PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

କଂଗ୍ରେସ ଗୋଟିଏ ବି ଭୋଟ୍ ପାଇବା ହକଦାର ନୁହେଁ: ଜେଟଲୀ

source:www.hindustantimes.com

ନୁଆଦିଲ୍ଲୀ ୨/୪: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ଦେଶ ପାଇଁ ବିପଦ ବୋଲି ଦର୍ଶାଇଛନ୍ତି । ଅରୁଣ ଜେଟଲୀ କହିଛନ୍ତି ଯେ କଂଗ୍ରେସର ଘୋଷଣା ପତ୍ରରେ ଦେଶଦ୍ରୋହ ଆଇନକୁ ହଟାଇବା କଥା କୁହାଯାଇଛି । ଦେଶକୁ ଭାଙ୍ଗିବା ଭଳି ପ୍ରତିଜ୍ଞା କରୁଥିବା କଂଗ୍ରେସ ଗୋଟିଏ ବି ଭୋଟ୍ ପାଇବାର ହକଦାର ନୁହେଁ । ଜେଟଲୀ କହିଛନ୍ତି ଯେ କଂଗ୍ରେସ ନିୟମ କାନୁନକୁ ସମୀକ୍ଷା କରିବା ଭଳି ଘୋଷଣା କରିଛନ୍ତି । ମାଓବାଦୀଙ୍କୁ ବଞ୍ଚାଇବା ପାଇଁ ସିଆରପିଏଫରେ ପରିବର୍ତ୍ତନ କରିବା କଥା କହିଛନ୍ତି ।

ଅରୁଣ ଜେଟଲୀ କହିଛନ୍ତି ଯେ କଂଗ୍ରେସର ଘୋଷଣା ପତ୍ରରେ ବିପଦଜ୍ଜନକ ପ୍ରତିଶୃତି ଦିଆଯାଇଛି । ସେ କହିଛନ୍ତି ଯେ ଯେଉଁ ନିୟମକୁ ପଣ୍ଡିତ ନେହେରୁ ଓ ଇନ୍ଦିରା ଗାନ୍ଧୀ ହଟେଇ ନଥିଲେ ତାକୁ ରାହୁଲ ହଟେଇବା କଥା କହୁଛନ୍ତି ।  

 ଜେଟଲୀ କହିଛନ୍ତି ଯେ କଂଗ୍ରେସର ନେତୃତ୍ୱ ନେଉଥିବା ରାହୁଲ ଜିହାଦୀ ଓ ମାଓବାଦୀଙ୍କ କବଳରେ ଅଛନ୍ତି । କଂଗ୍ରେସର ଘୋଷଣା ପତ୍ରରେ କୁହାଯାଇଛି ଯେ ଆଇପିସି(IPC)ରୁ ସେକ୍ସନ 124-A(ଦେଶଦ୍ରୋହ ଆଇନ)କୁ ହଟାଇ ଦିଆଯିବ . ଏହାର ସିଧା ଅର୍ଥ ଯେ କଂଗ୍ରେସ ଶାସନରେ ଦେଶଦ୍ରୋହ କରିବା ଅପରାଧ ହେବନି । ଯେଉଁ ପାର୍ଟି ଏଭଳି ଘୋଷଣା କରେ, ସେ ଗୋଟିଏ ବି ଭୋଟ୍ ପାଇବାର ହକଦାର ନୁହେଁ ।

ସେ ଏହା ମଧ୍ଯ କହିଛନ୍ତି ଯେ ନେହେରୁ-ଗାନ୍ଧୀ ପରିବାରର ଜମ୍ମୁ କଶ୍ମୀରକୁ ନେଇ ଯେଉଁ ଐତିହାସିକ ଭୁଲ୍ ଥିଲା, ସେହି ଏଜେଣ୍ଡାକୁ କଂଗ୍ରେସ ଅଧ୍ଯକ୍ଷ ଆଗକୁ ବଢାଇବାକୁ ଚାହୁଁଛନ୍ତି ।

ଅଧିକ ପଢନ୍ତୁ କଂଗ୍ରେସର ନିର୍ବାଚନୀ ଇସ୍ତହାର ‘ଜନ ଆଓ୍ବାଜ’ ଘୋଷଣା : ନ୍ୟାୟ, ରୋଜଗାର-ଶିକ୍ଷା ଓ କୃଷକଙ୍କୁ ଗୁରୁତ୍ବ

ସମ୍ବନ୍ଧିତ ଖବର