PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

କେଉଁ ସରକାରରେ ହୋଇଥିଲା ଗୁଜୁରାଟ ଦଙ୍ଗା ? CBSE ପରୀକ୍ଷା ପ୍ରଶ୍ନକୁ ନେଇ ଏମିତି ଜବାବ ରଖିଲେ ଅସଦୁଦ୍ଦିନ ଓୱାଇସି…

ନୂଆଦିଲ୍ଲୀ: ଗତକାଲି(ବୁଧବାର) ଅନୁଷ୍ଠିତ ସିବିଏସ୍ଇ ଦ୍ୱାଦଶ ପରୀକ୍ଷାରେ ସମାଜିକ ବିଜ୍ଞାନର ଏକ ପେପରରେ ପ୍ରଶ୍ନକୁ ନେଇ ବିବାଦ ଲାଗି ରହିଛି । ଏହି ପ୍ରଶ୍ନ ୨୦୦୨ ଗୁଜୁରାଟ ଦଙ୍ଗା ସହିତ ଜଡିତ ଥିଲା । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏହି ପ୍ରସଙ୍ଗରେ ‘ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ’ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି, କିନ୍ତୁ ଏହାକୁ ନେଇ ବର୍ତ୍ତମାନ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ ପାର୍ଟିର ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଏହି ପ୍ରଶ୍ନ ଉପରେ ବୟାନବାଜୀ କରିଛନ୍ତି ।

ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ ପାର୍ଟିର ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପଚରାଯାଇଥିବା ପ୍ରଶ୍ନର ଯଥାର୍ଥତା ଦର୍ଶାଇ କହିଛନ୍ତି ଯେ ଏହା ଏକ ତଥ୍ୟାତ୍ମକ ପ୍ରଶ୍ନ । ୨୦୦୨ ରେ ଦଙ୍ଗାର ତଦାରଖ କରୁଥିବା ସିଏମ୍ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ରହିଛନ୍ତି । ପ୍ରଶ୍ନ ପଚାରି ସେ କହିଥିଲେ – ଏଥିରେ ଭୁଲ୍ କେଉଁଠାରେ ଅଛି  ?

ତେବେ ବୁଧବାର ଦିନ ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସମାଜିକ ବିଜ୍ଞାନର ଏକ ପ୍ରଶ୍ନପତ୍ରରେ ଛାତ୍ରମାନଙ୍କୁ ଦଳର ନାମକରଣ କରିବାକୁ କୁହାଯାଇଥିଲା ।  ଯାହାର କାର୍ଯ୍ୟକାଳ ମଧ୍ୟରେ ‘୨୦୦୨ରେ ଗୁଜୁରାଟରେ ମୁସଲମାନ ବିରୋଧୀ ହିଂସା’ ହୋଇଥିଲା । ସିବିଏସଇ ଏହି ପ୍ରଶ୍ନକୁ ‘ଅନୁଚିତ୍ ଏବଂ ଏହାର ନିର୍ଦ୍ଦେଶାବଳୀ ବିରୁଦ୍ଧରେ କହିଛି । ସିବିଏସ୍ଇ ଏକ ସରକାରୀ ବିବୃତ୍ତିରେ କହିଛି ଯେ ବୁଧବାର ଦ୍ୱାଦଶ ଶ୍ରେଣୀର ସମାଜବିଜ୍ଞାନର ଟର୍ମ ୧ ପରୀକ୍ଷାରେ ଏକ ପ୍ରଶ୍ନ ପଚରାଯାଇଥିଲା, ଯାହା ଅନୁଚିତ୍ ଏବଂ ପ୍ରଶ୍ନପତ୍ର ପ୍ରସ୍ତୁତି ସମ୍ବନ୍ଧରେ ସିବିଏସ୍ଇର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରୁଛି । ସିବିଏସଇ ଭୁଲକୁ ଗ୍ରହଣ କରୁଛି ଏବଂ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ସିବିଏସ୍ଇ କହିଛି ଯେ ପେପର ସେଟର୍ ପାଇଁ ସିବିଏସ୍ଇ ନିର୍ଦ୍ଦେଶାବଳୀରେ ସ୍ପଷ୍ଟ ଭାବରେ ଦର୍ଶାଯାଇଛି ଯେ ପ୍ରଶ୍ନଗୁଡିକ କେବଳ ଏକାଡେମିକ୍ ଆଭିମୁଖ୍ୟରେ ରହିବା ଉଚିତ ଏବଂ ଶ୍ରେଣୀ-ଧର୍ମ ନିରପେକ୍ଷ ହେବା ଉଚିତ ଏବଂ ସାମାଜିକ ତଥା ରାଜନୈତିକ ବିଷୟ ଉପରେ ସ୍ପର୍ଶ କରିବା ଉଚିତ୍ ନୁହେଁ ।

ସମ୍ବନ୍ଧିତ ଖବର