିନ୍ନ ପ୍ରକାର ପେନ୍(କଲମ) ଏବଂ ଖାଦ୍ଯପେୟର ସଉକ ଥିଲା ।

୯. ଅରୁଣ ଜେଟଲୀ ପିଲାଦିନୁ ନେତା ନୁହେଁ, ବରଂ ଚାର୍ଟଡ୍ ଆକାଉଣ୍ଟାଣ୍ଟ୍ ହେବକୁ ଚାହୁଁଥିଲେ ।

୧୦. ଭାଷଣ କଳାରେ ମାହିର ଜେଟଲୀଙ୍କର ସାୟରୀରେ ବହୁତ ସଉକ ଥିଲା ।

   ସମ୍ବନ୍ଧିତ ଖବର


ରେମୋଙ୍କ ସହ କାମ କରିବେ ଉର୍ବଶୀ

ହିମାଳୟର ଉଚ୍ଚ ଚଟ୍ଟାଣରେ ‘ଭୀଷ୍ମ’ – ଚୀନକୁ ଚେକ୍ ଦେବାକୁ ପ୍ରସ୍ତୁତ ଭାରତର ଟ୍ୟାଙ୍କ୍

କୃଷି ବିଲ୍ ଉପରେ ମୋହର ମାରିଲେ ରାଷ୍ଟ୍ରପତି

ଏଠାରେ ସେକ୍ସ ୱାର୍କର ହେବା ପାଇଁ ଅଛି ପ୍ରଥା – ଯୁବତୀମାନଙ୍କ ପସନ୍ଦକୁ ନେଇ କୋର୍ଟ କହିଲେ …

ଜିନ୍‌ଗତ ତ୍ରୁଟି ଥିଲେ କରୋନା ମୁକାବିଲା ମୁସ୍କିଲ ହେବ-ଗବେଷଣା

କରୋନା ଭୂତାଣୁ ବିରୋଧରେ ଅତି ପ୍ରଭାବୀ ଆଣ୍ଟିବଡି ଠାବ କଲେ ଜର୍ମାନ୍‌ ବୈଜ୍ଞାନିକ