ଆସନ୍ତାକାଲି ଠାରୁ ମଦ ଦୋକାନ କାଉଣ୍ଟରରେ ମିଳିବ ମଦ – ଇ ଟୋକନ୍‌ ବ୍ୟବସ୍ଥା ଲାଗୁ

ଭୁବନେଶ୍ୱର – ଆସନ୍ତାକାଲି (ବୁଧବାର) ଠାରୁ ମଦ ଦୋକାନ କାଉଣ୍ଟରରେ ମିଳିବ ମଦ । ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ । କାଉଣ୍ଟରରେ ଅଧିକ ଭିଡ଼ ହେବା ଆଶଙ୍କାକୁ ଏଡ଼ାଇବା ପାଇଁ ଇ-ଟୋକନ୍ ବ୍ୟବସ୍ଥା କରାଯିବ । ଏଥିପାଇଁ ଗ୍ରାହକଙ୍କୁ ପୋର୍ଟାଲରେ ସ୍ଲଟ ବୁକିଂ କରି ଟୋକନ୍ ହାସଲ କରିବାକୁ ପଡ଼ିବ । ସେପଟେ ରାଜ୍ୟରେ ଠିପି ବନ୍ଦ ମଦ ଦୋକାନ ଓ ମ୍ୟୁଜିକ୍ ବାର୍ ଗୁଡ଼ିକ ପାଇଁ ୨ମାସର ଟ୍ୟାକ୍ସ ଛାଡ଼ କରିଛନ୍ତି ରାଜ୍ୟ ସରକାର ।

କାଲିଠୁ ଖୋଲିବ ମଦ କାଉଣ୍ଟର । ଅନ୍ଲାଇନ୍ ସହ ଏଥର ଅଫ୍ ଲାଇନ୍ରେ ମଧ୍ୟ ମଦ କିଣିପାରିବେ ନାଲିପାଣି ସଉକ ରଖୁଥିବା ଗ୍ରାହକ । ଆସନ୍ତାକାଲିଠୁ ମଦ ଦୋକାନ କାଉଣ୍ଟରଗୁଡ଼ିକ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର । ବିଦେଶୀ ମଦ, ବିୟର ଦୋକାନ କାଉଣ୍ଟର ଗୁଡ଼ିକ ଖୋଲିବ । ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ । କାଉଣ୍ଟରରେ ଅଧିକ ଭିଡ଼ ହେବା ଆଶଙ୍କାକୁ ଏଡ଼ାଇବା ପାଇଁ ଇ-ଟୋକନ୍ ବ୍ୟବସ୍ଥା କରାଯିବ । ଏଥିପାଇଁ ଗ୍ରାହକଙ୍କୁ ପୋର୍ଟାଲରେ ସ୍ଲଟ ବୁକିଂ କରି ଟୋକନ୍ ହାସଲ କରିବାକୁ ପଡ଼ିବ । ଗତ ମେ’ ୨୫ରୁ ଅନ୍ଲାଇନ୍ରେ ମଦ ବିକ୍ରି ପାଇଁ ଅନୁମତି ଦିଆଯାଇଥିଲା । ସେପଟେ ରାଜ୍ୟରେ ଠିପି ବନ୍ଦ ମଦ ଦୋକାନ ଓ ମ୍ୟୁଜିକ୍ ବାର୍ ଗୁଡ଼ିକ ପାଇଁ ୨ମାସର ଟ୍ୟାକ୍ସ ଛାଡ଼ କରିଛନ୍ତି ରାଜ୍ୟ ସରକାର । ସେହିଭଳି ଦେଶୀ ମଦ ଉପରେ ତିନିମାସର ଟିକସ ଛାଡ଼ କରାଯାଇଛି ।

ମଦ ଦୋକାନୀମାନେ ଦୋକାନ ଆଗରେ ବ୍ୟାରିକେଡ୍ କରିବା ସହ ଗ୍ରାହକଙ୍କ ଭିତରେ କିଭଳି ସାମାଜିକ ଦୂରତା ନିୟମ ପାଳନ ହୋଇପାରିବ ସେ ନେଇ ଯତ୍ନବାନ୍ ହେବେ । ଉଭୟ ଗ୍ରାହକ ଏବଂ ଦୋକାନୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସରକାରୀ ନିର୍ଦେଶ ପାଳନରେ ବ୍ୟତିକ୍ରମ ଘଟିଲେ ସଂପୃକ୍ତ ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ଜିଲ୍ଲାପାଳ । ଏପଟେ କୋଭିଡ୍ କଟକଣା ସମୟରେ ସରକାର ସିଧାସଳଖ ମଦ ବିକ୍ରିକୁ ଅନୁମତି ଦେଇଥିବା ବେଳେ ସେପଟେ ଏହାକୁ ନେଇ ଗର୍ଜିଛନ୍ତି ବିରୋଧୀ । ଗୁଜରାଟ, ବିହାର, ନାଗାଲ୍ୟାଣ୍ଡ, ମିଜୋରାମ୍, ଲକ୍ଷାଦୀପ ଭଳି ସ୍ଥାନରେ ମଦ ବିକ୍ରି ଉପରେ ସମ୍ପୂର୍ଣ୍ଣ ରୋକ୍ ଲାଗିଥିବା ବେଳେ ଓଡ଼ିଶାରେ କାହିଁକି ମଦ ବିକ୍ରିକୁ ଗୁରୁତ୍ବ ଦେଉଛନ୍ତି ସରକାର ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉଭୟ କଂଗ୍ରେସ ଓ ବିଜେପି ।

ମଦ ଦୋକାନ ଖୋଲିବା ପରେ କୋଭିଡ୍ ଗାଇଡ ଲାଇନ ପାଳନ ତଦାରଖ ପାଇଁ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ସ୍ବତନ୍ତ୍ର ସ୍କ୍ବାର୍ଡ଼ ଗଠନ କରାଯାଇଛି ।

   ସମ୍ବନ୍ଧିତ ଖବର


ସାଲେପୁର ବିଧାୟକଙ୍କୁ କରୋନା ସୂଚନା- ଚିକିତ୍ସା ପାଇଁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି

ସୁନ୍ଦରୀ ମହିଳା ଗଲ୍ଫ ଖେଳାଳୀଙ୍କର ଓଭର ହେଡ୍‌ ସଟ୍‌

କରୋନା ଭାକସିନ୍‌କୁ ନେଇ ସସପେନସ୍‌ ଜାରି- ଆସନ୍ତା ବର୍ଷ ଆସିପାରେ ବୋଲି କହିଲେ ILS ର ନିର୍ଦ୍ଦେଶକ ଅଜୟ ପରିଡା

ସିଲ୍‌ ହେଲା ଭୁବନେଶ୍ୱର ଆର୍‌ଟିଓ ଅଫିସ୍‌- ଆଇସିଆସିଆଇ ବ୍ୟାଙ୍କ ମୁଖ୍ୟ ଶାଖା ସିଲ୍‌

ଔଷଧୀୟ ଗଛ ଲଗାଇବାର ସରଳ ଉପାୟ

ସଚିନ୍‌ଙ୍କ ବିଷୟରେ ଏହି ବଡ ଖୁଲାସା କଲେ ସୌରଭ ଗାଙ୍ଗୁଲି