ମୃତ୍ୟୁ ପରେ ନିଜ ପିଲାଙ୍କ ପାଇଁ ଜେଟଲୀ ଛାଡି ଯାଇଛନ୍ତି ଏତେ ଟଙ୍କାର ସମ୍ପତ୍ତି,ଦାମୀ କାର ଚଳାଇବାର ଥିଲା ସଉକ୍

ନୂଆଦିଲ୍ଲୀ,୨୪।୮: ଆଜି ମଧ୍ୟାହ୍ନରେ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ପୂର୍ବତନ ଅର୍ଥମନ୍ତ୍ରୀ ଓ ବିଜେପି ନେତା ଅରୁଣ ଜେଟଲୀଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କର ମୃତ୍ୟୁ ଖବର ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଛି। ଆସନ୍ତା କାଲି ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଜେଟଲୀଙ୍କ ପରିବାରରେ ଏବେ ତାଙ୍କ ପତ୍ନୀ ଓ ଦୁଇ ସନ୍ତାନ ଅଛନ୍ତି। ପୁଅ ଅରୁଣ ଏବଂ ଝିଅ ସୋନାଲି ନିଜ ବାପାଙ୍କ ଭଳି   ଓକିଲାତିକୁ ନିଜର ପେଶା କରିଦେଇଛନ୍ତି। ତେବେ ଜାଣନ୍ତି କି? ଏଡିଆର ଇଣ୍ଡିଆର ଓ୍ବେବସାଇଟରୁ ମିଳିଥିବା ସୂଚନା ଅନୁସାରେ ତାଙ୍କ ପାଖରେ ୧୧୧ କୋଟି ଟଙ୍କାର ସମ୍ପତ୍ତି ରହିଛି।

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବାବେଳେ ୨୦୧୮ରେ ଜେଟଲୀ ନିଜ ସମ୍ପତ୍ତି ସମ୍ପର୍କରେ ତଥ୍ୟ ରଖିଥିଲେ | ଏହା ଅନୁସାରେ ଜେଟଲୀଙ୍କର ଦିଲ୍ଲୀର ଫରିଦାବାଦ ଅଂଚଳରେ ଏକ ଫ୍ଲାଟ ରହିଛି ଯାହାର ବଜାର ମୂଲ୍ୟ ୯୦ ଲକ୍ଷ ଟଙ୍କା ଥିବାବେଳେ ଦିଲ୍ଲୀର ନେହେରୁ ପ୍ଲେସ ମାର୍କେଟରେ ଥିବା ଫ୍ଲାଟର ମୂଲ୍ୟ ୧୦ ଲକ୍ଷ ୪୦ ହଜାର ଟଙ୍କା ରହିଛି | ସେହିପରି ହରିୟାଣାର ଗୁରୁଗ୍ରାମରେ ଥିବା ଫ୍ଲାଟର ମୂଲ୍ୟ ୬ କୋଟି ଟଙ୍କା ଥିବାବେଳେ ଦିଲ୍ଲୀର ନଜଫଗଡ଼ରେ ଥିବା ଘରର ମୂଲ୍ୟ ହେଉଛି ୨ କୋଟି ୮୭ ଲକ୍ଷ ଟଙ୍କା | ଏଭଳି ଭାବରେ ରିୟଲ ଇଷ୍ଟେଟରେ ତାଙ୍କର ମୋଟ ୭୭ କୋଟି ଟଙ୍କାର ସମ୍ପତ୍ତି ରହିଛି

କେବଳ ଘର ନୁହେଁ ଜେଟଲୀଙ୍କର ଅନେକ ଗାଡି ରହିଛି। କାରଣ ତାଙ୍କୁ ଦାମୀ ଗାଡି  ଚଳାଇବାକୁ ଖୁବ ପସନ୍ଦ ଥିଲା | ତାଙ୍କ ପାଖରେ ଏକ ଫର୍ଚ୍ଚୟୁନର କାର ଥିବାବେଳେ ଏହାର ମୂଲ୍ୟ ହେଉଛି ୨୩ ଲକ୍ଷ ଟଙ୍କା | ସେହିପରି ଦୁଇଟି ମର୍ସିଡିଜ କାରର ମୂଲ୍ୟ ୧ କୋଟି ୪୨ ଲକ୍ଷ ଟଙ୍କା ବୋଲି ସେ ଘୋଷଣାପତ୍ରରେ ଲେଖିଥିଲେ | ଜେଟଲୀଙ୍କ ପାଖରେ ୩ କିଲୋଗ୍ରାମ ସୁନା ସହ ୧୫ କିଲୋ ରୂପା ଗହଣା ମଧ୍ୟ ଥିଲା | ଯାହାର ମୂଲ୍ୟ ୮୮ ଲକ୍ଷ ଟଙ୍କା ବୋଲି ଜଣାପଡିଛି | ସେହିପରି ୪୫ ଲକ୍ଷ ଟଙ୍କାର ହୀରା ଅଳଙ୍କାର ସହ ବଳକା ଅର୍ଥ ବ୍ୟାଙ୍କ ଓ ବିଭିନ୍ନ ସେୟାରରେ ଜମା ହୋଇ ରହିଥିଲା। ତାଙ୍କ ପରେ ଏବେ ଏହି ସମ୍ପତ୍ତି ଉପରେ ତାଙ୍କ ପତ୍ନୀ,ପୁଅ ଏବଂ ଝିଅ ହେଉଛନ୍ତି ଉତ୍ତରାଧିକାରୀ।

   ସମ୍ବନ୍ଧିତ ଖବର


NCB ଦୀପିକାଙ୍କ ସାମନାରେ ଗୋଟେ ମୋଟା ଓ ଗୋଟେ ପତଳା ସିଗାରେଟ୍ ରଖିଥିଲା…ଏହାର କାରଣ କଣ ଜାଣନ୍ତୁ –

ନିଜ ଫୋନ୍‌ରୁ ତୁରନ୍ତ ହଟାନ୍ତୁ ଏହି ୧୭ଟି ଆପ୍‌ସ – ଡାଟା ଚୋରୀକୁ ନେଇ ଗୁଗଲ କଲା ବ୍ୟାନ୍‌

ଜୀବନ ସହ ଖେଳୁଛି ଚୀନ୍‌

ଡ୍ରାଇଭିଂ ଲାଇସେନ୍ସ ଓ RC ରଖିବା ଚିନ୍ତା ସରିଲା ! ୧ ଅକ୍ଟୋବରରୁ ବଦଳୁଛି ନିୟମ-

ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କ ପରଲୋକ, ‘ଇତନି ଶକ୍ତି ହମେ ଦେ ନା ଦାତା…’ ଗୀତରୁ ଲାଭ କରିଥିଲେ ପ୍ରସିଦ୍ଧି

ସାବଧାନ ! ଟ୍ୟାପ୍‌ ପାଣିରେ ଆସୁଛି ଘାତକ ଜୀବାଣୁ – ବ୍ରେନ୍‌କୁ କରୁଛି ଅକାମୀ…