ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ଆସନ୍ତାକାଲିର ରାଶିଫଳ

ପଞ୍ଜିକା
ଅଦ୍ୟ ତା.୨୮.୦୯.୨୦୨୦ରିଖ, କନ୍ୟା ୧୩ ଦିନ, ଆଶ୍ୱିନ ମଳ ଶୁକ୍ଳପକ୍ଷ ଦ୍ୱାଦଶୀ, ସୋମବାର । ଦ୍ୱାଦଶୀ-ରାତ୍ରି ୯ଟା ୦୨ ମିନିଟ୍‌ ଧନିଷ୍ଠା- ରାତ୍ରି ୧୦ଟା ୪୧ ମିନିଟ୍‌ ମକର ଚନ୍ଦ୍ର- ଦିବା ୯ଟା ୪୪ ମିନିଟ୍‌ । ସୂର୍ଯ୍ୟୋଦୟ : ୫ଟା ୩୭ ମିନିଟ୍‌ ୫୯ ସେକେଣ୍ଡ । ସୂର୍ଯ୍ୟାସ୍ତ: ୫ଟା ୩୫ ମିନିଟ୍‌ ୫୨ ସେକେଣ୍ଡ । ମୃତେ ରାତ୍ରି ୯ଟା ୦୨ ମିନିଟ୍‌ ମଧ୍ୟେ ଏକପାଦ ପୁଷ୍କର ଦୋଷ । ପୋଇ ଖାଇବା ମନା, ଖାଇଲେ ବ୍ରହ୍ମହତ୍ୟା ପାପ ।
ରାଶିଫଳ
ମେଷ : ଏକାଦଶ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା ଓ ଆତ୍ମ ସନ୍ତୋଷ ଲାଭ କରିବେ । ଦରମାରେ କିଛି ବୃଦ୍ଧି କିମ୍ବା କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ଆର୍ଥିକ ଅବସ୍ଥାରେ ଉନ୍ନତି, ମାନସିକ, ପାରିବାରିକ ଶାନ୍ତି, ଦେହ ଓ ମନ ସୁସ୍ଥ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱ କର୍ମପ୍ରତି ଦାୟିତ୍ୱବାନ ହେବେ । ମହିଳାମାନେ ସଞ୍ଚୟ କରିବା ପାଇଁ ମନ ବଳାଇବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା: ମା’ ବଗଳାମୁଖୀ ।
ବୃଷ : ଯେକୌଣସି କର୍ମ କରିବା ପାଇଁ ଆଜି ଦିନଟି ଶୁଭ । କର୍ମରେ ଧ୍ୟାନ ଅଧିକ ଦେବେ ଓ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତି ମିଳିପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ରହିବ । ମନରେ ଉତ୍ସାହ ଉଦ୍ଦୀପନା, ପରିବାରରେ ଶାନ୍ତି ଓ ସ୍ୱାସ୍ଥ୍ୟ ଅତୁଟ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱ କର୍ମରେ ଆଗ୍ରହୀ ହେବେ । ମହିଳାମାନଙ୍କର କର୍ମ ଶୈଳୀ ଉନ୍ନତ ହେବ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୪, ଆରାଧନା- ମା’ ଗାୟତ୍ରୀ ।
ମିଥୁନ : ଘାତବାର ଓ ଘାତଚନ୍ଦ୍ର ହେତୁ ସତର୍କତା ଜରୁରୀ । ବାଦବିବାଦ, ସ୍ୱାସ୍ଥ୍ୟ ଓ ଇଲେକ୍ଟ୍ରିକ୍‌ ଜିନିଷ ବ୍ୟବହାର କାଳରେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ କ୍ଷତିର ସମ୍ଭାବନା ଅଧିକ । କର୍ମସ୍ଥାନରେ ଅପମାନ, ଅପଯଶ ଓ ପଦସ୍ଥ କର୍ମ·ରୀଙ୍କ ରୋଷର ଶିକାର ହେବେ । ବାପା ମା’ କିମ୍ବା ଗୁରୁଜନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ । ରାଜନୈତିକ ବ୍ୟକ୍ତି କିମ୍ବା କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ହୋଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ଅପବାଦ ପାଇବେ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୧୨, ଆରାଧନା-ମା ଷୋଡ଼ଶୀ ।
କର୍କଟ: ଅଷ୍ଟମ ଚନ୍ଦ୍ର ହେତୁ ମାନସିକ ଅସ୍ଥିରତା, ଶାରୀରିକ ପୀଡ଼ା ଓ ଶତ୍ରୁବୃଦ୍ଧି ହୋଇପାରେ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । କର୍ମସ୍ଥାନରେ ସମସ୍ତ କର୍ମରେ ବାଧାବିଘ୍ନ ଓ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ମରଣାନ୍ତକ ଯନ୍ତ୍ରଣା ଓ ମୃତ୍ୟୁବତ୍‌ ପୀଡ଼ା ଭୋଗିପାରନ୍ତି । ଧନ କ୍ଷତି ଓ ପରିବାରରେ ଅଶାନ୍ତି ଦେଖାଦେଇପାରେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୯, ଆରାଧନା-ମା’ ବିମଳା ।
