କଶ୍ମୀରର ଏହି କଂଗ୍ରେସ ନେତାଙ୍କ ଝିଅ ଥିଲେ ଜେଟଲୀଙ୍କ ପତ୍ନୀ,ବେଶ୍ ନିଆରା ଥିଲା ଦୁହିଁଙ୍କ ପ୍ରେମ କାହାଣୀ

ନୂଆଦିଲ୍ଲୀ,୨୫।୮: ପ୍ରତ୍ୟେକ ସଫଳ ପୁରୁଷଙ୍କ ପଛରେ ବହୁତ ବଡ ଯୋଗଦାନ ରହିଥାଏ ଜଣେ ମହିଳାଙ୍କର। ଠିକ୍ ସେପରି ଭାରତର ପୂର୍ବତନ ଅର୍ଥମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତା ସ୍ବଗର୍ତ ଅରୁଣ ଜେଟଲୀଙ୍କ ଜୀବନର ସଫଳତା ପଛରେ ବହୁତ ବଡ ଯୋଗଦାନ ରହିଥିଲା ତାଙ୍କ ପତ୍ନୀ ସଙ୍ଗୀତା ଜେଟଲୀଙ୍କର। ଏହି କଥାକୁ ମଧ୍ୟ ନିଜେ ଅରୁଣ ଜେଟଲୀ ସ୍ବୀକାର କରିସାରିଛନ୍ତି। ଖରାପ ହେଉ କିମ୍ବା ଭଲ ସମୟ ସଙ୍ଗୀତା ତାଙ୍କ ସ୍ବାମୀଙ୍କ ପଛରେ ସବୁବେଳେ ଦୃଢ ଭାବରେ ଠିଆ ହୋଇ ରହିଥାନ୍ତି।

୬୬ ବର୍ଷରେ ଗତକାଲି ମଧ୍ୟାହ୍ନ ୧୨ଟା ୭ ମିନିଟରେ ଜେଟଲୀଙ୍କ ଦେହାନ୍ତ ହୋଇଥିବା ବେଳେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜେଟଲୀଙ୍କ ଜୀବନରେ ତାଙ୍କ ସ୍ତ୍ରୀଙ୍କର ଭୂମିକା ସବୁବେଳେ ଗୁରୁତ୍ବପୂର୍ଣ୍ଣ ରହିଛି। ତେବେ ଜାଣନ୍ତି କି ଜେଟଲୀ ଓ ସଙ୍ଗୀତା ପରସ୍ପରକୁ ପ୍ରେମ ବିବାହ କରିଥିଲେ। ସବୁଠାରୁ ବଡ କଥା ହେଉଛି ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାର ହେଉଛି ସଙ୍ଗୀତାଙ୍କ ଘର। ସଙ୍ଗୀତା ହେଉଛନ୍ତି ଜମ୍ମୁ-କଶ୍ମୀରରେ ୨୬ ବର୍ଷ ଧରି ଅର୍ଥମନ୍ତ୍ରୀ ଥିବା ଗିରଧାରୀ ଲାଲ ଡୋଙ୍ଗରାଙ୍କ ଝିଅ। ତାଙ୍କର ବାପା ଥିଲେ କଂଗ୍ରେସର ଜଣେ ବରିଷ୍ଠ ନେତା। ଗିରଧାରୀ ଲାଲଙ୍କୁ ଲୋକପ୍ରିୟତା କାରଣରୁ ଲୋକମାନେ ତାଙ୍କୁ ‘ଦ ପିପୁଲ୍ସ ମ୍ୟାନ୍’ ବୋଲି କହୁଥିଲେ।

୧୯୮୨ ମସିହା ମେ ମାସ ୨୪ ତାରିଖରେ ସଙ୍ଗୀତାଙ୍କ ସହ ଜେଟଲୀଙ୍କ ବିବାହ ହୋଇଥିଲା । ଆଉ ସବୁଠାରୁ ବଡ କଥା ହେଉଛି ଜେଟଲୀଙ୍କ ବିବାହ ଉତ୍ସବରେ ସାମିଲ ହୋଇଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ । ଏପରିକି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ଜେଟଲୀଙ୍କ ବିବାହରେ ଉପସ୍ଥିତ ରହି ନବଦମ୍ପତିଙ୍କୁ ଆର୍ଶୀବାଦ କରିଥିଲେ ।

୨୦୧୪ରେ ଜେଟଲୀ ଯେତେବେଳେ ନିଜର ବଜେଟ ଭାଷର ପଢୁଥିଲେ, ସେତେବେଳେ ତାଙ୍କ ପତ୍ନୀ ସଙ୍ଗୀତା ଲୋକସଭାର ଗ୍ୟାଲେରୀରୁ ସ୍କ୍ରିନରେ ଲାଇଭ କାର୍ଯ୍ୟକ୍ରମ ଦେଖୁଥିଲେ। ହଠାତ ଜେଟଲୀ ନିଜକୁ ଅସହଜ ମନେ କରି ପାଣି ଗ୍ଳାସକୁ ଧରି ପକାଇଥିଲେ। ଏହା ସମସ୍ତଙ୍କ ପାଇଁ ଏହା ସାଧାରଣ ଘଟଣା ଥିଲା, କିନ୍ତୁ ସଙ୍ଗୀତା ଖୁବ୍ ଡରି ଯାଇଥିଲେ। କାରଣ ଜେଟଲୀ ସେତେବେଳେ ଭୟଙ୍କର ଅଣ୍ଟା ବ୍ୟଥାରେ ପୀଡିତ ଥିଲେ, ସେହି କଷ୍ଟକୁ କିନ୍ତୁ  ତାଙ୍କର ପତ୍ନୀ ସଙ୍ଗୀତା ବୁଝିପାରିଥିଲେ ସ୍କ୍ରିନରେ।

