ନିଗମବୋଧ ଘାଟରେ ଦ୍ୱିପ୍ରହର ସାଢେ ୨ଟାରେ ହେବ ଜେଟଲୀଙ୍କ ଅନ୍ତିମ ସଂସ୍କାର

ନୁଆଦିଲ୍ଲୀ ୨୫/୮: ପୂର୍ବତ୍ତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀ ଶନିବାର ଏମ୍ସରେ ୬୬ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବାରୁ ୯ ଅଗଷ୍ଟରେ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଗୁରୁବାର ଜେଟଲୀଙ୍କ ଡାୟଲିସିସ୍ ହୋଇଥିଲା । ତାଙ୍କ ମୃତ୍ଯୁ ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ।

ଅରୁଣ ଜେଟଲୀଙ୍କ ପାର୍ଥିବ ଶରୀର ତାଙ୍କ ନିବାସ କୈଳାଶ କଲୋନୀରୁ ବିଜେପି ମୁଖ୍ୟାଳୟ ନିଆଯାଉଛି । ତାଙ୍କ ପାର୍ଥିବ ଶରୀର ମୁଲଚନ୍ଦରୁ ଲାଲା ଲଜପତ ନଗର ମାର୍ଗରେ ଲାଜପତ ମେଟ୍ରୋ ଷ୍ଟେସନରୁ ପଞ୍ଚ ନଗର ହୋଇ ଲୋଧୀ ରୋଡ ଫ୍ଲାଇଓଭରରୁ ସୁନ୍ଦର ନଗରରୁ ମଥୁରା ରୋଡରେ ଆଇଟିଓରୁ ଦୀନ ଦୟାଲ ଉପାଧ୍ୟାୟ ହୋଇ ବିଜେପି ମୁଖ୍ୟାଳୟରେ ପହଞ୍ଚିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବ ମନ୍ତ୍ରିମଣ୍ଡଳରେ ବିଜେପିର ବିଚକ୍ଷଣ ନେତା ଅରୁଣ ଜେଟଲୀ, ଅର୍ଥମନ୍ତ୍ରୀଭାବେ ୨୦୧୪ରୁ ୨୦୧୮ ପର୍ଯ୍ଯନ୍ତ କାର୍ଯ୍ଯଭାର ସମ୍ଭାଳିଲେ । ଏହା ପୂର୍ବରୁ ସେ ରାଜ୍ଯସଭାାରେ ୨୦୦୯ରୁ ୨୦୧୪ ପର୍ଯ୍ଯନ୍ତ ବିରୋଧୀ ନେତା ଥିଲେ । ସେ ମୋଦି ସରକାର ପାଇଁ ସବୁଠାରୁ ବଡ ସଙ୍କଟମୋଚକ ଥିଲେ । ଯେବେ ଯେବେ ସରକାର ସଙ୍କଟରେ ଫସୁଥିଲେ ସେ ସରକାରଙ୍କୁ ବଞ୍ଚାଇବା ପାଇଁ ଆଗକୁ ଆସୁଥିଲେ । ଅର୍ଥ ମନ୍ତ୍ରାଳୟରେ ସେ ନିଜ କାର୍ଯ୍ୟକାଳ ମଧ୍ୟରେ ଜିଏସି ଲାଗୁ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତାଙ୍କ କାର୍ୟ୍ୟକାଳ ସମୟରେ ନୋଟ୍ ବନ୍ଦୀ ମଧ୍ଯ ହୋଇଥିଲା ।

ଆଜି ସାଢେ ୨ ଟା ସମୟରେ ବୋଧ ଘାଟରେ ହେବ ଅନ୍ତିମ ସଂସ୍କାର
ଜେଟଲୀଙ୍କ ଅନ୍ତିମ ସଂସ୍କାର ଆଜି ନିଗମ ବୋଧ ଘାଟରେ ଦ୍ୱିପ୍ରହର ଅଢେଇଟା ସମୟରେ କରାଯିବ । ସକାଳ ୧୧ ଟା ସମୟରେ ବିଜେପି ମୁଖ୍ଯାଳୟରେ ତାଙ୍କ ପାର୍ଥିବ ଶରୀର ରଖାଯାଇଛି । ଏଠାରେ ଦଳୀୟ କର୍ମୀ ଏବଂ ତାଙ୍କ ଶୁଭଚିନ୍ତକ ମାନେ ତାଙ୍କୁ ଅନ୍ତିମ ଦର୍ଶନ କରୁଛନ୍ତି । ଶନିବାର ରାତିରେ ତାଙ୍କ ନିବାସରେ ଶ୍ରଦ୍ଧାଞ୍ଜଳୀ ଦେବାପାଇଁ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ, ସୁରକ୍ଷାମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ, ସାଂସଦ ହଂସରାଜ ହଂସ ଆଦି ସାମିଲ ଥିଲେ ।

   ସମ୍ବନ୍ଧିତ ଖବର


୧୦ ବର୍ଷ ପରେ ପରିବର୍ତ୍ତନ କରାଯାଉଛି Wikipediaର ଡିଜାଇନ୍‌, ଦେଖନ୍ତୁ ନୂଆ ଲେଆଉଟ୍‌

୧୦ବର୍ଷିୟା ବାଳିକାଙ୍କ ମହାନତାକୁ ସଲାମ – ନିଜର ୩୧ଇଞ୍ଚ ଲମ୍ୱ କେଶକୁ କାଟି କଲେ ଏମିତି କାମ

ନିଜର ଗାଡିରେ ଲଗାଇ ଦିଅନ୍ତୁ HSRP ଓ କଲର କୋଡ୍, ନଚେତ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା

ଚୀନ୍‌ର ଭୟଙ୍କର ଚାଲ୍ – ଡୋକଲାମ ପାଖରେ ମୁତୟନ କଲା ପରମାଣୁ ବମ୍ୱର , କ୍ରୁଜ୍ ମିସାଇଲ୍

ନାଳରୁ ବାହାରିଲା ବିଶାଳ ମୂଷା –ସୋସିଆଲ ମିଡ଼ିଆରେ ଭାଇରାଲ ଭିଡ଼ିଓ

ଲେଜର ଚାଳିତ ଟ୍ୟାଙ୍କ୍‌ ବିଧ୍ୱଂସୀ କ୍ଷେପଣାସ୍ତ୍ରର ପରୀକ୍ଷଣ