PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର: ବକେୟା ପାଣି ବିଲ୍‌ ଛାଡ଼ କେଜରିୱାଲ ସରକାର

ନୂଆଦିଲ୍ଲୀ ୨୮/୮: ଦିଲ୍ଲୀରେ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀବାସୀଙ୍କୁ ଏକ ଉପହାର ଭେଟି ଦେଇଛନ୍ତି । ପାଣିବିଲ୍‌ ବାବଦରେ ଲୋକମାନଙ୍କର ବାକିଥିବା ଟଙ୍କା ଛାଡ଼ କରାଯାଇଛି । ନିୟମ ଅନୁଯାୟୀ ପାଣି ମିଟର ଲଗାଇ କୌଣସି କାରଣରୁ ବିଲ୍‌ ଭରି ପାରିନଥିବା ଲୋକଙ୍କର ସମସ୍ତ ବାକି ଟଙ୍କା ଛାଡ଼ କରାଯିବ ।

ଏନେଇ କେଜରିୱାଲ କହିଛନ୍ତି ଯେ, ଲୋକଙ୍କର ଅନେକ ମାତ୍ରାରେ ପାଣି ବିଲ୍‌ ବାବଦରେ ଟଙ୍କା ବାକିଥିବାରୁ ନୂଆ ବିଲ୍‌ କାଢ଼ିବା ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏଣୁ ଗତ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପାଣି ବାବଦରେ ବାକିଥିବା ସମସ୍ତ ଟଙ୍କା ଛାଡ଼ କରାଯିବ । ୨୪ ଘଣ୍ଟା ପାଣି ଯୋଗାଇବା ପାଇଁ କରାଯାଇଥିବା ଯୋଜନାର ଏହା ଏକ ଅଂଶ ବୋଲି ସେ ପ୍ରକାଶ କରିଛନ୍ତି ।