ରାବଣ ଭୂମିକାରେ ନଜର ଆସିଥିବା ଅରବିନ୍ଦ ତ୍ରିବେଦୀଙ୍କ ମୃତ୍ୟୁ ହେବା ମିଛ ଖବର ଭାଇରାଲ୍ !

ମୁମ୍ୱାଇ ୦୩ /୦୫ : ଟେଲିଭିଜନ ସିରିୟଲ ‘ରାମାୟଣ’ରେ ରାବଣ ଭୂମିକାରେ ନଜର ଆସିଥିବା ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ମୃତ୍ୟୁର ଖବର ମିଛ। ରବିବାର ଦିନସାରା ସୋସିଆଲ ମିଡ଼ିଆରେ ତାଙ୍କର ମୃତ୍ୟୁର ଗୁଜବ ଖବର ଭାଇରାଲ ହୋଇଥିଲା। ଯାହାପରେ ସନ୍ଧ୍ୟାରେ ତାଙ୍କର ଭଣଜା କୌସ୍ତୁଭ ତ୍ରିବେଦୀ ଏକ ଟ୍ୱିଟ୍‌ କରି ତାଙ୍କର ସୁସ୍ଥତା ନେଇ ସୂଚନା ଦେଇଛନ୍ତି ଏବଂ ମିଛ ଖବର ପ୍ରଚାର ନକରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ନିଜର ଟ୍ୱିଟ୍‌ରେ କୌସ୍ତୁଭ ଲେଖିଛନ୍ତି , ‘ପ୍ରିୟର ସମସ୍ତେ , ମୋ ମାମୁଁ ଅରବିନ୍ଦ ତ୍ରିବେଦୀ ଲଙ୍କେଶ୍‌ ପୁରାପୁରି ଭଲ ଓ ସୁରକ୍ଷିତ ଅଛନ୍ତି । ଅନୁରୋଧ ଯେ, ମିଛ ଖବର ପ୍ରସାର କରିବା ବନ୍ଦ କରନ୍ତୁ ଏବଂ ଦୟାକରି ସେ ଭଲରେ ଥିବା ନେଇ ଖବର ଚର୍ଚ୍ଚା କରନ୍ତୁ । ଧନ୍ୟବାଦ।

ଏହା ପୂର୍ବରୁ ରବିବାର ଦିପ୍ରହରକୁ ଅରବିନ୍ଦ ତ୍ରିବେଦୀ ଏକ ଟ୍ୱିଟ୍ କରି ‘ଶ୍ରୀକୃଷ୍ଣ’ ସିରିଏଲରେ କୃଷ୍ଣ ଭୂମିକାରେ ନିଜର ଆସିଥିବା ସର୍ବଦମନ ବନର୍ଜୀଙ୍କର ସୋସିଆଲ ମିଡ଼ିଆରେ ସ୍ୱାଗତ କରି ଏକ ଟ୍ୱିଟ୍‌ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ , ଜୟ ଶ୍ରୀ କୃଷ୍ଣା । ଆପଣଙ୍କୁ ସ୍ୱାଗତ।

   ସମ୍ବନ୍ଧିତ ଖବର


ଆପ୍‌ ମାଧ୍ୟମରେ ସ୍ତ୍ରୀଙ୍କ ସହ କରୁଥିଲେ ଲାଇଭ୍‌ ସେକ୍ସ –କମାଉଥିଲେ ଲକ୍ଷ ଲକ୍ଷ ଟଙ୍କା

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର

କରୋନା – ମାସ୍କ ନପିନ୍ଧିବାକୁ ନେଇ ଯୁବକଙ୍କ ଅଜବ ତର୍କ , ଭିଡ଼ିଓ ଭାଇରାଲ

ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଉଥିବା ସ୍ୱରାଙ୍କର ରହିଛି ଏହି ଗୁଣ