ବ୍ରେକ୍‌ଅପ୍‌ ବାବଦରେ ମୁହଁ ଖୋଲୁନାହାନ୍ତି ଆଶା ଏବଂ ରିତ୍ୱିକ

ଆଶାଙ୍କଠାରୁ ବ୍ରେକ୍‌ଅପ୍‌ ପରେ ମୋନିକାଙ୍କୁ ଡେଟିଙ୍ଗ୍‌ ଟେଲିଭିଜନର ପପୁଲାର କପଲ୍‌ ରିତ୍ୱିକ ଧନଜାନି ଏବଂ ଆଶା ନେଗି ବର୍ଷ ପ୍ରାରମ୍ଭରେ ପରସ୍ପରଠାରୁ ବ୍ରେକ୍‌ଅପ୍‌ କରିଥିଲେ । ନିଜ ପସନ୍ଦର କପଲ୍‌ଙ୍କ ବ୍ରେକ୍‌ଅପ୍‌ ଖବର ଅନେକ ଫ୍ୟାନଙ୍କୁ ନିରାଶ କରିଥିଲା ।

ଆଶା ଏବଂ ରିତ୍ୱିକ ନିଜ ବ୍ରେକ୍‌ଅପ୍‌ ବାବଦରେ ମୁହଁ ବି ଖୋଲୁନାହାନ୍ତି । ଏବେ ଆଉ ଏକ ନୂଆ ଖବର ଶୁଣିବାକୁ ମିଳିଛି ଯେ ରିତ୍ୱିକ କିଛିମାସ ହେଲାଣି ସିଙ୍ଗର ମୋନିକା ଡୋଗରାଙ୍କୁ ଡେଟିଙ୍ଗ କରିଆସୁଛନ୍ତି । ଉଭୟଙ୍କର କିଛି ଫଟୋ ବି ସାମ୍‌ନାକୁ ଆସିଛି । ଏହି ଫଟୋରେ ଉଭୟଙ୍କୁ ସୁନ୍ଦର ବଣ୍ଡିଙ୍ଗ୍‌ରେ ଦେଖିବାକୁ ମିଳିଛି । ଖବର ଅନୁସାରେ ମୋନିକା ଏବଂ ରିତ୍ୱିକ ଏବେ ଲଭ୍‌ ରିଲେସନ୍‌ରେ ଅଛନ୍ତି । ସିଙ୍ଗର ମୋନିକା ମଧ୍ୟ ସୋସିଆଲ ମିଡିଆରେ ରିତ୍ୱିକଙ୍କ ସହ ଉଠାଇଥିବା କିଛି ଫଟୋ ସେୟାର କରି ତାଙ୍କର ଖୁବ୍‌ ତାରିଫ କରିଛନ୍ତି ।

ଏମିତି କି ମୋନିକା କାଳେ ରିତ୍ୱିକଙ୍କୁ ‘ଆଇ ଲଭ୍‌ ୟୁ’ ବି କହିଛନ୍ତି । ମୋନିକା ଲେଖିଛନ୍ତି, ‘ଖତ୍‌ରୋଁ କେ ଖିଲାଡୀ’ ସିଜନ ୮ରେ ରିତ୍ୱିକ ମୋର ଖୁବ୍‌ ସାଥ୍‌ ଦେଇଛନ୍ତି । ମୋ ଭିତରର ଭୟକୁ ସେ ଦୂରେଇଛନ୍ତି । ରିତ୍ୱିକ ଜଣେ ଚମତ୍କାର ମଣିଷ ଏବଂ ଉଚ୍ଚକୋଟୀର କଳାକାର । ମୋ ପାଇଁ ଲଢ଼ିଥିବାରୁ ଅଶେଷ ଧନ୍ୟବାଦ, ଆଇ ଲଭ୍‌ ୟୁ ।’

   ସମ୍ବନ୍ଧିତ ଖବର


ସୋସିଆଲ ମିଡିଆରେ ନିଆଁ ଲଗାଇଲା କିମ୍ ଶର୍ମାଙ୍କ ବିକିନି ଅବତାର

ଲୁବିଏନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମହେଶ ଭଟ୍ଟ- ୧କୋଟିର ମାନହାନି ମାମଲା ରୁଜୁ କଲେ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର

ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଉଥିବା ସ୍ୱରାଙ୍କର ରହିଛି ଏହି ଗୁଣ

ଲୁଚାଛପାକୁ ସେ ପସନ୍ଦ କରନ୍ତି ନାହିଁ