PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: କଟକରୁ ଧରାପଡ଼ିଥିବା ନକଲି କରୋନା ଔଷଧ ଝାରସୁଗୁଡ଼ାର ଏକ ମେଡିକାଲ ଷ୍ଟୋରରୁ ଠାବ, ଜବତ କଲେ ଝାରସୁଗୁଡ଼ା ଡ୍ରଗ୍ ଇନ୍ସପେକ୍ଟର
  • ||
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ନରେନ୍ଦ୍ର ମୋଦିଙ୍କ ସଙ୍କଟମୋଚନ ଥିଲେ ଜେଟଲୀ,ଗୁଜରାଟର ମୁଖ୍ୟମନ୍ତ୍ରୀ କରିବା ଠାରୁ ନେଇ ଦଙ୍ଗା ବିବାଦରୁ ଏଭଳି କରିଥିଲେ ରକ୍ଷା

ନୂଆଦିଲ୍ଲୀ,୨୪।୮: ବିଜେପିର ଜଣେ ଶକ୍ତିଶାଳୀ ନେତାଭାବରେ ସ୍ବତନ୍ତ୍ର ସ୍ଥାନରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କର ଆଜି ପରଲୋକ ହୋଇଛି। ତାଙ୍କର ପରଲୋକରେ ବିଜେପି ସହିତ ବିରୋଧୀ ଦଳ ମଧ୍ୟ ଦୁଃଖ ପ୍ରକାଶ କରିଛି। ତେବେ ଜେଟଲୀଙ୍କ ପରଲୋକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଆଜି ମୋର  ଜଣେ ଅମୂଲ୍ୟ ବନ୍ଧୁଙ୍କୁ ମୁଁ ହରାଇଲି। ପ୍ରକୃତରେ ମୋଦିଙ୍କ ଜୀବନରେ ଜେଟଲିଙ୍କର ଖୁବ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। କିଛି ଲୋକ ମୋଦିଙ୍କର ପ୍ରକୃତ ଚାଣକ୍ୟ ବୋଲି ଜେଟଲିଙ୍କୁ କୁହାଯାଇଥାଏ। କାରଣ ୨୦୦୨ ମସିହାରେ ମୋଦିଙ୍କ ପାଇଁ ସେ ପାଲଟିଥିଲେ ସଙ୍କଟମୋଚନ।

ମୋଦି ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ତାଙ୍କ ଉପରେ ଗୁଜରାଟ ଦଙ୍ଗାର କଳାବାଦଲ ଢାଙ୍କି ହୋଇଯାଇଥିଲା। ଦଙ୍ଗା ପାଇଁ ମୋଦିଙ୍କୁ ଦଳ ଭିତରେ ମଧ୍ୟ ବିରୋଧ କରାଯାଉଥିଲା, ସେହି ସମୟରେ ଜେଟଲୀ କେବଳ ମୋଦିଙ୍କୁ ନୁହେଁ ବଂର ଅମିତ ଶାହଙ୍କୁ ମଧ୍ୟ ସାହାର୍ଯ୍ୟ କରି ଗୁଜରାଟ ଦଙ୍ଗା ମାମଲାରୁ ବାହାର କରିଥିଲେ।  କେବଳ ସେତିକି ନୁହେଁ ୧୯୯୫ରୁ ୨୦୦୧ ମସିହା ଭିତରେ ୬ ବର୍ଷ ପାଇଁ ମୋଦି ରାଜନୀତି ଠାରୁ ଦୂରେଇ ଯାଇ ଏକ ପ୍ରକାର ବନବାସ ଜୀବନ ବିତାଉଥିଲେ।  କାରଣ ସେଠାରେ ତାଙ୍କୁ ଦଳ ପାଇଁ ଅସୁବିଧା ସୃଷ୍ଟି କରୁଥିବା ପ୍ରଚାରକ ଭାବରେ ଦେଖୁଥିଲେ। ଏହି ସମୟରେ ମୋଦି ଦିଲ୍ଲୀରେ ଥିବା ବିଜେପିର ମୁଖ୍ୟାଳୟରେ ରହୁଥିଲେ। ସେଠାରେ ସେ ଜେଟଲୀଙ୍କ ସମ୍ପର୍କରେ ଆସିଥିଲେ। କୁହାଯାଏ ଯେ, ମୋଦିଙ୍କୁ ଗୁଜରାଟର ମୁଖ୍ୟମନ୍ତ୍ରୀ କରିବାର ନିଷ୍ପତ୍ତି ପଛରେ ଆଡଭାନୀଙ୍କ ସହିତ ଜେଟଲୀଙ୍କର ମଧ୍ୟ ନିଷ୍ପତ୍ତି ରହିଥିଲା। ଗୁଜରାଟରୁ କେଶୁଭାଇ ପଟେଲଙ୍କୁ ହଟାଇବା ଓ ମୋଦିଙ୍କୁ ଆଣିବା ପଛରେ ମଧ୍ୟ ଜେଟଲୀ ଥିଲେ।