ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଖୁସିଖବର! ବିବାହ କରିବାକୁ ଯାଉଥିବା ଝିଅଙ୍କୁ ସରକାର ଦେବେ ୧୦ ଗ୍ରାମ ସୁନା

ଗୌହାଟି,୨୧।୧୧: ଆସାମ ସରକାର ବିବାହର ରେଜିଷ୍ଟେ୍ରସନକୁ ପ୍ରୋତ୍ସାହନ ଦେବା ପାଇଁ ଓ ବାଲ୍ୟ ବିବାହକୁ ରୋକିବା ଉଦେଶ୍ୟରେ ଅରୁଦ୍ଧତି ସ୍ବର୍ଣ୍ଣ ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନା ଅନୁସାରେ, ରାଜ୍ୟର ସବୁ ଝିଅ ବିବାହରେ ୧୦ ଗ୍ରାମ ସୁନା ଉପହାରରେ ଦିଆଯିବ। ଏହି ସ୍କିମ୍ ଆଗାମୀ ବର୍ଷ ଜାନୁଆରୀରୁ ଆରମ୍ଭ ହେବ।

wp:gallery {"ids":[61082]} /wp:gallery

ରାଜ୍ୟ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ବ ସରମାଙ୍କ କହିବା ଅନୁସାରେ, ଅରୁନ୍ଧତି ସ୍ବର୍ଣ୍ଣ ଯୋଜନାର ଲାଗ ପାଇବା ପାଇଁ କିଛି ସର୍ତ୍ତ ରହିଛି। ପ୍ରତି ପ୍ରାପ୍ତ ବୟସ୍କ ବଧୂ, ଯିଏକି ଅତିକମରେ ୧୦ ଶ୍ରେଣୀ ପଢିଥିବେ ଓ ନିଜ ବିବାହର ପଞ୍ଜିକରଣ କରିଥିବେ ତାଙ୍କୁ ୧୦ ଗ୍ରାମ ସୁନା ଉପହାରରେ ଦିଆଯିବ। ଏହି ଯୋଜନାର ଲାଭ ନେବା ପାଇଁ ବିବାହ କରିବାକୁ ଯାଉଥିବା ଯୁବତୀଙ୍କ ପରିବାର ଲୋକଙ୍କ ବାର୍ଷିକ ଆମଦାନୀ ୫ ଲକ୍ଷ ଟଙ୍କାରୁ କମ୍ ହୋଇଥିବ।  ଅରୁନ୍ଧତି ସ୍ବର୍ଣ୍ଣ ଯୋଜନାର ଲାଭ ଝିଅର ପ୍ରଥମ ଥର ବିବାହରେ ହିଁ ମିଳିବ ଓ ଏହାକୁ ସ୍ପେଶାଲ ମ୍ୟାରେଜ୍ ଆକ୍ଟ ୧୯୫୪ ଅନୁସାରେ ରେଜିଷ୍ଟର କରିବାକୁ ହେବ।

wp:gallery {"ids":[61083]} /wp:gallery

ମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଅରୁନ୍ଧତୀ ସ୍ବର୍ଣ୍ଣ ଯୋଜନା ଅନୁସାରେ ସୁନା ହାତରେ ଦିଆଯିବ ନାହିଁ। ବିବାହର ରେଜିଷ୍ଟେ୍ରସନ୍  ଓ ଭେରିଫିକେଯସନ୍ ପରେ ୩୦,୦୦୦  ଟଙ୍କା ବିବାହ କରିବାକୁ ଥିବା ଝିଅର ଆକାଉଣ୍ଟରେ ଜମା କରିଦିଆଯିବ। ଏହାପରେ ତାଙ୍କୁ ସୁନା କିଣି ରସିଦ୍ ସବମିଟ୍ କରିବାକୁ ହେବ। ଏହି ଟଙ୍କାର ବ୍ୟବହାର ଅନ୍ୟ କୌଣସି ଉଦେଶ୍ୟ ପାଇଁ କରାଯିବ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

wp:gallery {"ids":[61084]} /wp:gallery

୧୦ ଗ୍ରାମ ସୁନା ପାଇଁ ୩୦,୦୦୦ ଟଙ୍କାର ସମ୍ପୂର୍ଣ୍ଣ ବର୍ଷ ସୁନାର ହାରାହାରି ମୂଲ୍ୟକୁ ଦୃଷ୍ଟିରେ ରଖିବା ପରେ ଧାର୍ଯ୍ୟ କରାଯିବ। ଏହାକୁ ପ୍ରତି ବଜେଟରେ ସଂଶୋଧିତ କରାଯିବ। ବିବାହକୁ ଡେପୁଟି କମିଶନର କାର୍ଯ୍ୟାଳୟରେ ମଧ୍ୟ ପଞ୍ଜିକୃତ କରିବାର ଅନୁମତି ଦିଆଯିବ। କୁହାଯାଉଛି ଯେ, ଏହି ଯୋଜନା ଦ୍ବାରା ରାଜ୍ୟ ସରକାରଙ୍କ ରାଜସ୍ବରେ ବାର୍ଷିକ ପ୍ରାୟ ୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.