୧୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜ୍ରିଓ୍ୱାଲ, ମୋଦୀଙ୍କୁ କଲେ ନିମନ୍ତ୍ରଣ

ନୂଆଦିଲ୍ଲୀ, ୧୪|୦୨: ନୂଆଦିଲ୍ଲୀର ନବନିର୍ବାଚିତ ସରକାରଙ୍କ ବିଧାୟକ ଦଳର ନେତା ଓ ମୁଖ୍ୟମନ୍ତ୍ରୀ ହେବା ପାଇଁ ଯାଉଥିବା ଅରବିନ୍ଦ କେଜ୍ରିଓ୍ୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁପ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରିଛନ୍ତି। କେଜ୍ରିଓ୍ୱାଲ ନିଜ କ୍ୟାବିନେଟ୍ ସହ ଫେବ୍ରୁଆରୀ ୧୬ରେ ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀର ରାମଲୀଳା ମଇଦାନରେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ଗୋପାଳ ରାୟ ଏହି ଉତ୍ସବରେ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ ନାହି ବୋଲି କହିଥିଲେ।

ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା କେଜ୍ରିଓ୍ୱାଲଙ୍କ ପାଇଁ ଦିଲ୍ଲୀବାସୀ ଭିଭିଆଇପି ଅତିଥି ହେବେ। ଏଥିରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ, ନେତା ଓ ଅନ୍ୟ କେଉଁ ବାହାର ନେତାଙ୍କୁ ଡକାଯିବ ନାହିଁ।

ବିଧାନସଭା ନିର୍ବାଚନକେ ବୃହତ ବିଜୟ ହାସଲ କରିଥିବା ଆମ ଆଦମୀ ପାର୍ଟି ଶପଥ ଗ୍ରହଣ ଉତ୍ସବ ଦିଲ୍ଲୀବାସୀଙ୍କ ସହ ଆୟୋଜନ କରିବେ ବୋଲି ନିଷ୍ପତ୍ତି ନେଇଥିଲା। ଏଥିରେ ଆପର ସମସ୍ତ ୬୨ଟି ବିଧାୟକ ଓ ବିଜେପିର ୮ଜଣ ବିଧାୟକ ସାମିଲ ହେବେ।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା