PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଆସୁଛି ନୂଆଁଖାଇ : ଅସହାୟଙ୍କ ପାଇଁ ସାହା ହେଲେ ସମାଜସେବୀ

ବରଗଡ଼ ୧୭।୮ : ଆସୁଛି ନୂଆଁଖାଇ । ଆଉ କେଇ ଦିନ ପରେ ପାଳନ ହେବ ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ। ଘରେ ଘରେ ମହକିବ ନବାନ୍ନର ବାସ୍ନା। ମିଳି ମିଶି ସମସ୍ତେ ନୂଆ ଖାଇବେ ଆଉ ନୂଆ ବସ୍ତ୍ର ପିନ୍ଧି ମଉଜ ମଧ୍ୟ କରିବେ। ହେଲେ ଅସହାୟ ବେସାହାରାଙ୍କ ପାଇଁ ସାହା ହେବ କିଏ ?

ଏମିତି ଅନେକ ଅସହାୟ ବେସାହାରା ବୃଦ୍ଧ ବୃଦ୍ଧା ଅଛନ୍ତି, ଯେଉଁମାନେ ଜରାଶ୍ରମରେ ରହି ଦିନ କାଟୁଛନ୍ତି । କିଛି ସାମାଜସେବୀ ମହିଳା ସେମାନଙ୍କ ଦୁଃଖକୁ ଅତି ନିକଟରେ ବୁଝି ପାରିଛନ୍ତି । ସେମାନଙ୍କ ପାଇଁ ନୂଆଁଖାଇ ଅଢ଼ିଆ ପହଞ୍ଚାଇଛନ୍ତି । ଆଶ୍ରମରେ ଥିବା ସମସ୍ତ ଅନ୍ତେବାସୀ ନୂଆ ବସ୍ତ୍ର ପିନ୍ଧିବେ, ନୂଆ ଖାଇବେ, ଯାହାକୁ ନେଇ ବେଶ ଖୁସି ଅନୁଭବ କରିଛନ୍ତି ଆଶ୍ରମର ଅନ୍ତେବାସୀ ।

ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପର୍ବ ପାଇଁ ବର୍ଷ ତମାମ ଲୋକେ ଅପେକ୍ଷା କରି ରହିଥାନ୍ତି । ପରିବାରର ସମସ୍ତ ସଦସ୍ୟ ଯିଏ ଯେଉଁଠାରେ ରହିଥାଉନା କାହିଁକି ନବାନ୍ନ ପାଇଁ ସମସ୍ତେ ଗାଁକୁ ଫେରି ଗୋଟିଏ ସ୍ଥାନରେ ଏକାଠି ହୋଇ ନୂଆ ଖାଇଥାନ୍ତି । କିନ୍ତୁ ଏହି ପର୍ବରେ ଅଢ଼ିଆ ଦେବା ପରମ୍ପରା ଏବେ ବି ରହିଛି । ଗାଁ ମାନଙ୍କରେ ଗାଁର ଗଅନ୍ତିଆଙ୍କ ଘରେ କାମ କରୁଥିବା ଶ୍ରମିକଙ୍କୁ ନବାନ୍ନ ଖାଇବା ପାଇଁ ଅଢ଼ିଆ ଦେଇଥାନ୍ତି ।ଅଢ଼ିଆରେ ଡାଲି, ଚାଉଳ,ପନିପରିବା, ମାଟିହାଣ୍ଡି, ଝାଡୁ ସହ ନୂଆ ବସ୍ତ୍ର ଦେବାର ପରମ୍ପରା ରହିଛି । ହେଲେ ଅସହାୟ ନିରାଶ୍ରୟଙ୍କ ପାଇଁ କସ୍ତ୍ରୁବା ଗାନ୍ଧି ବୃଦ୍ଧାଶ୍ରମ ହିଁ ଆଶ୍ରୟ ସ୍ଥଳୀ ପାଲଟିଛି । ତେବେ ନୂଆଖାଇ ପୂର୍ବରୁ କିଛି ସଚେତନ ସମାଜସେବୀ ମହିଳା ଆଶ୍ରମ ଯାଇଁ ଅଢ଼ିଆ ଦେଇଛନ୍ତି। ସମ୍ବଲପୁରୀ ଶାଢ଼ୀ, ବ୍ଲାଉଜ, ଧୋତି , ଗାମୁଛା , ସାର୍ଟ ପରି ନୂଆବସ୍ତ୍ର ତା ସାଙ୍ଗକୁ ଡାଲି ଚାଉଳ ପନିପାରିବାର ଅଢ଼ିଆ ଭାର ଦେଇଛନ୍ତି । ଯାହାକୁ ନେଇ ଆଶ୍ରମ ପରିଚାଳକଙ୍କ ସମେତ ଅନ୍ତେବାସୀ ବେଶ ଖୁସି ଅନୁଭବ କରିଛନ୍ତି ।

ବରଗଡ଼ ଜିଲ୍ଲା ବିଜେପୁର ବ୍ଳକରେ ଥିବା ସମଲେଇପଦର ଗାଁ ହେଉଛି ବହ୍ନିକନ୍ୟା ପାର୍ବତୀ ଗିରୀଙ୍କ ଜନ୍ମ ମାଟି । ସେହି ମାଟିରେ ପାର୍ବତୀ ଗିରୀଙ୍କ ସ୍ବେଚ୍ଛାସେବାରେ ସମସ୍ତେ ଅନୁପ୍ରାଣିତ । ତେବେ ଲେଖା ପଦର ଗାଁରେ ତାଙ୍କରି ନାଁ ରେ ନାମିତ କସ୍ତ୍ରୁବା ଗାନ୍ଧୀ ବୃଦ୍ଧା ଶ୍ରମକୁ ଜଳନ୍ଧର ପଟେଲ ଏବଂ ତାଙ୍କ ପରିବାର ଫୁଲ ଚାଷ କରି ଦୀର୍ଘ ଦିନରୁ କଷ୍ଟେ ମଷ୍ଟେ ପରିଚାଳନା କରି ଆସୁଛନ୍ତି । ହେଲେ ନୂଆଁଖାଇ ହେଉଛି ବଡ଼ ପରବ। ସମସ୍ତେ ନୂଆବସ୍ତ୍ର ପରିଧାନ କରି ନୂଆ ଖାଇବା ପାଇଁ ଅଢ଼ିଆ ଦେଇ ସହଯୋଗର ହାତ ବଢ଼ିଛନ୍ତି ସମାଜ ସେବୀ ଗୀତା ମିଶ୍ର ଏବଂ ତାଙ୍କର ସହଯୋଗୀ ।