ନାମ ପଞ୍ଜିକରଣ କଲେ ବୋଲି ଆଶା କର୍ମୀଙ୍କୁ ଆକ୍ରମଣ ଅଭିଯୋଗ, ବମିଖାଲରୁ ଗାଁକୁ ଯାଇଥିଲେ ଯୁବକ

ରଣପୁର ୧୨/୫ : ମହାମାରୀ କରୋନା ଯୋଗୁଁ ରାଜ୍ୟ ସରକାର ଏବେ ବିଭିନ୍ନ ପ୍ରକାର କଟକଣା ଲାଗୁ କରିଛନ୍ତି । ବିଶେଷ କରି ଅନ୍ୟ ସ୍ଥାନରୁ ଗ୍ରାମକୁ ଫେରୁଥିବା ଲୋକମାନଙ୍କୁ ପଞ୍ଜୀକରଣ କରିବା ପାଇଁ ସରକାର ନିୟମ ପ୍ରଣୟନ କରିଛନ୍ତି । ତେବେ ଏହି ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ଜନୈକ ଆଶା କର୍ମୀଙ୍କୁ ଆକ୍ରମଣ ହୋଇଥିବା ରଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଇଛି ।

ରଣପୁର ବ୍ଲକର ବୃନ୍ଦାବନପୁର ପଞ୍ଚାୟତର ବିନୋଦପଡ଼ା ଗ୍ରାମରେ ନଳିନୀ ପ୍ରଧାନ ଆଶା କର୍ମୀ ଭାବେ କାର୍ଯ୍ୟ କରନ୍ତି । ଅନ୍ୟ ସ୍ଥାନରୁ ଗ୍ରାମକୁ ଫେରୁଥିବା ବ୍ୟକ୍ତିମାନଙ୍କର ନାମକୁ ପଞ୍ଜୀକରଣ କରିବା ଦାୟିତ୍ୱ ଆଶା କର୍ମୀମାନଙ୍କୁ ଦିଆଯାଇଛି । ଏହି ସମୟରେ ଭୁବନେଶ୍ୱର ବମିଖାଲ ଅଞ୍ଚଳରୁ ଜଣେ ଯୁବକ ବିନୋଦପଡ଼ା ଗ୍ରାମକୁ ଫେରିଥିଲେ । ଏ ସମ୍ପର୍କରେ ଖବର ପାଇ ଆଶା କର୍ମୀ ନଳିନୀ ଓ ୱାର୍ଡ ସଭ୍ୟ ତାଙ୍କ ଘରକୁ ନାମ ପଞ୍ଜୀକରଣ ପାଇଁ ଯାଇଥିଲେ । କିନ୍ତୁ ସମ୍ପୃକ୍ତ ଯୁବକଙ୍କ ପରିବାର ଲୋକମାନେ ଏଥି ପ୍ରତି ଗୁରୁତ୍ୱ ଦେଇ ନ ଥିଲେ । ପରେ ଉପରିସ୍ଥ ମେଡିକାଲ ଅଫିସରଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ଯାଇ ଯୁବକଙ୍କ ନାମ ପଞ୍ଜୀକରଣ କରିଥିଲେ । ଯୁବକଙ୍କ ନାମ ପଞ୍ଜୀକରଣ କରିଥିବାରୁ ଆଶା କର୍ମୀଙ୍କୁ ତାଙ୍କ ପିତା ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିବା ନେଇ ରଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଛ ।

   ସମ୍ବନ୍ଧିତ ଖବର


କରୋନା କାଳରେ ଜଗତସିଂହପୁରକୁ ୭୦୮.୩୨ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ଧର୍ମେନ୍ଦ୍ର ପ୍ରଧାନ

ଦମ୍ପତିଙ୍କଠାରୁ ୨୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ବାଇକ୍‌ରେ ଯାଉଥିଲେ, ଚଢ଼ିଗଲା ଟ୍ରକ୍: ଅଜା-ନାତିଙ୍କ ଚାଲିଗଲା ଜୀବନ