PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କ ଦାବି : ଓଡ଼ିଶାରେ ସିଏଏ ଲାଗୁ କରାଯାଉ

ବାଲିପାଟଣା ୨।୬: ଓଡ଼ିଶାରେ ଭାରତୀୟ ନାଗରିକ ପ୍ରମାଣପତ୍ର ଆଇନ (CAA) ଲାଗୁ କରିବା ପାଇଁ ଦାବି କରିଛନ୍ତି ଜୟଦେବ ବିଧାୟକ ତଥା ବଙ୍ଗୀୟ ଶରଣାର୍ଥୀଙ୍କ ନେତା ଅରବିନ୍ଦ ଢାଲି । କେନ୍ଦ୍ର ସରକାର ଦେଶର ୫ଟି ଜିଲ୍ଲାରେ ଏହି ଆଇନ ଲାଗୁ କରିଛନ୍ତି । ଓଡ଼ିଶାର ୧୦ଟି ଜିଲ୍ଲା ଯଥା ମାଲକାନାଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ସମ୍ବଲପୁର, ବାଲେଶ୍ଵର, ଭଦ୍ରକ, ବଲାଙ୍ଗିର ଜିଲ୍ଲାରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଶରଣାର୍ଥୀ ବସବାସ କରୁଛନ୍ତି  ।

ଓଡ଼ିଶାରେ ଏହି ଆଇନ ଲାଗୁ କରିବା ଆବଶ୍ୟକ ବୋଲି କହିଛନ୍ତି ବିଧାୟକ । ନାଗରିକତ୍ଵ ଆଇନ କର୍ଯ୍ୟକାରୀ ନ ହେବା ଦ୍ବାରା ଏମାନେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଭୂମିହୀନମାନେ ବସୁନ୍ଧରା ଯୋଜନାରେ ସାମିଲ ହୋଇ ପାରୁନାହାନ୍ତି  । ଅନେକଙ୍କୁ ପାସପୋର୍ଟ ମିଳିପାରୁ ନାହିଁ ।  ଦେଶର ୫ଟି ଜିଲ୍ଲାରେ ଏହି ଆଇନ ଏବେ ଲାଗୁ ହୋଇଛି । ଓଡ଼ିଶାରେ ମଧ୍ୟ ଏହାର ଆବଶ୍ୟକତା ରହିଛି । ସେଥିପାଇଁ ନାଗରିକତ୍ବ ଆଇନ ଓଡ଼ିଶାରେ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ବିଧାୟକ ନିବେଦନ କରିଛନ୍ତି ।