PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ଆର୍ଯ୍ୟନ୍ ଖାନଙ୍କୁ ବେଲ୍ ନା ଜେଲ୍ ? ଆଜି ଶୁଣାଣି କରିବେ ବମ୍ବେ ହାଇକୋର୍ଟ

ମୁମ୍ବାଇ ୨୬।୧୦: ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ଥର ରୋଡ ଜେଲରେ ଅଛନ୍ତି। ଆଜି ବମ୍ବେ ହାଇକୋର୍ଟରେ ଆର୍ଯ୍ୟନଙ୍କ ଜାମିନ ଶୁଣାଣି ହେବ। ତାଙ୍କର ଜାମିନ ଆବେଦନ ଉଭୟ ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ଏବଂ ସେସନ କୋର୍ଟ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା। ଅକ୍ଟୋବର ୨୦ ରେ ଏନଡିପିଏସ କୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ, ଏହା ପରେ ଆର୍ଯ୍ୟନ ଖାନଙ୍କ ଓକିଲ ସତୀଶ ମାନଶିନ୍ଦେଙ୍କ ନେତୃତ୍ୱରେ ତାଙ୍କ ଟିମ୍ ହାଇକୋର୍ଟରେ ପହଞ୍ଚିଥିଲେ। କୋର୍ଟ ଅକ୍ଟୋବର ୨୬ କୁ ଶୁଣାଣି ତାରିଖ ଦେଇଥିଲେ।

ସୂଚନା ଅନୁଯାୟୀ, ଏନସିବି ଆର୍ଯ୍ୟନ ଖାନ ଏବଂ ହାଇକୋର୍ଟରେ ଥିବା ଅନ୍ୟ ସମସ୍ତ ଅଭିଯୁକ୍ତଙ୍କ ଜାମିନକୁ ବିରୋଧ କରିବ। ବମ୍ବେ ହାଇକୋର୍ଟରେ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ୫୭ ନମ୍ବରରେ ଥିବାବେଳେ ଅରବାଜ ମର୍ଚାଣ୍ଟଙ୍କ ଜାମିନ ଆବେଦନ ୬୪ ନମ୍ବରରେ ତାଲିକାଭୁକ୍ତ ହୋଇଛି। ତେବେ ଦେଖିବାକୁ ପଡ଼ିବ ଯେ, ଆର୍ଯ୍ୟନ୍ ଆଜି ଜେଲରୁ ବାହାରିପାରିବେ କି ନାହିଁ। ଯଦି ଆଜି ତାଙ୍କୁ ଜାମିନ ମିଳିବ ନାହିଁ, ତେବେ ଅସୁବିଧା ବଢିପାରେ। କାରଣ ଅକ୍ଟୋବର ୨୯ ଶୁକ୍ରବାର ପର୍ଯ୍ୟନ୍ତ କୋର୍ଟ ଖୋଲା ରହିବ। ଏହା ପରେ ଶନିବାର ଏବଂ ରବିବାର ଦିନ ଛୁଟିଦିନ । ତା’ପରେ ଦୀପାବଳି ଛୁଟି ହୋଇଯିବ। ଯଦିଓ ଶନିବାର ଦିନ କୋର୍ଟରେ କେସର ଫାଇଲିଂ ହୋଇଥାଏ, କିନ୍ତୁ ବିଚାରପତି ନିଷ୍ପତ୍ତି ନେଲେ ଯାଇ ଶୁଣାଣି ନିଷ୍ପତ୍ତି ନିଆଯିବ।

ଅକ୍ଟୋବର ୨ରେ ମୁମ୍ବାଇର ଏକ କ୍ରୁଜ୍ ରେଭ୍ ପାର୍ଟିରେ ଚଢ଼ାଉ ପରେ ଆର୍ଯ୍ୟନ୍ ଖାନଙ୍କୁ ଏନସିବି ଗିରଫ କରିଥିଲା। ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ ସେମାନେ ୧୩ ଗ୍ରାମ କୋକେନ, ୫ ଗ୍ରାମ ଏମଡି, ୨୧ ଗ୍ରାମ ଚାରା, ୨୨ ଟି ଟାବଲେଟ ଏମ୍‌ଡିଏମ୍‌ଏ ଏବଂ ନଗଦ ୧.୩୩ଲକ୍ଷ ଟଙ୍କା ଜବତ କରିଛନ୍ତି। ତେବେ ଏହି ସମୟ ମଧ୍ୟରେ ଆର୍ଯ୍ୟନ ଖାନଙ୍କ ସହ କୌଣସି ଡ୍ରଗ୍ସ ମିଳି ନଥିଲା। ଏନସିବି ଏପର୍ଯ୍ୟନ୍ତ ଏହି ମାମଲାରେ ସମୁଦାୟ ୨୦ଜଣଙ୍କୁ ଗିରଫ କରିଛି। ଏହି ସମୟରେ ଏନସିବିର ତଦନ୍ତ ମଧ୍ୟ ଚାଲିଛି। ଏହାପୂର୍ବରୁ ଆର୍ଯ୍ୟନ୍ ଖାନଙ୍କ ମୋବାଇଲ୍ ଫୋନରେ ମିଳିଥିବା ହ୍ବାଟସ୍ ଆପ୍ ଚାଟ୍ ଆଧାରରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଗତ ସପ୍ତାହରେ ଦୁଇଥର ପଚରାଉଚରା ପାଇଁ ଡକାଯାଇଥିଲା।