ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚ୍ୟାଲେଞ୍ଜ ଦେଲେ କେଜ୍ରିୱାଲ, କହିଲେ କାଲି ମୋର ବରିଷ୍ଠ ନେତାଙ୍କୁ ନେଇ ବିଜେପି ମୁଖ୍ୟାଳୟ ଯାଉଛି ...

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ ଶନିବାର ରାଜ୍ୟସଭା ସାଂସଦ ସ୍ୱାତି ମାଲିୱାଲଙ୍କୁ ଆକ୍ରମଣରେ ଅଭିଯୁକ୍ତ ବିଭବ କୁମାରଙ୍କୁ ଗିରଫ କରିଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପିଏଙ୍କର ଗିରଫକୁ ନେଇ ଦିଲ୍ଲୀରେ ରାଜନୀତିକ ମାହୋଲ ସରଗରମ ହୋଇଛି। ଏହି ସମଗ୍ର ପ୍ରକରଣରେ ପ୍ରଥମ ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ବୟାନ ସାମନାକୁ ଆସିଛି। କେଜ୍ରିୱାଲ ଶନିବାର ସନ୍ଧ୍ୟାରେ ପ୍ରେସ୍‌ କନଫରେନ୍ସ କରି କହିଛନ୍ତି, ଆପଣ ଦେଖି ପାରିବେ କି, ସେମାନେ କେଉଁ ଭଳି ଭାବେ ଆପ୍‌ର ପଛରେ ପଡ଼ିଛନ୍ତି। ସେ (ପିଏମ୍ ମୋଦି) ଗୋଟି ଗୋଟି କରି ଆପ୍‌ର ନେତାଙ୍କୁ ଗିରଫ କରୁଛନ୍ତି। 

ମୁଁ ପ୍ରଧାନମନ୍ତ୍ରୀଙ୍କୁ କହିବାକୁ ଚାହୁଁଛି କି, ଆପଣ ଏହି ଜେଲ୍‌ର ଖେଳ ଖେଳୁଛନ୍ତି। ଆସନ୍ତା କାଲି ମୁଁ ନିଜର ସବୁ ବରିଷ୍ଠ ନେତା ଓ ବିଧାୟକଙ୍କ ସହ ଦ୍ୱିପ୍ରହର ୧୨ଟାରେ ବିଜେପି ମୁଖ୍ୟାଳୟ ଆସୁଛି। ଆପଣ ଯାହାକୁ ଚାହିଁବେ ଜେଲ୍‌ରେ ପୂରାଇ ପାରିବେ।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି – ଆପଣମାନେ ସମସ୍ତେ ଦେଖୁଛନ୍ତି କି, ସେମାନେ କୌଣସି ପ୍ରକାରରେ ଆପ୍‌ର ପଛରେ ପଡ଼ିଛନ୍ତି। ଗୋଟି ଗୋଟି କରି ଆମର ନେତାଙ୍କୁ ଜେଲରେ ପୂରାଉଛନ୍ତି। 

ପ୍ରଥମେ ମୋତେ ଜେଲରେ ପୂରାଇ ଦେଲେ, ମନୀଷ ସିସୋଦିଆଙ୍କୁ ଜେଲରେ ପଠାଇ ଦେଲେ। ସତ୍ୟେନ୍ଦ୍ର ଜୈନଙ୍କୁ ଜେଲରେ ପୂରାଇ ଦେଲେ। ସଞ୍ଜୟ ସିଂହଙ୍କୁ ଜେଲରେ ପୂରାଇଲେ। ଆଜି ମୋର ପିଏଙ୍କୁ ଜେଲ୍‌ରେ ପୂରାଇ ଦେଲେ। ରାଘବ ଚଢା ଲଣ୍ଡନରୁ ଫେରିଛନ୍ତି , ଏବେ କହୁଛନ୍ତି କି ତାଙ୍କୁ ବି ଜେଲ୍‌ ପଠାଇବେ । ଆଉ କିଛି ଦିନ ପରେ ସୌରଭ ଭରଦ୍ୱାଜ ଆତିଶୀଙ୍କୁ ମଧ୍ୟ ଜେଲ୍‌ରେ ପୂରାଇବେ।

କେଜ୍ରିୱାଲ ଆହୁରି କହିଛନ୍ତି , ମୁଁ ଭାବୁ ଥିଲି କି ଏ ଲୋକେ ଆମ ସମସ୍ତଙ୍କୁ କାହିଁକି ଜେଲ୍‌ରେ ପୂରାଉଛନ୍ତି। ଆମର ଦୋଷ କଣ ? ଆମର ଦୋଷ ଏହା ଯେ , ଗରିବ ପିଲାଙ୍କ ପାଇଁ ଭଲ ଶିକ୍ଷାର ବନ୍ଦୋବସ୍ତ କରିଛୁ, ସରକାରୀ ସ୍କୁଲ ଭଲ ଭାବେ ତିଆରି କରିଛୁ । ସେମାନେ କରି ପାରୁ ନାହାନ୍ତି। ଏଥିପାଇଁ ଏମାନେ ସରକାରୀ ସ୍କୁଲକୁ ଠିକ୍‌ କରିବାରୁ ରୋକିବାକୁ ଚାହୁଁଛନ୍ତି। ଆମର ଦୋଷ ଏହା କି ଆମେ ଦିଲ୍ଲୀ ଭିତରେ ଭଲ ହସ୍ପିଟାଲ ତିଆରି କରିଛୁ। ମୋହଲ୍ଲା କ୍ଲିନିକ୍‌ କରିଛୁ , ମାଗଣା ଓ ଭଲ ଚିକିତ୍ସାର ସୁବିଧା କରିଛୁ। ସେମାନେ କରି ପାରୁ ନାହାନ୍ତି , ଏଥିପାଇଁ ଦିଲ୍ଲୀର ହସ୍ପିଟାଲ ଗୁଡ଼ିକୁ ମୋହଲ୍ଲା କ୍ଲିନିକ୍‌ରେ ଚିକିତ୍ସା କୁ ରୋକିବାକୁ ଚାହୁଁଛନ୍ତି। ଆମର ଦୋଷ ଏହା କି ପ୍ରଥମେ ଦିଲ୍ଲୀରେ ୧୦-୧୦ ଘଣ୍ଟା ବିଦ୍ୟୁତ୍‌ କାଟ ହେଉଥିଲା , ଏବେ ୨୪ ଘଣ୍ଟା ବିଦ୍ୟୁତ୍ ଦେଉଛୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.