ଉଲ୍ଲେଖନୀୟ ଯେ, ସେହି ଦିନ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଲୋକସଭାରେ ବଜେଟ୍ ଭାଷଣ ଦେଇ ପୀଠି ବ୍ୟଥା କରୁଥିବା ନେଇ କହିଥିଲେ। ସେତେବେଳେ ଭାଷଣ ଆରମ୍ଭ କରିବାର ପ୍ରାୟ ୪୫ ମିନିଟ୍ ପରେ ଲୋକସଭା ଅଧ୍ୟକ୍ଷଙ୍କୁ ୫ ମିନିଟ୍ ପାଇଁ ବ୍ରେକ ନେବାକୁ ଅନୁମତି ମାଗିଥିଲେ। ପରେ ଗଣମାଧ୍ୟମ ଆଗରେ ସଙ୍ଗୀତା କହିଥିଲେ ତାଙ୍କ ସ୍ବାମୀଙ୍କ ଅଣ୍ଟା ବ୍ୟଥାର କଷ୍ଟକୁ ସେ ଅନୁଭବ କରିପାରୁଛନ୍ତି।

କେବଳ ଏହି ଘଟଣା ନୁହେଁ ସଙ୍ଗୀତା ଓ ଅରୁଣ ଜେଟଲୀଙ୍କ ଏହି ଆପୋଷ ତାଳମେଳ ନେଇ ବହୁବାର ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥାଏ। ୨୦୧୮ ବଜେଟ୍ ପରେ ମିଡିଆ ସାମନାରେ ସଙ୍ଗୀତା ତାଙ୍କ ସ୍ବାମୀ କାମ ନେଇ ଖୁବ୍ ଖୁସି ବ୍ୟକ୍ତ କରିଥିଲେ। ତାଙ୍କୁ ଯେତେବେଳେ ପଚରା ଯାଇଥିବା ୨୦୧୮ ଜେଟଲୀଙ୍କ ବଜେଟ୍ ଉପସ୍ଥାପନକୁ ସେ ୧୦ରୁ କେତେ ନମ୍ବର ଦେବେ ତାଙ୍କର ପତ୍ନୀ କହିଥିଲେ ୧୦ରୁ ସେ ୯ ନମ୍ବର ଦେବେ। ୧୦ରୁ ୧ ନମ୍ବର କାଟିବା ନେଇ ସେତେବେଳେ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ହୋଇଥିଲା। ସେତେବେଳେ ସଙ୍ଗୀତା କହିଥିଲେ ମାନବୀୟ ଭୁଲ ପାଇଁ ୧ ନମ୍ବର କାଟିବା କାଟିଛନ୍ତି।

ସଙ୍ଗୀତା ସବୁବେଳେ ତାଙ୍କ ସ୍ବାମୀଙ୍କ ଜ୍ଞାନ ଉପରେ ଭରଷା ରଖିଥିଲେ। ବଜେଟ୍ ନେଇ ସେ ସବୁବେଳେ କହୁଥିଲେ ତାଙ୍କ ସ୍ବାମୀ ଯାହା କରିବେ ଭଲ ହେବ। ଏପରିକି ସଙ୍ଗୀତା ତାଙ୍କର ପୁଅ ରୋହନ ଏବଂ ଝିଅ ସୋନାଲିଙ୍କୁ ତାଙ୍କ ବାପାଙ୍କ ଭଳି ହେବାକୁ ପରାମର୍ଶ ଦେଉଥିଲେ। ଯେଉଁ କାରଣରୁ ଉଭୟ ଏବେ ତାଙ୍କ ବାପାଙ୍କ ଭଳି ପ୍ରତିଷ୍ଠିତ ଓକିଲ।  

   ସମ୍ବନ୍ଧିତ ଖବର


ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ଏଫ୍‌ଆଇଆର୍‌

ପୁଣିଥରେ ବିବାଦରେ ଜଷ୍ଟିସ୍‌ ମାର୍କଣ୍ଡେୟ କାଟଜୁ – କହିଲେ , ସେକ୍ସ ମଣିଷର ପ୍ରାକୃତିକ ଇଚ୍ଛା , ଦେଶରେ ବେରୋଜଗାରୀ ବଢ଼ୁଥିବାରୁ ଦୁଷ୍କର୍ମ ବଢ଼ୁଛି

ଏହି ସପ୍ତାହରୁ ୟୁରୋପରେ ପ୍ରଥମେ ଅକ୍ସଫୋର୍ଡ କରୋନା ଟିକାର ରୋଲିଂ ରିଭ୍ୟୁ ପାଇଁ ଯୋଜନା ଆରମ୍ଭ

କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ

ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