ଟ୍ରେନିଂ ଦେବା ବାହାନାରେ ନାବାଳିକାଙ୍କୁ ନେଇ କରୁଥିଲେ ଏମିତି କାମ…ଧରାପଡ଼ିଲେ ଆଶାକର୍ମୀ

ଔରଙ୍ଗାବାଦ – ଆଶାକର୍ମୀଙ୍କର ଲଜ୍ଜାଜନକ କାର୍ଯ୍ୟ । ନାବାଳିକା ଯୁବତୀଙ୍କୁ ନେଇ ବେଶାବୃତ୍ତି କରୁଥିବା ନେଇ ହେଲେ ଗିରଫ । ଏମିତି ଘଟଣା ଔରଙ୍ଗାବାଦର ରଫିଗଞ୍ଜରୁ ସାମନାକୁ ଆସିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସୂଚନା ମୁତାବକ , ଆଶାକର୍ମୀ ୧୬ ବର୍ଷୀୟା ଯୁବତୀଙ୍କୁ ଫସାଇ ଦେହ ବ୍ୟବସାୟ କାମ କରୁଥିଲେ। ଯେବେ ଯୁବତୀ ଗର୍ଭବତୀ ହେଲେ ତାଙ୍କର ଘର ଲୋକ ସବୁ ଜାଣି ପାରିଥିଲେ । ଯୁବତୀଙ୍କର ମାଆଙ୍କର ଅଭିଯୋଗ ପରେ ପୁଲିସ୍ ଆଶା କର୍ମୀଙ୍କୁ ଗିରଫ କରି ନେଇଛି।

ଏହାସହ ମଧ୍ୟ ପଢ଼ନ୍ତୁ- ଚଳନ୍ତା ବସ୍‌ରେ ଗଣଦୁଷ୍କର୍ମ…ଡ୍ରାଇଭର ଓ କଣ୍ଡକ୍ଟର ରାତି ସାରା କଲେ ଏମିତି କାଣ୍ଡ

୧୬ ବର୍ଷିୟା ଯୁବତୀଙ୍କ ମାଆ ପୁଲିସ୍‌ଙ୍କୁ କହିଛନ୍ତି କି , ଆଶାକର୍ମୀ ତାଙ୍କର ଝିଅକୁ ଟ୍ରେନିଂ ନାମରେ ଗାଁ ବାହାରକୁ ନେଇଯାଉଥିଲେ । କେବେ ରଫିଗଞ୍ଜ ତ  କେବେ ଔରଙ୍ଗାବାଦ ଏମିତି ସ୍ଥାନ ବୁଲାଉ ଥିଲେ । ଆଉ ତାଙ୍କ ଝିଅ ସହ ଖରାପ କାମ କରାଉଥିଲେ । ଏଥିପାଇଁ ଝିଅକୁ କେବେ ୧୦୦ଟଙ୍କା ତ କେବେ ୨୦୦ଟଙ୍କା ଦେଉଥିଲେ ।

ପୀଡ଼ିତାଙ୍କର ମାଆ କହିଛନ୍ତି କି , ତାଙ୍କୁ ଏହି କଥା ବିଷୟରେ ଟିକିଏ ବି ଖବର ନଥିଲା କି ତାଙ୍କ ଝିଅକୁ ନେଇ ଏମିତି ଧନ୍ଦା କରୁଛନ୍ତି ଆଶାକ ।

ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସବୁ ଜଣାପଡ଼ିଲା –

ପୀଡ଼ିତାଙ୍କର ମାଆ  କହିଛିନ୍ତି କି ,  ଦିନେ ତାଙ୍କ ଝିଅର ହଠାତ୍‌ ଦେହ ଖରାପ ହୋଇଗଲା । ଆଶା କର୍ମୀ ତାକୁ ନେଇ ସାଇ ହସ୍ପିଟାଲ ମହାରାଜଗଞ୍ଜ ରଫିଗଞ୍ଜରେ ଭର୍ତ୍ତି କରିଥିଲେ । ସେ ତାକୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିବାରୁ  ଜଣାପଡ଼ିଲା  ଝିଅ ୫ ମାସର ଗର୍ଭବତୀ । ଆଶା କର୍ମୀ ତାକୁ ଗର୍ଭପାତର ବଟିକା ଖାଇବାକୁ ଦେଇଥିଲେ । ଏହି ବଟିକା ଖାଇବା ପରେ ତାର ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା , ଯାହା ପରେ  ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଜୀବନରୁ ମାରି ଦେବାର ଧମକ-

ପୀଡ଼ିତାଙ୍କର ମାଆ କହିଛନ୍ତି , ଆଶାକର୍ମୀ ଏହି ବିଷୟରେ କାହାକୁ କହିଲେ ଜୀବନରେ ମାରି ଦେବାର ଧମକ ଦେଇଥିଲେ। ଏହି ମାମଲାରେ ଥାନା ଅଧ୍ୟକ୍ଷ ଆନନ୍ଦ କୁମାର କହିଛନ୍ତି କି , ଏହି ମାମଲାରେ ଅଭିଯୁକ୍ତ ଆଶାକର୍ମୀ ତଥା ସାଇଁ ହସ୍ପିଟାଲର ଡାକ୍ତର କମ୍ପାଉଣ୍ଡରଙ୍କ ବିରୁଦ୍ଧରେ ଏଫ୍‌ଆଇଆର୍‌ ଦାଖଲ ହୋଇଛି ।  

ଏହାସହ ମଧ୍ୟ ପଢ଼ିପାରିବେ – ସାବଧାନ ! ଆପଣ ପାଖକୁ ବି ଫୋନ୍‌ ଆସିପାରେ – ସେକ୍ସ ପାଇଁ ଅଫର ଦେଉଛନ୍ତି ଯୁବତୀ

   ସମ୍ବନ୍ଧିତ ଖବର


ନାବିଳାକାକୁ ଟେକି ନେଉଥିଲେ ପୋଲିସ ଭ୍ୟାନ ଦେଖି ଛାଡି ପଳାଇଲେ ଦୁର୍ବୃତ୍ତ

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

ମାଗଣାରେ ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌ ! ଦେଖନ୍ତୁ IRCTC-SBIର ଏହି ସ୍କିମ୍‌ରେ କଣ ରହିଛି

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ବିଜ୍ଞାନ ବଳରେ ବଳୀୟାନ ମଣିଷ ଯମଙ୍କୁ କରିବ ପରାଜିତ

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