ଆର୍ଯ୍ଯ କୁମାର ଜ୍ଞାନେନ୍ଦ୍ରଙ୍କୁ ଆକ୍ରମଣ, ବିଜେଡି ନାଁରେ ଆଣିଲେ ଅଭିଯୋଗ

ଭଦ୍ରକ ୨୮/୪: ବନ୍ତ ଛକରେ ଆର୍ଯ୍ଯ କୁମାର ଜ୍ଞାନେନ୍ଦ୍ରଙ୍କ ଗାଡି ଉପରେ ଆକ୍ରମଣ । ଆଜି(ରବିବାର) କଂଗ୍ରେସ ନେତା ଆର୍ଯ୍ୟ ଜ୍ଞାନେନ୍ଦ୍ର ବନ୍ତ ଛକରେ ଜଳଖିଆ ଖାଉଥିବାବେଳେ ତାଙ୍କ ଉପରକୁ  ଆକ୍ରମଣ ହୋଇଛି । ଆକ୍ରମଣରେ ତାଙ୍କ ଗାଡିର ମିରର ଭାଙ୍ଗିଯିବା ସହ ଡୋର୍ ଲକ୍ ଭାଙ୍ଗିଯାଇଛି ।

ବନ୍ତ ଛକରେ ଗାଡି ରଖି ଜଳଖିଆ ଖାଇବାକୁ ଯାଉଥିବା ସମୟରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା । କିଛି ଯୁବକ ବୁଲେଟରେ ଆସି ତାଙ୍କୁ ଗାଳି ଗୁଲଜ କରିବା ସହ ଧମକ ମଧ୍ଯ ଦେଇଥିଲେ । ତେବେ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ସମର୍ଥକମାନେ ଏହି ଆକ୍ରମଣ କରିଥିବା  ଅଭିଯୋଗ କରିଛନ୍ତି ଆର୍ଯ୍ୟ । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ  ନିର୍ବ।ଚନ ମଣ୍ଡଳୀରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରତିଦ୍ବନ୍ଦିତା କରୁଛନ୍ତି । ଆର୍ଯ୍ୟ ଜ୍ଞାନେନ୍ଦ୍ର ତାଙ୍କ ପ୍ରତିନିଧି ଭାବେ କାମ କରୁଛନ୍ତି । ସେଥିପାଇଁ ସେଠାକାର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଫୁଲ ସାମଲ ଗୁଣ୍ଡାରାଜ ଚଳାଇ ପ୍ରତିଦ୍ୱନ୍ଦୀଙ୍କୁ ହଟାଇବେ ବୋଲି ଆର୍ଯ୍ଯ ଅଭିଯୋଗ କରିଛନ୍ତି ।

   ସମ୍ବନ୍ଧିତ ଖବର


ମିଳିଳା ୫ ହଜାର ବର୍ଷ ପୁରୁଣା ତିମି ମାଛର କଙ୍କାଳ,ଖୋଲିବ ଏହି ସବୁ ରହସ୍ୟ

ବିପତ୍ତି ଆଣିଦେଲା ସୁଯୋଗ, ଏହି କାରିଗର ଆରମ୍ଭ କରିଦେଲେ ସୁନା-ରୁପାର ମାସ୍କ

ଆତ୍ମହତ୍ୟା ଉଦ୍ୟମ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…

ବଢିଲା ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ସମ୍ଭାବନା, ଇରାନ ପରମାଣୁ ବୈଜ୍ଞାନିକଙ୍କ ହତ୍ୟାକୁ ନେଇ ବଢୁଛି ବିବାଦ…

୭ ପାକିସ୍ତାନୀ କ୍ରିକେଟର କରୋନା ସଂକ୍ରମିତ, ନ୍ୟୁଜିଲାଣ୍ଡ ସରକାରଙ୍କ ଚେତାବନୀ-ଏବେ ନିୟମ ଭାଙ୍ଗିଲେ ପଠାଇଦେବୁ

ବମ୍ବେ ହାଇକୋର୍ଟରେ କଙ୍ଗନାଙ୍କୁ ସଫଳତା ପରେ ବିଏମସି ମେୟର ଦେଲେ ବିବାଦୀୟ ମନ୍ତବ୍ୟ, କହିଲେ ଅଭିନେତ୍ରୀ “ଦୁଇ ଟଙ୍କାର ଲୋକ”…