ସିଂହ : ସକାଳ ୯ଟା ୪୪ ମିନିଟ୍‌ ପର୍ଯ୍ୟନ୍ତ ଘାତଚନ୍ଦ୍ର ହେତୁ ସେ ସମୟ ପର୍ଯ୍ୟନ୍ତ କୌଣସି ଶୁଭକାର୍ଯ୍ୟ କିମ୍ବା ଦୂରସ୍ଥାନକୁ ଯାତ୍ରା କରିବେ ନାହିଁ । ଏହାପରେ ସପ୍ତମ ଚନ୍ଦ୍ର ହେତୁ ବାଣିଜ୍ୟ ବ୍ୟବସାୟରେ ମଧ୍ୟମ ଆୟ ଓ କର୍ମରେ ସଫଳତା ଓ ମହିଳା ସହକର୍ମୀଙ୍କ ସହଯୋଗ ପାଇବେ । ମୂଲ୍ୟବାନ ଧାତୁ କିମ୍ବା ବସନ, ଭୂଷଣ କ୍ରୟ କରିପାରନ୍ତି । ସ୍ତ୍ରୀ ହେତୁକ ଧନପ୍ରାପ୍ତି ଓ ସହଧର୍ମିଣୀ ଏକାନ୍ତ ଆନୁଗତ୍ୟ ପ୍ରକାଶ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀ ଓ ପରିବାରର ସେବାରେ ବ୍ରତୀ ହେବେ । ଶୁଭରଙ୍ଗ-ଗୋଲାପି, ଶୁଭସଂଖ୍ୟା-୩, ଆରାଧନା: ମା’ ଗାୟତ୍ରୀ ।
କନ୍ୟା: କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ ଓ କର୍ମସ୍ଥାନରେ ସମସ୍ତ ସହକର୍ମୀ ଓ ପଦସ୍ଥ କର୍ମ·ରୀଙ୍କ ମନ ଜିଣିବାରେ ସମର୍ଥ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ପୁରାତନ ରୋଗରୁ କିଛି ମାତ୍ରାରେ ମୁକ୍ତ ହେବେ । ଋଣମୁକ୍ତ ହେବାପାଇଁ ଚେଷ୍ଟା କରିବେ ଓ ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଉଚ୍ଚମନା ହେବେ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୮, ଆରାଧନା: ଭଗବାନ ବିଷ୍ଣୁ ।
ତୁଳା : ଯଶ, ସମ୍ମାନ ଓ ସାମାଜିଜ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ରହିବ । କର୍ମସ୍ଥାନରେ ସଫଳତା ଓ ଆତ୍ମ ସମ୍ମାନ ବୃଦ୍ଧି ପାଇବ ଓ ସମସ୍ତଙ୍କର ଶ୍ରଦ୍ଧା ଲାଭ କରିବେ । ମାନସିକ, ପାରିବାରିକ ଶାନ୍ତି ଓ ବାପା ମା’ଙ୍କ କୃପାଲାଭ କରିବେ । ସନ୍ତାନମାନେ ଆଜ୍ଞାଧୀନ ହେବେ ଓ ତାଙ୍କ କର୍ମକୁ ନେଇ ଖୁସି ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱ କର୍ମରେ ଯତ୍ନବାନ ହେବେ । ମହିଳାମାନେ ପରିବାରର ସ୍ନେହ ଶ୍ରଦ୍ଧା ପାଇବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୨, ଆରାଧନା- ମା’ ତାରିଣୀ ।
ବିଛା : ଯାନବାହନରେ ଯାନ୍ତ୍ରିକ ତ୍ରୁଟି, ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜି ଯାଇପାରେ । ସ୍ୱଜନ, ପ୍ରିୟଜନଙ୍କ ସହ ମତାନ୍ତର ଓ ପରିବାରରେ ବିବାଦ ଦେଖାଦେବ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ଓ କର୍ମସ୍ଥାନରେ ସହକର୍ମୀଙ୍କ ସହ ବିବାଦ ହେତୁ ବାଧାବିଘ୍ନର ସମ୍ମୁଖୀନ ହେବେ । ମନ ଅସ୍ଥିର ରହିବ ଓ ଶାରୀରିକ ପୀଡ଼ା ଭୋଗିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାଙ୍କ ମନରେ ଗୁରୁଜନ ଓ ବାନ୍ଧବୀଙ୍କ ସହ ବିବାଦ ହେବ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୧୧, ଆରାଧନା- ପ୍ରଭୁ ହନୁମାନ ।
