ଆଶାରାମ ବାପୁଙ୍କ ବାୟୋପିକରେ ନଜର ଆସିବେ ଆଲିଆ-ଅନୁଷ୍କା

ମୁମ୍ବାଇ ୨/୫: ବଲିଉଡରେ ଏବେ ବାୟୋପିକର ଜମାନା ଚାଲିଛି । ଲାଗୁଛି ଯେମିତି ବଲିଉଡ ନୁହେଁ, ଏହା ବାୟୋଉଡ୍ । ଫିଲ୍ମକୁ ବକ୍ସ ଅଫିସରେ ହିଟ୍ କରିବା ପାଇଁ ଖେଳାଳୀଙ୍କଠୁ ଆରମ୍ଭ କରି ଆକ୍ଟର୍ସ ପର୍ଯ୍ଯନ୍ତ ସମସ୍ତଙ୍କ ଜୀବନୀ ଉପରେ ଫିଲ୍ମ ବନିବାରେ ଲାଗିଛି । କିନ୍ତୁ ଏବେ ଏକ ନୂଆ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ସୂଚନା ଅନୁସାରେ ଦୁଷ୍କର୍ମ ଅଭିଯୋଗରେ ଜେଲରେ ଥିବା ଆଶାରାମ ବାପୁଙ୍କ ଜୀବନୀ ଉପରେ ଖୁବ ଶୀଘ୍ର ଫିଲ୍ମ ନିର୍ମାଣ ହେବାପାଇଁ ପ୍ରସ୍ତୁତି ଆରମ୍ଭ ହେବ । ଆଶାରାମ ବାପୁଙ୍କ ବାୟୋପିକ ନିର୍ମାଣ କରିବେ ସୁନିଲ ବୋହରା । ନିକଟରେ ସେ ‘ଗଡ୍ ଅଫ୍ ସିନ୍- ଦ କଲ୍ଟ’ ‘କ୍ଲାଉଟ୍’ ଓ ‘ଡାଉନଫଲ୍ ଅଫ୍ ଆଶାରାମ ବାପୁ‘ଙ୍କୁ ସବୁ ରାଇଟ୍ସ କ୍ରୟ କରିସାରିଛନ୍ତି । ଏହି ସବୁ ବହିରେ ଆଶାରାମଙ୍କ ଜୀବନୀ ସମ୍ପର୍କରେ ଲେଖାଯାଇଛି ।

ଲେଖକ ଉଶୀନର ମଜୁମଦାର କିଛି ଦିନ ତଳେ ଆଶାରାମ ବାପୁଙ୍କ ବାୟୋପିକ ଉପରେ ଆଲୋଚନା କରି କହିଥିଲେ ଯେ ଯଦି ଆଶାରାମ ବାପୁଙ୍କ ଉପରେ ଫିଲ୍ମ ନିର୍ମାଣ ହେବ ତେବେ ତାଙ୍କ ସହିତ ଜଡିତ ଚରିତ୍ର ଉପରେ ମଧ୍ଯ ଧ୍ୟାନ ଦିଆଯିବ । ଏହି ବିଷୟ ଉପରେ ଆଲୋଚନା କରି ମଜୁମଦାର ଏହା ମଧ୍ଯ କହିଛନ୍ତି ଯେ ଆଶାରାମଙ୍କ ସହିତ, ତାଙ୍କୁ ଜେଲ୍ ପର୍ଯ୍ୟନ୍ତ ପହଞ୍ଚାଇଥିବା ମହିଳା ପୋଲିସକର୍ମୀ ଅର୍ଥାତ୍ ସୋଭା ଭୁତାଡେ ଓ ଚଞ୍ଚଳ ମିଶ୍ରଙ୍କ ଭୂମିକାକୁ ମଧ୍ଯ କେନ୍ଦ୍ରିତ କରାଯିବ ।

ଏହା ଉପରେ ସାମାନ୍ୟ ଖୁଲାସା ମଧ୍ଯ କରିଛନ୍ତି ମଜୁମଦାର । ସେ କହିଛନ୍ତି ଯେ ମହିଳା ପୋଲିସକର୍ମୀ ଅର୍ଥାତ୍ ଶୋଭା ଭୁତାଡେ ଓ ଚଞ୍ଚଳ ମିଶ୍ରଙ୍କ ଚରିତ୍ରରେ ଆଲିଆ ଭଟ୍ଟ ଓ ଅନୁଷ୍କା ଶର୍ମାଙ୍କୁ ନିଆଯାଇପାରେ । ରାଇଟର ନିଜ ପ୍ରସ୍ତାବ ରଖି ଫିଲ୍ମ ମେକର୍ସକୁ ଏହି ପରାମର୍ଶ ଦେଇଛନ୍ତି । ତେବେ ଫିଲ୍ମର ନିର୍ମାଣ କେବେଠୁ ଆରମ୍ଭ ହେବ ସେ ସମ୍ପର୍କରେ କିଛି ସୂଚନା ମିଳିନି ।  

   ସମ୍ବନ୍ଧିତ ଖବର


ଏହି ୨୫ଟି ଫିଲ୍ମ ଦେଖିଲେ ମିଳିବ ୨ ଲକ୍ଷ ଟଙ୍କା, ଆପଣ ରାଜି ତ ?

ବିବାଦ ପୂର୍ବରୁ ଜାଣିନଥିଲି କିଏ କଙ୍ଗନା : ମୁମ୍ୱାଇ ମେୟର

ମାଳଦ୍ୱୀପରେ ବଲିଉଡ୍‌ ଷ୍ଟାରଙ୍କ ଲାଗିଛି ଏବେ ମେଳା …

ମନ୍ଦିରରେ ହେବ ଆଦିତ୍ୟ ଏବଂ ଶ୍ବେତାଙ୍କ ବିବାହ, ୫୦ରୁ ଅଧିକ ଲୋକ ହୋଇପାରିବେନି ସାମିଲ

କଙ୍ଗନା ରଣାଓ୍ବତ ସଞ୍ଜୟଙ୍କ ସହ ସେୟାର କଲେ ଫଟୋ : ୟୁଜର୍ସ କହିଲେ, ‘ଏହା କରିବାର ନଥିଲା ବେବି..ଏମିତି କି ପରିସ୍ଥିତି ଆସିଗଲା…’

୫ ବର୍ଷ ବୟସରୁ ମଡେଲିଂ ଓ ଆକ୍ଟିଂରେ ଫ୍ଲୋରିନାଙ୍କ ଋଚି