ଦିଲ୍ଲୀ ଏମସ୍ ରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଦେହାନ୍ତ

ନୂଆଦିଲ୍ଲୀ ୨୪।୮: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଲୋକ ଘଟିଛି । ଗତ କିଛି ମାସ ଧରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ରହି ନଥିଲା । ଜେଟଲୀଙ୍କ ଫୁସ୍‌ଫୁସ୍‌ରେ ପାଣି ଭର୍ତ୍ତି ହୋଇଥିବାରୁ ତାଙ୍କର ଶ୍ୱାସକ୍ରିୟାରେ ଅସୁବିଧା ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଥିଲେ। ଅଗଷ୍ଟ ୯ ତାରିଖର ଅଧିକ ଖରାପ ହେବାରୁ ତାଙ୍କୁ ଦିଲ୍ଲୀ ଏମସ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ଅରୁଣ ଜେଟଲୀ ଭାରତୀୟ ଜନତା ପାର୍ଟିର ଜଣେ ସକ୍ରିୟ ସଦସ୍ୟ । ଷୋଡ଼ଶ ଲୋକ ସଭାରେ ସେ କେନ୍ଦ୍ର କ୍ୟାବିନେଟର ଅର୍ଥମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟରତ । ଅରୁଣ ଜେଟଲୀ ତାଙ୍କ ରାଜନୈତିକ ଜୀବନ ମଧ୍ୟରେ ବହୁ ବରିଷ୍ଠ ପଦବୀରେ ଅବସ୍ଥାପିତ ହୋଇସାରିଛନ୍ତି । ୧୯୯୮-୨୦୦୪ କେନ୍ଦ୍ରରେ ଏନଡିଏ ସରକାର ଥିବା ସମୟରେ ସେ ଶିଳ୍ପ, ବାଣିଜ୍ୟ ଏବଂ ଆଇନ ମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି । ମାତ୍ର ୨୦୧୪ ସାଧାରଣ ନିର୍ବାଚନରେ ଅରୁଣ ଜେଟଲୀ କଂଗ୍ରେସ ପ୍ରାର୍ଥୀ ଅମରିନ୍ଦର ସିଂଙ୍କ ଠାରୁ ଅମ୍ରିତସର ଆସନରୁ ପରାଜିତ ହୋଇଥିଲେ । କିନ୍ତୁ ରାଜ୍ୟସଭା ସଦସ୍ୟ ଥିବାରୁ  ନରେନ୍ଦ୍ର ମୋଦି ତାଙ୍କୁ ଷୋଡଶ ଲୋକ ସଭାରେ ଦୁଇ ପ୍ରମୁଖ ବିଭାଗର ମନ୍ତ୍ରୀପଦ ଦେଇଥିଲେ ।

ଅରୁଣ ଜେଟଲୀ ୨୮ ଡିସେମ୍ବର, ୧୯୫୨ରେ ନୂଆଦିଲ୍ଲୀରେ ଏକ ପଞ୍ଜାବୀ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ । ତାଙ୍କ ପିତା କିଶନ ଜେଟଲୀ ଜଣେ ଓକିଲ ଥିଲେ ଓ ମା’ ରତନ ପ୍ରଭା ଜେଟଲୀ ଜଣେ ଗୃହିଣୀ ଥିଲେ ।ପ୍ରଥମେ ନୂଆଦିଲ୍ଲୀର ସେଣ୍ଟ ଜାଭିୟର୍ସ ସ୍କୁଲ୍‍ରୁ ପ୍ରାଥମିକ ଶିକ୍ଷାପରେ ଜେଟଲୀ ଶ୍ରୀରାମ କଲେଜ ଅଫ କମର୍ସରୁ ବାଣିଜ୍ୟରେ ଡିଗ୍ରୀ ହାସଲ କରିଥିଲେ । ପରେ ସେ ଦିଲ୍ଳୀ ବିଶ୍ୱବିଦ୍ୟାଳୟରୁ ଆଇନ୍‍ରେ ସ୍ନାତ୍ତକ କରିଥିଲେ । ଅରୁଣ ଜେଟଲୀଙ୍କ ରାଜନୈତିକ ଜୀବନ ବିଜେପିର ଛାତ୍ର ଶାଖାରେ ଯୋଗଦେବାପରଠାରୁ ଆରମ୍ଭ ହୋଇଥିଲା । ୧୯୭୪ରେ ସେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ଛାତ୍ର ସଂସଦ ସଭାପିତ ଭାବେ ନିର୍ବାଚିତ ହେବାପରେ ଭାରତୀୟ ଜନତା ପାର୍ଟିର ଛାତ୍ର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗ ଦେଇଥିଲେ । ୧୯୯୧ ପରଠାରୁ ବିଜେପିର ଜଣେ ଦୈନିକ ସଦସ୍ୟ ଭାବେ ଗଣା ହୋଇଥିଲେ ଅରୁଣ ଜେଟଲୀ । ୧୯୯୯ ସାଧାରଣ ନିର୍ବାଚନରେ ତାଙ୍କୁ ବିଜେପିର ମୁଖପାତ୍ର କରିଦିଆଯାଇଥିଲା ।

   ସମ୍ବନ୍ଧିତ ଖବର


ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା Paytm, ଆପ୍ ହଟାଇବା ପଛରେ ରହିଛି ଏହି କାରଣ

ରୁଷର ଭ୍ୟାକସିନ ନେଉଥିବା ପ୍ରତି ୭ ଜଣରୁ ଜଣେ ବ୍ୟକ୍ତି ଅସୁସ୍ଥ, ଭାରତକୁ ମଧ୍ୟ ଆସିବ ଲକ୍ଷାଧିକ ଟିକା

ଜୟା ବଚ୍ଚନଙ୍କ ‘ଥାଳି’ ମନ୍ତବ୍ୟ ନେଇ ମୁହଁ ଖୋଲିଲେ ମୁକେଶ ଖାନ୍ନା, କହିଲେ-ବଲିଉଡ ଇଣ୍ଡଷ୍ଟ୍ରୀ କାହା ବାପାର ନୁହେଁ…

ପ୍ରଥମ ଥର ସ୍ବୀକାର କଲା ଡ୍ରାଗନ୍,ଗଲଓ୍ବାନ ଘାଟି ସଂଘର୍ଷରେ ନିହତ ହୋଇଥିଲେ ଚୀନ୍ ସୈନିକ

ଜାତୀୟ ସୁରକ୍ଷା ଉପରେ ବଡ଼ ବିପଦ! ଏନଆଇସି ଉପରେ ସାଇବର ଆଟାକ୍, ସମ୍ବେଦନଶୀଳ ତଥ୍ୟ ଚୋରିକଲେ ହ୍ୟାକର

ପ୍ରଖ୍ୟାତ ଫ୍ୟାସନ୍‌ ଡିଜାଇନର ଶରବରୀ ଦତ୍ତାଙ୍କ ଦେହାନ୍ତ, ମୃତ୍ୟୁର କାରଣ ଅସ୍ପଷ୍ଟ