ଅନ୍ତିମ ଟ୍ବିଟରେ ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଧାରା ୩୭୦ ଉଚ୍ଛେଦ ନେଇ ଜେଟଲୀ ଲେଖିଥିଲେ ଏଭଳି

ନୂଆଦିଲ୍ଲୀ,୨୪।୮: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଜି ଦିଲ୍ଲୀ ଏମ୍ସରେ ପରଲୋକ ଘଟିଛି। ଗତ ୯ ତାରିଖରୁ ହସ୍ପିଟାଲାରେ ଥାଇ ଚିକିତ୍ସିତ ହେଉଥିବା ଜେଟଲୀ ଗତ ୭ ତାରିଖରେ ଶେଷ ଥର ପାଇଁ ଟ୍ବିଟ୍ କରିଥିଲେ। ଅନ୍ତିମ ଟ୍ବିଟରେ ଜେଟଲୀ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ମୃତ୍ୟୁପରେ ତାଙ୍କୁ ଟ୍ବିଟ୍ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ସୁଷମାଙ୍କ ମୃତ୍ୟୁ ଖବର ପରେ ଜେଟଲି ଟ୍ବିଟ୍ କରି ଲେଖିଥିଲେ, ସୁଷମା ଜୀଙ୍କ ପରଲୋଖ ଖବରରେ ମୁଁ ଖୁବ ଦୁଃଖୀ ଓ ଭାଙ୍ଗିପଡିଛି। ସେ ବର୍ତ୍ତମାନ ସମୟର ସବୁଠାରୁ ଭଲ ରାଜନେତାଙ୍କ ଭିତରୁ ଅନ୍ୟତମ ଥିଲେ। ସେ ସବୁବେଳେ ନିଜର ପଦରେ ନିଜର ଛାପ ଛାଡି ଯାଇଛନ୍ତି। ସେ ଦଳରେ, ବିରୋଧୀ ଦଳରେ ଓ ଏନଡିଏ ସରକାରରେ ବଡ ପଦବୀଙ୍କ ସହିତ କାମ କରିଥିଲେ। ସେ ନିଜ ପଛରେ ଥିବା ଏକ ଶୂନ୍ୟକୁ ଫଛରେ ଛାଡିଗଲେ ଯାହାକୁ ପୂରଣ କରିବା ଖୁବ୍ କଷ୍ଟକର।’

ଜେଟଲୀଙ୍କ ଫେସବୁକ୍ ବ୍ଲଗ ମଧ୍ୟ ଖୁବ୍ ପ୍ରସିଦ୍ଧ। ସବୁବେଳେ ଛୋଟ-ବଡ ପ୍ରସଙ୍ଗ ଉପରେ ନିଜର ବିଚାରକୁ ଫେସବୁକ୍ ଜରିଆରେ ସେ ରଖୁଥିଲେ। ନିଜର ଶେଷ ବ୍ଲଗରେ ସଂସଦରେ ବର୍ତ୍ତମାନ ଅଧିବେଶନର ଉପଲବ୍ଧିକୁ ସେ ଦର୍ଶାଇଥିଲେ। ସେ ନିଜର ବ୍ଲରେ ଲେଖିଥିଲେ, ସଂସଦର ବର୍ତ୍ତମାନ ଅଧିବେଶନ ସବୁଠାରୁ ଖୁବ୍ ସଫଳ ରହିଛି। ଯେଉଁଥିରେ ବହୁ ଐତିହାସିକ ବିଲ୍ ପାସ୍ କରାଯାଇଛି। ତିନି ତଲାକ୍, ୟୁଏପିଏ ବିଲ୍ ଓ ଧାରା ୩୭୦ ଉଚ୍ଛେଦ। ଅଧିକାଂଶ ଲୋକ ଭାବୁଥିଲେ ବିଜେପି ସରକାର ଧାରା ୩୭୦ ଉଚ୍ଛେଦ କରିବାର ନିଜର ନିର୍ବାଚନୀ ପ୍ରତିଶୃତି ପୂରଣ କରିପାରିବନି, କିନ୍ତୁ ତାହା ଭୁଲ ପ୍ରମାଣିତ ହେଲା।

   ସମ୍ବନ୍ଧିତ ଖବର


ବାବ୍ରି ମସଜିଦ୍ ଭଙ୍ଗା ମାମଲା: ଆଡଭାନୀ, ଯୋଶୀ ଓ ଉମାଭାରତୀଙ୍କ ସହ ସମସ୍ତ ୩୨ ଅଭିଯୁକ୍ତ ଦୋଷ ମୁକ୍ତ

ଆଜି ରୟାଲ୍ସ ବନାମ ନାଇଟ୍‌ ରାଇଡର୍ସର ହେବ ଲଢେଇ

କରୋନାରେ ହୋଇଥିବା ପ୍ରକୃତ ମୃତ୍ୟୁ ସଂଖ୍ୟା ଭାରତ, ରୁଷ ଓ ଚୀନ୍ ଲୁଚାଉଛନ୍ତି: ଟ୍ରମ୍ପ

ଉତ୍ତରପ୍ରଦେଶରେ ଓଡ଼ିଆ ନିର୍ଦ୍ଦେଶକଙ୍କୁ ଗୁଳି କରି ହତ୍ୟା

ମେସିନ୍‌ ଜାଳି ଚାଷୀଙ୍କୁ ଅପମାନ କରିଛନ୍ତି ବିରୋଧୀ, କୃଷି ବିଲ୍‌ ନେଇ ବିରୋଧୀଙ୍କୁ ମୋଦିଙ୍କ କଡା ଜବାବ

ଦୁର୍ଗା ବେଶରେ ନୁସରତ୍‌ ଜାହାଁ, ମିଳିଲା ହତ୍ୟା ଧମକ