PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଟକ୍କର: ଭାରତକୁ ପ୍ରଥମ ଭାରତକୁ ସ୍ବର୍ଣ୍ଣ ପଦକ, ୭୩ କେଜି ବର୍ଗରେ ସ୍ବର୍ଣ୍ଣ ଜିତିଲେ ଭାରତର ସୁନା ଝିଅ ପ୍ରିୟା ମଲ୍ଲିକ
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଯୋଗୁଁ ଗାଈଗୋରୁ ହଇରାଣ

ଝାରସୁଗୁଡା ୯/୮: ଝାରସୁଗୁଡା ଜିଲ୍ଲାରେ ରହିଥିବା ବିଭିନ୍ନ କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁକୁ ଏଣେତେଣେ ପକାଯାଉଥିବାରୁ ଗାଈ ଗୋରୁ ସମେତ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି  । ଗତ ମାସକ ମଧ୍ୟରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ପାଉଁଶ ଗଦା କରାଯାଇ ଜମିକୁ ସମତଳ କରାଯାଇଥିବାରୁ ସେହିଠାରେ ପଡି ରହିଥିବା ପାଉଁଶ ଗଦାରେ ଫସି ପ୍ରାୟ ୫ରୁ ଉର୍ଦ୍ଧ୍ୱ ଗାଈଙ୍କ ଜୀବନ ଯାଇଥିଲାବେଳେ ୧୨ରୁ  ଉର୍ଦ୍ଧ୍ୱଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ଅଗ୍ନିଶମ ବିଭାଗ | ଆଜି ପୁଣି ଥରେ ଜଣେ ବ୍ୟକ୍ତିଙ୍କ ୨ଟି ଗାଈ ଚରୁଥିବା ବେଳେ ସେହି ପାଉଁଶ ଗଦାରେ ଫସିଯାଇଥିଲେ ।

ଅଗ୍ନିଶମ ବିଭାଗର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ବହୁତ କଷ୍ଟରେ ଗାଈ ଦ୍ୱୟଙ୍କୁ ଉଦ୍ଧାର କରିଥିଲେ । ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ନିର୍ମାଣ ହୋଇଥିବା କୋଭିଡ କେୟାର୍ ସେଣ୍ଟର ସମ୍ମୁଖରେ ଅଳ୍ପ ବର୍ଷା ହୋଇଗଲା ମାତ୍ରେ ଘଟୁଛି ଏହିଭଳି ଘଟଣା  । ଆଜି ସକାଳୁ ଓଏମପି ନିକଟରେ ରହୁଥିବା ଜଣେ ଚାଷୀଙ୍କ ଗୋରୁ ଚରିବାକୁ ଯାଇଥିବାବେଳେ ତାଙ୍କର ଦୁଇଟି ଗାଈ ପାଉଁଶ ଭିତରେ ଫସି ଯାଇଥିଲେ । ସ୍ଥାନୀୟ ପଥଚାରୀମାନେ ଏହା ଦେଖି ଦମକଳ ବାହିନୀକୁ ଖବର ଦେବା ପରେ ଦମକଳ କେନ୍ଦ୍ରର ସହାୟତାରେ ଗାଈ ଦୁଇଟିକୁ ଉଦ୍ଧାର କରାଯାଇଥିଲା । କିନ୍ତୁ ସେହି ସ୍ଥାନରେ ବାରମ୍ବାର ଏହିଭଳି ଘଟଣା ଘଟୁଥିବାରୁ ଗାଈ ମାଲିକମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଅଗ୍ନିଶମ କର୍ମଚାରୀ  । ଏଥିସହ ଜିଲ୍ଲା ପ୍ରଶାସନ ଏହି ସ୍ଥିତିର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗୋ ଚାଷୀ । ଝାରସୁଗୁଡା ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଆଖିବୁଜା ଭାବେ କାରଖାନା କର୍ତ୍ତୃପକ୍ଷ ପାଉଁଶ ପକାଇ ଚାଲିଥିବା ଯୋଗୁଁ ଏହିଭଳି ଘଟଣା ବାରମ୍ବାର ଘଟୁଛି ।