ଧନୁ : ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ମିଳିପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଆତ୍ମସନ୍ତୋଷ ଓ ସଫଳତା ପାଇବେ । ମାନସିକ, ପାରିବାରିକ ଶାନ୍ତି ଓ ଭାତୃ, ଭଗ୍ନିଙ୍କ ସହ ସମ୍ପର୍କ ମଧୁର ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱ କର୍ମରେ ପରିଶ୍ରମ କରିବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୯, ଆରାଧନା-ପ୍ରଭୁ ଜଗନ୍ନାଥ ।
ମକର : ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ ଓ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ ବ୍ୟବସାୟ ସମ୍ପ୍ରସାରଣ କରିବା ପାଇଁ ଯୋଜନା କରିବେ । କର୍ମସ୍ଥାନରେ ଦରମାରେ ବୃଦ୍ଧି ଓ ସହକର୍ମୀଙ୍କ ସହଯୋଗ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମପ୍ରତି ବିମୁଖ ହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ । ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୧୧, ଆରାଧନା-ମା’ ଦୁର୍ଗା ।
କୁମ୍ଭ: ଶ୍ରୀ ଚନ୍ଦ୍ର ହେତୁ ସୁଖାଦ୍ୟ, ସୁବସନ ପ୍ରାପ୍ତି, ବାଣିଜ୍ୟ, ବ୍ୟବସାୟରେ ଉତ୍ତମ ଆୟ ଓ ମାନସିକ, ପାରିବାରିକ ଶାନ୍ତି ଲାଭ କରିବେ । କର୍ମସ୍ଥାନରେ ଦାୟିତ୍ୱକୁ ଠିକ୍‌ ଭାବରେ ତୁଲାଇବାରେ ସମର୍ଥ ହେବେ । ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧକ, ସହକର୍ମୀଙ୍କ ସହ ସମ୍ପର୍କ ମଧୁର ହେବ ଓ ମନରେ ପ୍ରସନ୍ନତା ଭାବ ପ୍ରକାଶ ପାଇବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରରେ ସମ୍ମାନ ପାଇବେ । ଶୁଭରଙ୍ଗ-ବାଇଗଣି, ଶୁଭସଂଖ୍ୟା-୬, ଆରାଧନା- ମା’ କାଳି ।
ମୀନ: ଘାତଚନ୍ଦ୍ର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । କର୍ମ ପ୍ରତି ଅବହେଳା ଓ ଆଳସ୍ୟତା ଭାବ ପ୍ରକାଶ ପାଇବ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ପରିବାରର ବ୍ୟୟଭାର ଅଧିକ ରହିବ ଓ ଅଯଥା ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି । ବିଦ୍ୟାର୍ଥୀ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ବଦଖର୍ଚ୍ଚି ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା- ଶ୍ରୀ ଗଣେଶ ।
ବିଶେଷ ସୂଚନା
ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟ ଶ୍ରୀ ଚନ୍ଦ୍ର ମହାମନ୍ତ୍ରସ୍ୟ,
ଗୌତମଋଷିଃ ଅନୁଷ୍ଟୁପ୍‌ ଛନ୍ଦଃ
ଅଦ୍ୟ ଦିବସ ଦିବସାଧିପତି ଚନ୍ଦ୍ର ଦେବତା
ସୁପ୍ରୀତୟେ ମନ୍ତ୍ର ଜପେ ବିନିଯୋଗଃ । (୧ ଥର)
ମନ୍ତ୍ର : ଓଁ ଐଂ ହୀଂ ସୋମାୟ ନମଃ । (୧୦୮ ଥର)
(ସକାଳେ, ସନ୍ଧ୍ୟାରେ ୨ ଥର)
ହିତବାଣୀ : ଯଦି ରାମା ଯଦି ଚ ରମା
ଯଦ୍ୟପି ତନୟୋ ବିନୟଗୁଣୋ ପେତଃ
ଯଦି ତନୟେ ତନୟୋତ୍ପତିଃ
ସୁରବରନଗରେ କିମାଧିକ୍ୟମ୍‌ ।ା
ଭାବାର୍ଥ: ଯଦି ସ୍ତ୍ରୀ ସୁନ୍ଦର ଓ ଘର ମଧ୍ୟରେ ୍ଲଲକ୍ଷ୍ମୀ ବାସ କରୁଛନ୍ତି, ପୁତ୍ର ବିନୟ ଗୁଣଯୁକ୍ତ ଓ ପ୍ରପୋତ୍ର ରହିଛି, ତା’ହେଲେ ଏହାଠାରୁ ଅଧିକ ସୁଖ ଇନ୍ଦ୍ରଲୋକରେ ମଧ୍ୟ ସମ୍ଭବ ନୁହେଁ ।
ଜ୍ୟୋତିର୍ବିଦ୍‌ - କୈଳାସ ଦାଶ
ଜାତକ ସମାଚାର -

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.