IAS ‌ସ୍ତରରେ ଅଦଳବଦଳ: ସତ୍ୟବ୍ରତ ସାହୁଙ୍କୁ MSME ପ୍ରମୁଖ ସଚିବ ଭାବରେ ନିଯୁକ୍ତ

ଭୁବନେଶ୍ୱର,୩୦/୦୬: ଭାରତୀୟ ପ୍ରାଶାସନିକ ସେବା (ଆଇଏଏସ୍‌) ସ୍ତରରେ ଛୋଟ ଅଦଳବଦଳ କରାଯାଇଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଆଇଏଏସ୍‌ ସତ୍ୟବ୍ରତ ସାହୁଙ୍କୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବିଭାଗର ପ୍ରମୁଖ ସଚିବ ନିଯୁକ୍ତ କରାଯାଇଛି । ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଆଇଏଏସ୍‌ ଗୋପବନ୍ଧୁ ଶତପଥୀଙ୍କୁ ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଏହି ପଦବି ସ୍ୱତନ୍ତ୍ର ସଚିବ ପାହ୍ୟା ସହ ସମାନ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଥିବା ଆଇଏଏସ୍‌ ଦେବେନ୍ଦ୍ର କୁମାର ଜେନାଙ୍କୁ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ଆଜି ବିଜ୍ଞପ୍ତି ଜାରି କରାଯାଇଛି।

   ସମ୍ବନ୍ଧିତ ଖବର


୧୨ ଶହ ଠେଲା ଗାଡି ଅଚଳ , ଦୁର୍ଦ୍ଦିନରେ ଅଢ଼େଇ ହଜାର ରିକ୍ସାବାଲା

ମୁଣ୍ଡିଆ ମାରିଥିଲେ ବି ଶିଶୁ ବିଶେଷଜ୍ଞ ଆସିନଥିଲେ , ଚିକିତ୍ସା ଅଭାବରୁ ନବଜାତକର ମୃତ୍ୟୁ!

ନୂଆପଡାରେ ନିର୍ମାଣାଧୀନ ବ୍ରିଜରେ ଝୁଲିଲା ଟ୍ରକ୍‌, ଡ୍ରାଇଭର ଗୁରୁତର

ରହସ୍ୟ ଘେରରେ ବନ୍ଦ ଘର ! ସାଢ଼େ ତିନି ବର୍ଷ ଧରି ଝୁଲୁଛି ତାଲା

ଟ୍ୟୁସନ୍‌ ନ କଲେ ଫେଲ୍‌ ହେବାର ଧମକ! ରିପୋର୍ଟ ତଲବ

ପୁଅ ମୃତ୍ୟୁକୁ ନେଇ ବିଷ ଖାଇଲେ ମା’