PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଡିଆରଡିଓ ଅଧ୍ୟକ୍ଷଙ୍କ ସୂଚନା: ମିଶନ୍ ଶକ୍ତି ପାଇଁ ୧୦୦ଜଣ ବୈଜ୍ଞାନିକ ୬ମାସ ଦିନ ରାତି କାମ କରିଥିଲେ

ନୂଆଦିଲ୍ଲୀ,୨୮।୩: ଗତକାଲି ଅର୍ଥାତ ବୁଧବାର ମହାକାଶରେ ମଧ୍ୟ ଭାରତ ନିଜ ପରାକ୍ରମ ଦେଖାଇଛି। ‘ମିଶନ୍‌ ଶକ୍ତି’ ପ୍ରୋଜେକ୍ଟ ଅଧୀନରେ ଭାରତୀୟ ବୈଜ୍ଞାନିକମାନେ ମହାକାଶରେ ଥିବା ଯେ କୌଣସି ସନ୍ଦିଗ୍ଧ ଉପଗ୍ରହକୁ ଖସାଇବାର ଜ୍ଞାନକୌଶଳ ଓ ସାଧନ ହାସଲ କରିଛନ୍ତି। ଭାରତର ଉପଗ୍ରହ ଭେଦୀ ମିଶାଇଲ ପରୀକ୍ଷଣର ଐତିହାସିକ ସଫଳତା ଏତେ ସହଜ ନଥିଲା। ଡିଆରଡିଓର ୧୦୦ ଜଣ ବୈଜ୍ଞାନିକ ଦୀର୍ଘ ୨ ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ କରିବା ପରେ ହିଁ ଏହା ସମ୍ଭବ ହୋଇଛି  ବୋଲି କହିଛନ୍ତି ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂସ୍ଥାର (ଡିଆରଡିଓ)ର  ଅଧ୍ୟକ୍ଷ ଜିଏସ୍‌ ରେଡ୍ଡୀ ।

ସେ କହିଛନ୍ତି, ‘ଏହି ମିଶନ୍‌ ପାଇଁ ପ୍ରାୟ ୨ ବର୍ଷ ପୂର୍ବରୁ ମଞ୍ଜୁରୀ ମିଳିଯାଇଥିଲା। ତେବେ ଅତି ଗୋପନୀୟ ଭାବରେ ୬ ମାସ ହେଲା ଜୋରସୋରରେ କାମ ଚାଲିଥିଲା।  ୧୦୦ ଜଣ ବୈଜ୍ଞାନିକ ଏହି ମିଶନ୍‌ର ସଫଳତା ପାଇଁ ଦିନରାତି ଏକ କରି କାମ କରୁଥିଲେ। ମିଶନ୍‌ର ସମସ୍ତ କଥା ଗୁପ୍ତ ରହୁଥିଲା ଏବଂ ଲଞ୍ଚ ସମ୍ପର୍କିତ ସମସ୍ତ ତଥ୍ୟ କେବଳ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କୁ ଦିଆଯାଉଥିଲା। ଡୋଭାଲ ରିପୋର୍ଟ ପାଇବା ପରେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଉଥିଲେ।’

ସେ କହିଛନ୍ତି, ଆଣ୍ଟି ସ୍ୟାଟେଲାଇଟ୍‌ ପାଇଁ ଅନେକ ପ୍ରକାରର ଟେକ୍ନୋଲଜି ବ୍ୟବହାର ହୋଇଛି। ତେବେ ଏସବୁ ଟେକ୍ନୋଲଜି ସମୂର୍ଣ୍ଣ ସ୍ବଦେଶୀ। ଉପଗ୍ରହକୁ ଭେଦି ମିଶାଇଲ ପରୀକ୍ଷଣ ଦ୍ବାରା ଆମର କ୍ଷମତା ବଢିବା ସହିତ ଏହା ଆମ ପାଇଁ ସୁରକ୍ଷା କବଚ ଭାବରେ କାମ କରିବ ବୋଲି ସେ କହିଛନ୍ତି। ଏ-ସ୍ୟାଟ୍‌ ସମ୍ପର୍କରେ ସୂଚନା ଦେଇ ଶ୍ରୀ ରେଡ୍ଡୀ କହିଛନ୍ତି, ‘ଏହି ମିସାଇଲ୍‌ଟି ଲୋ ଆର୍ଥ ଅରବିଟ୍‌ ବା ନିମ୍ନ ଭୂକକ୍ଷରେ ସ୍ଥାପିତ ସ୍ୟାଟେଲାଇଟ୍‌କୁ ‘ହିଟ୍ ଟୁ କିଲ୍‌’ ମୋଡରେ ଟାର୍ଗେଟ କରିଥିଲା। ଏହା ଅନ୍ୟ ସ୍ୟାଟେଲାଇଟକୁ ମଧ୍ୟ ଏହି ମିସାଇଲ୍‌ ଟାର୍ଗେଟ କରିପାରିବ। କିନ୍ତୁ  ଆମେ ଅନ୍ୟ ଦେଶକୁ କ୍ଷତି ପହଞ୍ଚାଇବାକୁ ଚାହୁଁ ନଥିବାରୁ ଆମର ନିଜସ୍ୱ ସ୍ୟାଟେଲାଇଟ୍‌କୁ   ଟାର୍ଗେଟ କରିଥିଲୁ।’ ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ପରୀକ୍ଷଣ କୌଣସି ଦେଶ ବିରୋଧରେ କରାଯିବାକୁ ହୋଇନି।