ଚୀନ୍‌ର ଡିଜିଟାଲ୍ ପ୍ଲାନ୍ ! ଚାଇନିଜ୍ ମୋବାଇଲରୁ ଅରୁଣାଚଳ ଗାଏବ୍…

ନୂଆଦିଲ୍ଲୀ ୧୯/୧୦: ସତରେ କଣ ଚାଇନିଜ୍ ଆପ ପରେ ଏବେ ଚାଇନିଜ୍ ମୋବାଇଲ୍ ବ୍ୟାନ୍ ହେବ ? ଚାଇନିଜ୍ ମୋବାଇଲ ୱେଦର ଆପରୁ ଅରୁଣାଚଳ ଗାଏବ ହେବା ପରେ ଏବେ ଚାଲିଛି ଏମିତି ଚର୍ଚ୍ଚା । ଏହାକୁ ନେଇ ସୋସିଆଲ ମିଡିଆରେ କୁହାଯାଉଛି କି ଯେଉଁ ଯେଉଁ ଅଞ୍ଚଳକୁ ନେଇ ବିବାଦ ଚାଲିଛି ତାହାକୁ ଚୀନ ନିଜର ବୋଲି ଦାବି କରିବା ପାଇଁ ଏମିତି କରିଛି । ଏବେ ପ୍ରଶ୍ନ ଉଠୁଛି ଯେ ଦେଶର ସମ୍ମାନଠାରୁ କ’ଣ ଚୀନର ମୋବାଇଲ୍ ଅଧିକ ଜରୁରୀ ?

ଘଟଣାଟି ଆରମ୍ଭ ହେଲା ଏକ ଟ୍ୱିଟର ଲାଇଭରୁ । ଜଣେ ସାମ୍ବାଦିକ ଲେହରୁ ଟ୍ୱିଟରରୁ ଲାଇଭ୍ କରିବା ସମୟରେ ତାଙ୍କୁ ଚୀନରୁ ଲାଇଭ୍ ହେଉଛି ବୋଲି ଦର୍ଶାଇଲା । ତେବେ ପ୍ରଶ୍ନ ଉଠୁଛି ଯେ କଣ ଏହା ଏକ ପ୍ରକାର ଡିଜିଟାଲ୍ ଅନୁପ୍ରବେଶ ଚେଷ୍ଟା ଥିଲା ? କହିରଖୁଛୁ ନ୍ୟାଲନାଲ୍ ସିକ୍ୟେରିଟି ଆନାଲିଷ୍ଟ ନିତିନ ଗୋଖଲେ ରବିବାର ଲେହର ୱାର୍ ମେମୋରିଆଲରୁ ଟ୍ୱିଟରରେ ଲାଇଭ୍ କରୁଥିଲେ । ସେହି ସମୟରେ ତାଙ୍କ ଲୋକେସନ ଅର୍ଥାତ୍ ଲେହକୁ ଟ୍ୱିଟରରେ ଚୀନର ଏକ ଅଂଶ ବୋଲି କୁହାଗଲା ।

ଏହା ଏକ ଯାନ୍ତ୍ରିକ ତୃଟି ଥିଲା ଏବଂ ଏହାକୁ ଠିକ୍ କରାଯାଇଛି ବୋଲି ଟ୍ୱିଟର ପକ୍ଷରୁ କୁହାଗଲା । କିନ୍ତୁ ପ୍ରଶ୍ନ ଉଠୁଛି ଯେ ଏତେ ବଡ ଭୁଲ୍ କେମିତି ହୋଇପାରିଲା ? ଏହା ମଧ୍ୟ ଅଭିଯୋଗ ଆସୁଛି ଯେ ପ୍ରାୟ ସବୁ ଚାଇନିଜ୍ ମୋବାଇଲରେ ଏମିତି ଦେଖିବାକୁ ମିଳୁଛି । ବିବାଦ ବଢିବା ପରେ ଚାଇନିଜ୍ ମୋବାଇଲ୍ କମ୍ପାନୀ ସାଓମି ମଧ୍ୟ ଏହାକୁ ତୃଟି ବୋଲି କହିଛି । କମ୍ପାନୀ କହିଛି ଯେ ସେ ଏହାକୁ ଏବେ ସୁଧାରି ଦେଇଛି ।

   ସମ୍ବନ୍ଧିତ ଖବର


ବିଶ୍ବାସ ନା ଅନ୍ଧବିଶ୍ବାସ ! ଭାରତର ଏହି ମନ୍ଦିରରେ କରାଯାଉଛି କଳା କୁକୁରକୁ ପୂଜା, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

୪୩ ମୋବାଇଲ ଆପ୍‌କୁ ଭାରତ ‌ବ୍ୟାନ କରିବା ପରେ ଚୀନ ରାଗରେ ପାଚି ଲାଲ୍, କହିଲା ମିଳିବ କଡା ଜବାବ…

ଟ୍ୟୁସନ ଯିବା ସମୟରେ ନାବାଳିକାକୁ ଗଣଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ତିଆରି କରି ଦେଉଥିଲେ ଧମକ…

କରୋନା ପାଇଁ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରିପାରିବେ ରାଜ୍ୟ ସରକାର- ସମ୍ପୂର୍ଣ୍ଣ କର୍ଫ୍ୟୁ ପାଇଁ କଟକଣା, ଡିସେମ୍ବର ପାଇଁ କେନ୍ଦ୍ରର ନୂଆ ଗାଇଡ୍‌ ଲାଇନ୍‌

ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…