ଗଙ୍ଗାରେ ଅରୁଣ ଜେଟ୍‌ଲୀଙ୍କ ଅସ୍ଥି ବିସର୍ଜନ

ହରିଦ୍ୱାର ୨୭/୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟ୍‌ଲୀଙ୍କ ଅସ୍ଥି ପାଉଁଶ ଆଜି ଉତ୍ତରାଖଣ୍ଡର ହରିଦ୍ୱାର ଠାରେ ଗଙ୍ଗାନଦୀରେ ବିସର୍ଜନ କରାଯାଇଛି । ଦିଲ୍ଲୀ ନିଗମବୋଧ ଘାଟରୁ ଆଜି ତାଙ୍କ ପୁତ୍ର ରୋହନ ଅସ୍ଥି ପାଉଁଶ ସଂଗ୍ରହ କରି ହରିଦ୍ୱାର ନେଇଥିଲେ । ସେଠାରେ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରୀୟାଲ ନିଶଙ୍କ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ଉପସ୍ଥିତିରେ ଗଙ୍ଗାରେ ବିସର୍ଜନ କରିଥିଲେ ।

ଶନିବାର ଦିଲ୍ଲୀ ଏମ୍‌ସରେ ୬୬ ବର୍ଷ ବୟସରେ ଜେଟ୍‌ଲୀଙ୍କ ପରଲୋକ ଘଟିଥିଲା । ଜେଟ୍‌ଲୀ ଜୀବିତ ଥିବା ବେଳେ ଜୁଲାଇ ୩୦ରେ ଉତ୍ତରପ୍ରଦେଶର ରାୟବରେଲି ଜିଲ୍ଲାରେ ନିଜ ସାଂସଦ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୨୦୦ ସୌରଶକ୍ତି ଚାଳିତ ହାଇମାଷ୍ଟ ଲାଇଟ୍‌ ଲଗାଇବାକୁ ପ୍ରସ୍ତାବ ଦେଇଥିଲେ । ତାଙ୍କ ପ୍ରସ୍ତାବକୁ ଜିଲ୍ଲା ପ୍ରଶାସନ ଗ୍ରହଣ କରିଛି । ରାୟବରେଲି ହେଉଛି କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ବାଚନମଣ୍ଡଳୀ ।

   ସମ୍ବନ୍ଧିତ ଖବର


NCBର ଖୁଲାସା –ରିୟା ଚକ୍ରବର୍ତ୍ତୀ ହିଁ …

ଦୀପାବଳିରେ ଜଳିବ ୧୧ କୋଟି ଗୋମୟ ଦୀପ

ବାପା-ମାଆଙ୍କ ଭୋକଶୋଷର ମୂଲ୍ୟ ରଖିଲେ ପିଲା – ପାଠପଢ଼ି ସ୍ୱପ୍ନକୁ କଲେ ସାକାର

ଭାରତରେ ଜୁରାସିକ୍‌ କାଳର ପତ୍ର ଅବଶେଷ

କରୋନା ଟିକା ପାଇଁ ବଳିପଡିବେ ୫ ଲକ୍ଷ ସାର୍କ- ଜାଣନ୍ତୁ କାହିଁକି

ଚାଷୀଙ୍କ ପାଇଁ ମାଗାଣାରେ ବୋରୱେଲ୍‌ ଖୋଳାଇବେ – ଆନ୍ଧ୍ର ସରକାର